୧୨ ଘଣ୍ଟିଆ ନୁହେଁ, ୬ ଘଣ୍ଟିଆ ଓଡ଼ିଶା ବନ୍ଦ କରିବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ବୀଭତ୍ସ ହତ୍ୟା ମାମଲାରେ ବିବାଦୀୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଓ ମମିତାଙ୍କ ପରିବାରକୁ ନ୍ୟାୟ ଦେବା ଦାବିରେ ଆସନ୍ତା ୧୨ ତାରିଖରେ ୬ଘଣ୍ଟିଆ ଓଡ଼ିଶା ବନ୍ଦ ପାଇଁ କଂଗ୍ରେସ ଡାକରା ଦେଇଛି। ୧୨ ତାରିଖରେ କଂଗ୍ରେସ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ପାଇଁ ପୂର୍ବରୁ ଘୋଷଣା କରିଥିଲା। ତେବେ ଅଚାନକ ବନ୍ଦ ପାଳନ ଅବଧିକୁ କଂଗ୍ରେସ ହ୍ରାସ କରିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ମମିତା ମେହେର […]

Congress

Congress

Ordigital Desk
  • Published: Tuesday, 09 November 2021
  • Updated: 09 November 2021, 09:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ବୀଭତ୍ସ ହତ୍ୟା ମାମଲାରେ ବିବାଦୀୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଓ ମମିତାଙ୍କ ପରିବାରକୁ ନ୍ୟାୟ ଦେବା ଦାବିରେ ଆସନ୍ତା ୧୨ ତାରିଖରେ ୬ଘଣ୍ଟିଆ ଓଡ଼ିଶା ବନ୍ଦ ପାଇଁ କଂଗ୍ରେସ ଡାକରା ଦେଇଛି। ୧୨ ତାରିଖରେ କଂଗ୍ରେସ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ପାଇଁ ପୂର୍ବରୁ ଘୋଷଣା କରିଥିଲା। ତେବେ ଅଚାନକ ବନ୍ଦ ପାଳନ ଅବଧିକୁ କଂଗ୍ରେସ ହ୍ରାସ କରିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବରଖାସ୍ତ କରିବା କିମ୍ବା ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ମୁଡରେ ରାଜ୍ୟ ସରକାର ନଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଗତକାଲି ସ୍ପଷ୍ଟ ସଙ୍କେତ ଦେଇସାରିବା ପରେ ବିରୋଧୀ କଂଗ୍ରେସର ଆନ୍ଦୋଳନ ଅନୁରୂପ ଭାବେ ଦୁର୍ବଳ ହୋଇପଡ଼ିଥିବା ଜଣାପଡ଼ିଛି। ମମିତା ମେହେର ମାମଲାକୁ ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ପହଂଚାଇ ଆଗାମୀ ସଂସଦ ଅଧିବେଶନ ସମୟରେ ଏହାକୁ ପ୍ରସଙ୍ଗ କରିବାକୁ ଘୋଷଣା କରିଥିବା କଂଗ୍ରେସ ଅଚାନକ ନିଜର ୧୨ଘଣ୍ଟିଆ ବନ୍ଦ ପାଳନକୁ କାହିଁକି ୬ଘଣ୍ଟାକୁ ହ୍ରାସ କଲା ତାହା ଆଶ୍ଚର୍ଯ୍ୟ କରିଛି।

ତେବେ ଏ ସମ୍ପର୍କରେ କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୧୨ତାରିଖରେ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ପାଳନ ହେବ। ସରକାରଙ୍କ ବିରୁଦ୍ଧରେ ଜନମତ ଜାଗ୍ରତ କରିବା ପାଇଁ ‘ବନ୍ଦ’ ପାଳନ ହୁଏ, ତା’ଭିତରେ ବି ସାଧାରଣ ଲୋକଙ୍କ କଥା ରହିଛି। ବନ୍ଦର ଉଦ୍ଦେଶ୍ୟ ହେଲା, ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା କିନ୍ତୁ ଏଠି ଓଡ଼ିଶାରେ ତ ‘ଚାପ’ ବି କାମ କରୁନି । ଜନସାଧାରଣ ଆଉ ‘ବନ୍ଦ’କୁ ମଧ୍ୟ ଭଲ ଭାବେ ଗ୍ରହଣ କରୁନାହାନ୍ତି। ତେଣୁ ସବୁ ଦୃଷ୍ଟିକୁ ବିଚାର କରାଯାଇ ଏହି ସମୟସୀମାକୁ ୬ଘଣ୍ଟିଆ କରାଯାଇଛି।

କଂଗ୍ରେସର ଏହି ‘ବନ୍ଦ’ ପାଳନ ହେବା ପୂର୍ବରୁ ଏହାର ଅବଧି ହ୍ରାସ କରାଯିବା ହିଁ ପରୋକ୍ଷରେ କଂଗ୍ରେସର ମମିତା ମେହେର ମୃତ୍ୟୁ ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ନିମନ୍ତେ ଅଭିଯାନକୁ ଦୁର୍ବଳ କରାଇ ଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story