'କେନ୍ଦ୍ର ସବୁ ଟିକା ନେଇ ଯାଇଛି, ଆମେ କେମିତି ଟିକାକରଣ କରିବୁ'

ନୂଆଦିଲ୍ଲୀ: ମେ ୧ରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ୧୮ରୁ ଅଧିକ ବୟସ୍କ ବ୍ୟକ୍ତି ଏହି ପର୍ଯ୍ୟାୟରେ ସାମିଲ୍ ହେବେ। କରୋନାର ଦ୍ୱିତୀୟ ଲହର ବେଳେ ଅଧିକାଂଶ ଯୁବବର୍ଗ ଆକ୍ରାନ୍ତ ହେଉଛନ୍ତି। ତେଣୁ କୋଭିଡ୍ ବିରୋଧୀ ଲଢ଼େଇରେ ଏହି ପର୍ଯ୍ୟାୟ ଟିକାକରଣ ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି। ଏବେ କିନ୍ତୁ ଚାରି କଂଗ୍ରେସ ଶାସିତ ରାଜ୍ୟ ଏହି ଟିକାକରଣରେ ସାମିଲ୍ ହୋଇପାରିବେନି ବୋଲି ଅକ୍ଷମତା ପ୍ରକାଶ […]

covid-vaccine

covid-vaccine

Subhransu Sekhar
  • Published: Sunday, 25 April 2021
  • Updated: 25 April 2021, 05:04 PM IST

Sports

Latest News

ନୂଆଦିଲ୍ଲୀ: ମେ ୧ରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ୧୮ରୁ ଅଧିକ ବୟସ୍କ ବ୍ୟକ୍ତି ଏହି ପର୍ଯ୍ୟାୟରେ ସାମିଲ୍ ହେବେ। କରୋନାର ଦ୍ୱିତୀୟ ଲହର ବେଳେ ଅଧିକାଂଶ ଯୁବବର୍ଗ ଆକ୍ରାନ୍ତ ହେଉଛନ୍ତି। ତେଣୁ କୋଭିଡ୍ ବିରୋଧୀ ଲଢ଼େଇରେ ଏହି ପର୍ଯ୍ୟାୟ ଟିକାକରଣ ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି। ଏବେ କିନ୍ତୁ ଚାରି କଂଗ୍ରେସ ଶାସିତ ରାଜ୍ୟ ଏହି ଟିକାକରଣରେ ସାମିଲ୍ ହୋଇପାରିବେନି ବୋଲି ଅକ୍ଷମତା ପ୍ରକାଶ କରିଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। କେନ୍ଦ୍ର ସମସ୍ତ ଟିକା ନେଇଯାଇଛି ତେଣୁ ତାଙ୍କ ଭାଗକୁ ଆଉ ଟିକା ନାହିଁ ବୋଲି ଛତିଶଗଡ, ରାଜସ୍ଥାନ, ପଞ୍ଜାବ ଏବଂ ଝାଡଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି।

କେନ୍ଦ୍ର ସରକାର ଟିକା ନୀତିରେ ରାଜ୍ୟ ଗୁଡ଼ିକୁ 'ସାବତ ମାଆ’ ଭଳି ବ୍ୟବହାର କରୁଛି। ସମସ୍ତ ବର୍ଗର ଟିକାକରଣ ପାଇଁ କେନ୍ଦ୍ର ମାଗଣାରେ ଟିକା ଯୋଗାଇ ଦେବା  ଦରକାର ବୋଲି କଂଗ୍ରେସ ଶାସିତ ରାଜ୍ୟ ସରକାର କହିଛନ୍ତି। ଯେତେକ ଟିକା ସେରମ୍ ତିଆରି କରିଛି ସମସ୍ତ ଷ୍ଟକ କେନ୍ଦ୍ର ନେଇସାରିଛି। ଏବେ ଟିକା ନଥିବାରୁ କୋଭିଶିଲ୍ଜ ଟିକା କମ୍ପାନୀ ଦେଇପାରିବ ନାହିଁ ବୋଲି କହିଥିବା କଂଗ୍ରେସ ଶାସିତ ରାଜ୍ୟ ଅଭିଯୋଗ କରିଛନ୍ତି। ତେଣୁ ମେ ଆରମ୍ଭରୁ କିଭଳି ରାଜ୍ୟ ଗୁଡ଼ିକ ସବୁ ବର୍ଗର ଲୋକଙ୍କୁ ଟିକାକରଣ ହୋଇପାରିବ ସେ ନେଇ କଂଗ୍ରେସ ଶାସିତ ରାଜ୍ୟ ସନ୍ଦେହ ପ୍ରକାଶ କରିଛନ୍ତି।

ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା କହିଛନ୍ତି ଯେ ଆମେ ୧୮-୪୫ ବର୍ଷର ବୟସ୍କଙ୍କୁ ଟିକାକରଣ କରିବାକୁ ରାଜି। ହେଲେ ସେରମ୍ କହିଛି ମେ ୧୫ ତାରିଖ ପର୍ଯ୍ୟନ୍ତ ଟିକା ଯୋଗାଇ ପାରିବ ନାହିଁ। ସେ କହିଛନ୍ତି ଯେ ଆମର ସାମର୍ଥ୍ୟ ଅଛି, କିନ୍ତୁ ଟିକା ନାହିଁ। ଟିକା ଉପଲବ୍ଧ ହୋଇପାରିଲେ ଆମେ କରୋନା ବିରୋଧରେ ଜୋରଦାର ଲଢ଼େଇ କରିପାରିବା। ସେହିପରି କେନ୍ଦ୍ର ରାଜ୍ୟକୁ ସମସ୍ତ ଟିକା ମାଗଣାରେ ଯୋଗାଇ ଦେବା ଦରକାର ବୋଲି କହିଛନ୍ତି। କାରଣ ତାଙ୍କ ସରକାର ଟିକା ପାଇଁ ବଜେଟରେ ପାଣ୍ଠି ବ୍ୟବସ୍ଥା କରିନାହିଁ ବୋଲି ସେ କହିଛନ୍ତି।

ସେହିପରି ଛତିଶଗଡର ସ୍ୱାସ୍ଥ୍ୟମନ୍ତ୍ରୀ ଟି ଏସ୍ ସିଂ ଦେଓ କହିଛନ୍ତି, " ଟିକା ଦେବା ପାଇଁ ଆମେ ପ୍ରସ୍ତୁତ ଅଛୁ। ଯଦି ଟିକା ଉପଲବ୍ଧ ନହୁଏ ତେବେ କୌଣସି ଉପାୟ ଅବଲମ୍ବନ କରାଯାଇପାରିବ ନାହିଁ।  ଟିକାକରଣ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଛି। ଏହା ରାଜନୀତିକରଣ ଛଡ଼ା ଆଉ କିଛି ନୁହେଁ ବୋଲି ସେ କହିଛନ୍ତି। ପଞ୍ଜାବର ସ୍ୱାସ୍ଥ୍ୟମନ୍ତ୍ରୀ ବଲବୀର ସିଂ ସିଦ୍ଧୁ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଯଦି କେନ୍ଦ୍ର ଆମକୁ ସମର୍ଥନ କରିବନି ତେବେ ଆମେ କିପରି ଟିକାକରଣକୁ ଜୋରଦାର କରିବ ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟ ଟିକାକରଣ କରିପାରିବ ହେଲେ କେନ୍ଦ୍ର ଟିକା ଆବଣ୍ଟନ କରିବା ଦରକାର ବୋଲି ସେ କହିଛନ୍ତି।

ଏହି ଭୟଙ୍କର ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ରାଜନୀତିକ ସୁବିଧା ପାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଝାଡଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, "ଆମ ଭଳି କଂଗ୍ରେସ ଶାସିତ ରାଜ୍ୟଗୁଡିକୁ କେନ୍ଦ୍ର 'ସାବତ ମାଆ' ଭଳି ବ୍ୟବହାର କରୁଛି। ସେ କହିଛନ୍ତି, କେନ୍ଦ୍ର ଟିକା ଉତ୍ପାଦକଙ୍କୁ ଅପହରଣ କରି ପ୍ରତି ଡୋଜରେ ୧୫୦ ଟଙ୍କା ଚୁକ୍ତି କରିଛି। ହେଲେ ତାଙ୍କରି ସରକାର ଗୋଟିଏ ସମ୍ବିଧାନ, ଗୋଟିଏ ଟିକସ ବିଷୟରେ ଆଲୋଚନା କରୁଛି। ହେଲେ ଟିକାକରଣ ବେଳେ ଭିନ୍ନ ଭିନ୍ନ ମୂଲ୍ୟ ହେବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story