ଚାଷୀ ଅସନ୍ତୋଷ ଚପାଇବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ପାଖରେ ମରୁଡି ଲାଗି ସ୍ୱତନ୍ତ୍ର ପ୍ୟାକେଜ ଦେବାକୁ ଦାବି କରିଛନ୍ତି: ଜୁଏଲ ଓରାମ

ଭୁବନେଶ୍ୱର: ମରୁଡ଼ି ମୁକାବିଲା ପାଇଁ କେନ୍ଦ୍ର ପାଖରେ ରାଜ୍ୟ ସରକାର ରଖିଥିବା ୩ ହଜାର ୫୦୦ କୋଟି ଟଙ୍କ।ର ସ୍ୱତନ୍ତ୍ର ସହାୟତା ଦାବିକୁ ନେଇ ରାଜନୀତି ଜୋର୍ ଧରିଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ପ୍ରକ୍ରିୟା ପାଳନ ନ କରି କେବଳ ଚାଷୀ ଅସନ୍ତୋଷକୁ ଚପାଇବା ପାଇଁ ମୁଖ୍ୟମନ୍ତ୍ରୀ ଏପରି ଦାବି କରିଛନ୍ତି। କଂଗ୍ରେସ ମଧ୍ୟ ଏ ନେଇ ସରକାରଙ୍କୁ ସମାଲୋଚନା କରିଛି। ୨୨ ତାରିଖରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟି ମରୁଡି […]

jual

jual

Rakesh Mallick
  • Published: Saturday, 24 October 2015
  • Updated: 24 October 2015, 03:40 PM IST

Sports

Latest News

ଭୁବନେଶ୍ୱର: ମରୁଡ଼ି ମୁକାବିଲା ପାଇଁ କେନ୍ଦ୍ର ପାଖରେ ରାଜ୍ୟ ସରକାର ରଖିଥିବା ୩ ହଜାର ୫୦୦ କୋଟି ଟଙ୍କ।ର ସ୍ୱତନ୍ତ୍ର ସହାୟତା ଦାବିକୁ ନେଇ ରାଜନୀତି ଜୋର୍ ଧରିଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ପ୍ରକ୍ରିୟା ପାଳନ ନ କରି କେବଳ ଚାଷୀ ଅସନ୍ତୋଷକୁ ଚପାଇବା ପାଇଁ ମୁଖ୍ୟମନ୍ତ୍ରୀ ଏପରି ଦାବି କରିଛନ୍ତି। କଂଗ୍ରେସ ମଧ୍ୟ ଏ ନେଇ ସରକାରଙ୍କୁ ସମାଲୋଚନା କରିଛି।

୨୨ ତାରିଖରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟି ମରୁଡି ସହାୟତା ପାଇଁ ୩ ହଜାର ୫୦୦ କୋଟି ଦାବି କରିଥିଲେ। ୫ଲକ୍ଷ ୩୨ ହଜାର ହେକ୍ଟର ଚାଷ ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ। ରାଜ୍ୟର ଏ ଦାବି ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ସରକାର ମରୁଡ଼ି ସ୍ଥିତିର ପ୍ରକୃତ ଆକଳନ କରିନାହାନ୍ତି। ନିର୍ଦ୍ଦିଷ୍ଟ ଭାବେ କ୍ଷୟକ୍ଷତିର ଆକଳନ ନ କରି ଚାଷୀ ଅସନ୍ତୋଷକୁ ଘଣ୍ଟ ଘୋଡ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ଏପରି ସ୍ପେଶାଲ ପ୍ୟାକେଜ ଦାବି କରିଛନ୍ତି। ଏପଟେ କେନ୍ଦ୍ରମନ୍ତ୍ରୀ ଓ କଂଗ୍ରେସର ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖି ବିଜେଡି କହିଛି, କେନ୍ଦ୍ର ପୂର୍ବରୁ ବି ରାଜ୍ୟ ପ୍ରତି ଅବହେଳା କରିଛି ଓ ଏବେ ମଧ୍ୟ କରୁଛି। ପ୍ରାକୃତିକ ଦୁର୍ବିପାକ ବେଳେ ପୂର୍ବରୁ ବିହାର ଓ ଆନ୍ଧ୍ର ପ୍ରଦେଶକୁ କେନ୍ଦ୍ର ସ୍ୱତନ୍ତ୍ର ପ୍ୟାକେଜ୍ ଦେଇଥିବା ବେଳେ ଓଡିଶାକୁ କାହିଁକି ଦେନାହିଁ ବୋଲି ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos