ବିଜେଡି ପିଛା ଛାଡ଼ୁନି ବିବାଦ; ସଞ୍ଜୟଙ୍କ ଇସ୍ତଫା ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ପିଛା ଛାଡ଼ୁନି ବିବାଦ । ମମିତା ମର୍ଡର କେସ୍‌କୁ ନେଇ ବିଜେଡି ଏବେ ବିଜେପି, କଂଗ୍ରେସ ଦଳର ଟାର୍ଗେଟରେ ଥିବା ବେଳେ ପୁଣି ଥରେ ଛିଡ଼ା ହୋଇଛି ନୂଆ ବିବାଦ । ଗତକାଲି ପୁରୀ ଭାର୍ଗବୀ-ନୂଆନଦୀରୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ ଉଦ୍ଧାର ହେବା ପରେ ବଢ଼ି ଚାଲିଛି ବିବାଦ। ଏଥିରେ ସଞ୍ଜୟ ଦାସବର୍ମାଙ୍କ ହାତ ଥିବା ଚିତ୍ତରଞ୍ଜନଙ୍କ ପରିବାର ଲୋକେ ଗତକାଲି ଅଭିଯୋଗ […]

mla

mla

Niharika Rout
  • Published: Tuesday, 14 December 2021
  • Updated: 14 December 2021, 05:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ପିଛା ଛାଡ଼ୁନି ବିବାଦ । ମମିତା ମର୍ଡର କେସ୍‌କୁ ନେଇ ବିଜେଡି ଏବେ ବିଜେପି, କଂଗ୍ରେସ ଦଳର ଟାର୍ଗେଟରେ ଥିବା ବେଳେ ପୁଣି ଥରେ ଛିଡ଼ା ହୋଇଛି ନୂଆ ବିବାଦ । ଗତକାଲି ପୁରୀ ଭାର୍ଗବୀ-ନୂଆନଦୀରୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ ଉଦ୍ଧାର ହେବା ପରେ ବଢ଼ି ଚାଲିଛି ବିବାଦ। ଏଥିରେ ସଞ୍ଜୟ ଦାସବର୍ମାଙ୍କ ହାତ ଥିବା ଚିତ୍ତରଞ୍ଜନଙ୍କ ପରିବାର ଲୋକେ ଗତକାଲି ଅଭିଯୋଗ କରିଥିବା ବେଳେ ଆଜି କିନ୍ତୁ ତାଙ୍କ ଭଉଣୀ ଓଲଟା କଥା କହିଛନ୍ତି। ସେ ସଞ୍ଜୟ ଦାସବର୍ମାଙ୍କୁ କ୍ଲିନଚିଟ୍‌ ଦେଇଛନ୍ତି। ଅପରପକ୍ଷେ,  ବିଜେପି ପକ୍ଷରୁ ଏକ ପ୍ରେସ୍‌ମିଟ୍‌ରେ ଶ୍ରୀ ଦାସବର୍ମାଙ୍କ ଇସ୍ତଫା ଦାବି କରାଯାଇଛି।

ବିଜେପି ପକ୍ଷରୁ କୁହାଯାଇଛି-  ପରି, ମାହାଙ୍ଗା, ଏସିଏଫ, ମମିତା ସବୁ ଘଟଣାରେ ଶାସକ ଦଳ ନେତାଙ୍କ ସଂପୃକ୍ତି ଅଭିଯୋଗ ଆସୁଛି । ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ଘଟଣାରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦେବାକୁ ଦାବି କରୁଛୁ।

