ପିପିଲିରେ ନିର୍ବାଚନ ପ୍ରଚାର କରିବେନି ନବୀନ, ୨୯ରେ ଫେରିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବା ସମ୍ଭାବନା କ୍ଷୀଣ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜିଠୁ ୬ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବାବେଳେ ୨୯ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି । ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ ୩୦ତାରିଖରେ ହେବାକୁ ଥିବାବେଳେ ୨୭ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ ହେବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୯ତାରିଖ ବୁଧବାର ଅପରାହ୍ନରେ ଭୁବନେଶ୍ୱର ଫେରିବେ । […]

Chief-Minister-Naveen-Patnaik

Chief-Minister-Naveen-Patnaik

Ordigital Desk
  • Published: Friday, 24 September 2021
  • Updated: 24 September 2021, 10:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବା ସମ୍ଭାବନା କ୍ଷୀଣ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜିଠୁ ୬ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବାବେଳେ ୨୯ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି । ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ ୩୦ତାରିଖରେ ହେବାକୁ ଥିବାବେଳେ ୨୭ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ ହେବ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୯ତାରିଖ ବୁଧବାର ଅପରାହ୍ନରେ ଭୁବନେଶ୍ୱର ଫେରିବେ । ଦିଲ୍ଲୀ ଗସ୍ତ ସମୟରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ରବିବାର ହେବାକୁ ଥିବା ନକ୍ସଲ ପ୍ରଭାବିତ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକରେ ଯୋଗ ଦେବେ। ଏହାସହିତ ଓଡ଼ିଶାର ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିବେ। ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରବିବାର ଦିନ ସେ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବେ। ଏହାସହିତ ଦିଲ୍ଲୀରେ ତାଙ୍କର ଅନ୍ୟ ସରକାରୀ କାର୍ଯ୍ୟକ୍ରମ ମଧ୍ୟ ରହିଛି। ଅନ୍ୟପକ୍ଷରେ ବିଜେଡି ସୂତ୍ରରୁ ଜଣାପଡ଼ିଛି ଯେ, ମୁଖ୍ୟମନ୍ତ୍ରୀ ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣର ଦିନକ ପୂର୍ବରୁ ଭୁବନେଶ୍ୱର ଫେରିବାର ଥିବାରୁ ନିର୍ବାଚନ ମଇଦାନକୁ ଓହ୍ଲାଇବା ସମ୍ଭବପର ନୁହେଁ । ଦଳ ନବୀନଙ୍କ ଭିଡିଓ ସନ୍ଦେଶ ମାଧ୍ୟମରେ ପ୍ରଚାର କରୁଛି ।

ସୂଚନାଯୋଗ୍ୟ, ୨୦୧୯ ଜୁନ୍ ମାସରେ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକରେ ଯୋଗ ଦେବାକୁ ଶେଷଥର ପାଇଁ ନବୀନ ଦିଲ୍ଲୀ ଗସ୍ତରେ ଯାଇଥିଲେ। ତା’ପରଠୁ ସେ କୋଭିଡ୍ ମହାମାରୀ ଯୋଗୁ ଅଧିକାଂଶ ସମୟ ନବୀନ ନିବାସରେ ବିତାଇଛନ୍ତି। ତେବେ ଗତ କିଛିମାସ ହେଲା କଳାହାଣ୍ଡି, ପୁରୀ, ସୁନ୍ଦରଗଡ଼, ମାଲକାନଗିରି, ବଲାଙ୍ଗୀର ଆଦି ଜିଲ୍ଲାକୁ ସରକାରୀ ଗସ୍ତରେ ଯାଇବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story