ବିଜେଡି କନ୍ଦଳ: ବିଜୁ ଶ୍ରାଦ୍ଧ ଦିବସରେ ସଂକଳ୍ପ ନେବେ ସବୁ କର୍ମୀ, ୨୫ବର୍ଷରେ ପ୍ରଥମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ କୋଟିରୁ ଅଧିକ ସଦସ୍ୟ ବୋଲି ଦାବି କରୁଥିବା ବିଜେଡିରେ ଦିନକୁ ଦିନ ଗୋଷ୍ଠୀକନ୍ଦଳ ସଙ୍ଗୀନ ରୂପଧାରଣ କରୁଥିବାବେଳେ ଏହାକୁ ଏଡ଼ାଇବା ପାଇଁ ଦଳ ପକ୍ଷରୁ ନୂଆ ରଣନୀତି ପ୍ରସ୍ତୁତ ହୋଇଛି । ଆସନ୍ତା ଏପ୍ରିଲ ୧୭ ତାରିଖରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ଦଳର ପ୍ରତ୍ୟେକ କର୍ମୀ ବିଜୁବାବୁଙ୍କ ଅଭିଳଷିତ ଓଡ଼ିଶା ଗଠନ ନିମନ୍ତେ ‘ଏକ ମନ ଏକ ପ୍ରାଣ’ ହୋଇ କାର୍ଯ୍ୟ କରିବା ନିମନ୍ତେ ପୁନଃ ସଂକଳ୍ପ ନେବେ । ଏହି […]

naveen

naveen

Ordigital Desk
  • Published: Monday, 11 April 2022
  • Updated: 11 April 2022, 07:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ କୋଟିରୁ ଅଧିକ ସଦସ୍ୟ ବୋଲି ଦାବି କରୁଥିବା ବିଜେଡିରେ ଦିନକୁ ଦିନ ଗୋଷ୍ଠୀକନ୍ଦଳ ସଙ୍ଗୀନ ରୂପଧାରଣ କରୁଥିବାବେଳେ ଏହାକୁ ଏଡ଼ାଇବା ପାଇଁ ଦଳ ପକ୍ଷରୁ ନୂଆ ରଣନୀତି ପ୍ରସ୍ତୁତ ହୋଇଛି । ଆସନ୍ତା ଏପ୍ରିଲ ୧୭ ତାରିଖରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ଦଳର ପ୍ରତ୍ୟେକ କର୍ମୀ ବିଜୁବାବୁଙ୍କ ଅଭିଳଷିତ ଓଡ଼ିଶା ଗଠନ ନିମନ୍ତେ ‘ଏକ ମନ ଏକ ପ୍ରାଣ’ ହୋଇ କାର୍ଯ୍ୟ କରିବା ନିମନ୍ତେ ପୁନଃ ସଂକଳ୍ପ ନେବେ । ଏହି ଦିନ ବିଧିବଦ୍ଧ ସମୂହ ସଂକଳ୍ପ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ । ଏଥିପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଦଳୀୟ ପଦାଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି ।

ଚଳିତ ମାସ ୧୭ତାରିଖରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସକୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳନ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ମୋ ପରିବାର ତରଫରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସମୂହ ରକ୍ତଦାନ ଶିବିର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଆୟୋଜନ କରାଯିବା ସହ ଦଳର ପ୍ରତ୍ୟେକ ସଦସ୍ୟ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବା ନିମନ୍ତେ ପୁନଃ ସଂକଳ୍ପବଦ୍ଧ ହେବାକୁ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏହି ଶ୍ରାଦ୍ଧ ଦିବସରେ ପ୍ରତ୍ୟେକ ନର୍ବାଚନମଣ୍ଡଳୀରେ ସକାଳ ସାଢ଼େ ୬ଟାରେ ତିଳ ତର୍ପଣ, ସକାଳ ସାଢ଼େ ୭ଟାରେ ପ୍ରଭାତଫେରୀ, ସମୂହ ସଫେଇ ଅଭିଯାନ, ସକାଳ ସାଢ଼େ ୮ଟାରେ ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ସ୍ମୃତି ସଭା, ଅପରାହ୍ନ ୫ଟାରେ ଦୀପଦାନ ଓ ସମୂହ ସଂଳଳ୍ପ କାର୍ଯ୍ୟକ୍ରମ ଆୟୋଜନ କରିବାକୁ କୁହାଯାଇଛି । ବିଜୁବାବୁ ଜୀବନତମାମ ଜନସେବାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସୁଥିବାରୁ ଏହି ସେବା ମନୋଭାବକୁ ଆହୁରି ପରିବର୍ଦ୍ଧିତ କରିବା ସହ ପ୍ରତ୍ୟେକ ଓଡ଼ିଶାବାସୀଙ୍କ କଲ୍ୟାଣରେ ନିଜକୁ ପୁନଃ ଉତ୍ସର୍ଗ କରିବା ନିମନ୍ତେ ସଂକଳ୍ପବଦ୍ଧ ହେବାକୁ ମଧ୍ୟ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ବିଜେଡିରେ ଗୋଷ୍ଠୀକନ୍ଦଳ ଏବେ ପ୍ରାୟତଃ ସବୁ ଜିଲ୍ଲାରେ ଉତ୍କଟ ହେବାରେ ଲାଗିଛି । କଳାହାଣ୍ଡିରୁ କେନ୍ଦ୍ରାପଡ଼ା, ବଲାଙ୍ଗିରରୁ ବାଲେଶ୍ୱର, କୋରାପୁଟରୁ କଟକ, ସୁନ୍ଦରଗଡ଼ରୁୁ ଜଗତସିଂହପୁର, ପୁରୀରୁ ଭଦ୍ରକ, ବରଗଡ଼ରୁ ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ଦଳର ଗୋଷ୍ଠୀକନ୍ଦଳ ତୀବ୍ର ହେବାରେ ଲାଗିଛି । ଅବଶ୍ୟ ଦଳ ଗତ ପଂଚାୟତ ଓ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଅନେକ ସ୍ଥାନରେ ଦଳୀୟ ଗୋଷ୍ଠୀକନ୍ଦଳ ହିଁ ବିଜେଡି ପାଇଁ ବୁମେରାଂ ପାଲଟିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବା ପାଇଁ ଗତ ୨୫ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଦଳ ପକ୍ଷରୁ ଏଭଳି ସମୂହ ସଂକଳ୍ପ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story