୨୦୧୨ ମସିହାରେ ଆୟୁଷ ଡାକ୍ତର ମାଧବୀଲତାଙ୍କ ମୃତ୍ୟୁ ବେଳେ ବି ସଂଜୟ ଦାସବର୍ମା ବିବାଦରେ ଥିଲେ।  ଶାସକ ଦଳ ଛତ୍ରଛାୟାରେ ଥିବାରୁ କ୍ଷମତାସୀନ ବ୍ୟକ୍ତିଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଉନି ବୋଲି ବିଜେପି ଅଭିଯୋଗ କରିବା ସହ ତୁରନ୍ତ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଛି । ସଞ୍ଜୟ ଦାସବର୍ମା ଏକ ସାମ୍ବିଧାନିକ ପଦବୀରେ ଥିବାରୁ ତୁରନ୍ତ ତାଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରନ୍ତୁ। ନଚେତ ତଦନ୍ତ ନିରପେକ୍ଷ ହୋଇପାରିବନି ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଚିତ୍ତରଞ୍ଜନ ମୃତ୍ୟୁର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦେବା ନିମନ୍ତେ ଆଜି ତାଙ୍କ ଭଉଣୀ ଓ ଭିଣୋଇ ପୁରୀ ଏସ୍‌ପିଙ୍କୁ ଭେଟିଛନ୍ତି। ସେମାନଙ୍କ ସହ ବିଧାୟକ ସଞ୍ଜୟ ଦାସବର୍ମା ମଧ୍ୟ ଏସ୍‌ପିଙ୍କୁ ଭେଟି ତଦନ୍ତକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି।

ଚିତ୍ତରଞ୍ଜନଙ୍କ ଭଉଣୀ କହିଛନ୍ତି, ମୋ ଭାଇଙ୍କୁ ସାର୍‌ (ସଞ୍ଜୟ ଦାସବର୍ମା) ପୁଅ ଭଳି ଦେଖୁଥିଲେ। ସେ ୨ ମାସ ତଳେ ବାହା ହୋଇଥିଲେ। ଗତକାଲି ହଠାତ୍‌ ତାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ସ୍ତ୍ରୀ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ତେଣୁ ସେ ଏଣୁତେଣୁ କିଛି କହି ଦେଇଛନ୍ତି।  ଆମର କିନ୍ତୁ ସଞ୍ଜୟ ସାର୍‌ଙ୍କୁ ନେଇ କୌଣସି ଅଭିଯୋଗ ନାହିଁ। ସେ ମୋ ଭାଇଙ୍କୁ ପୁଅ ପରି ଦେଖୁଥିଲେ। ତାଙ୍କ ଉପରେ ଆମର ସମ୍ପୂର୍ଣ୍ଣ ଭରସା ଓ ବିଶ୍ୱାସ ରହିଛି। ନ୍ୟାୟ ବ୍ୟବସ୍ଥା ଉପରେ ମଧ୍ୟ ଆମର ଭରସା ରହିଛି।

ଏନେଇ ବିଧାୟକ ସଞ୍ଜୟ ଦାସବର୍ମା କହିଛନ୍ତି, ୩ ଦିନ ହେଲାଣି ଘଟଣା ଘଟିଛି। ପରିବାରବର୍ଗ ଆଜି ଏସ୍‌ପିଙ୍କୁ ଭେଟିଛନ୍ତି। ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଶନିବାର ରାତିରେ ପୁରୀ ମାଟିଆପଡ଼ା ଅଞ୍ଚଳର ଜଗନ୍ନାଥ ଷଡ଼ଙ୍ଗୀ ଓରଫ ଜଗା ଘରେ ଆୟୋଜିତ ହୋଇଥିଲା ଭୋଜି। ସେଠାକୁ ଯାଇଥିଲେ ଚିତ୍ତରଂଜନ। କିନ୍ତୁ ଘରକୁ ଆଉ ଫେରି ନଥିଲେ। ତାଙ୍କ ମୋବାଇଲ ବନ୍ଦ ରହିଥିଲା। ରବିବାର ଯାଏ କୌଣସି ପତ୍ତା ନମିଳିବାରୁ ସଦର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ଖୋଳତାଡ଼ ଭିତରେ ଗତକାଲି ନୂଆନଈରୁ ମିଳିଥିଲା ମୃତଦେହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story