କଂଗ୍ରେସର ଚେତାବନୀ: ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ନିଦ ହଜାଇ ଦିଆଯିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେରଙ୍କ ବୀଭତ୍ସ ହତ୍ୟା ମାମଲା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ମମିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ନିଦ ହଜାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କୁ ଶାନ୍ତିରେ ଶୋଇବାକୁ ଦିଆଯିବ ନାହିଁ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପଦ୍ମାକର ଗୁରୁ କହିଛନ୍ତି ଯେ, ଗତକାଲି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ କଡ଼ା ସମାଲୋଚନା କରିବା ସହ ତାଙ୍କର ଚେହେରା, ଚିତ୍ର, […]

padmakar-guru

padmakar-guru

Ordigital Desk
  • Published: Wednesday, 17 November 2021
  • Updated: 17 November 2021, 09:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେରଙ୍କ ବୀଭତ୍ସ ହତ୍ୟା ମାମଲା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ମମିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ନିଦ ହଜାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କୁ ଶାନ୍ତିରେ ଶୋଇବାକୁ ଦିଆଯିବ ନାହିଁ ବୋଲି କଂଗ୍ରେସ ଚେତାବନୀ ଦେଇଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପଦ୍ମାକର ଗୁରୁ କହିଛନ୍ତି ଯେ, ଗତକାଲି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ କଡ଼ା ସମାଲୋଚନା କରିବା ସହ ତାଙ୍କର ଚେହେରା, ଚିତ୍ର, ଚରିତ୍ର ଓ ଚାଲର ପର୍ଦ୍ଦାଫାସ କରିଛନ୍ତି । ମମିତା ମେହେର ପରିବାରବର୍ଗ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନିରପେକ୍ଷ ତଦନ୍ତ ଓ ତ୍ୱରିତ ନ୍ୟାୟ ନିମନ୍ତେ ପ୍ରାର୍ଥନା କରିବା ପରେ ଗୃହରାଷ୍ଟ୍ର ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସଫେଇ ଅତ୍ୟନ୍ତ ହାସ୍ୟାସ୍ପଦ । ଅପରାଧି ଅପରାଧ କରିନାହିଁ କହିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ଦୀର୍ଘ ୩୯ ଦିନ ବ୍ୟବଧାନରେ ସାକ୍ଷ୍ୟ ପ୍ରମାଣକୁ ନଷ୍ଟ କରାଯିବା, ଗୃହ ବିଭାଗର ଅଧସ୍ତନ କର୍ମଚାରୀଙ୍କ ପାରିବାପଣିଆପ୍ରତି ରାଜ୍ୟବାସୀ କଠୋର ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ।

“ଠାକୁର ଘରେ କିଏ - ନାଁ ମୁଁ କଦଳୀ ଖାଇ ନାହିଁ” ପରି ମନ୍ତ୍ରୀଙ୍କର ଅସଲ ମୁଖାର ପର୍ଦ୍ଦାଫାସ ଆଜି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ଯେଉଁ ସମୟରେ ମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ ମୁହଁ ଖୋଲିବା କଥା, ସେ ସମୟରେ ଏହା ନକରି ଯେଉଁ ଅପରିଣାମଦର୍ଶିତା ଓ ମୁର୍ଖାମୀର ପରିଚୟ ଦେଲେ, ତାଙ୍କର ପାପକୁ ନା ସେ ଧୋଇପାରିବେ ନା ରାଜ୍ୟବାସୀ ଓ ଭଗବାନ ତାଙ୍କୁ କ୍ଷମାଦେବେ । ଅତୀତରେ ନୀତି, ନୈତିକତାର ପାଠ ପଢ଼ାଉଥିବା ମୁଖ୍ୟମନ୍ତ୍ରୀ ଏବେ ନିରନ୍ତର ଶ୍ରୀ ମିଶ୍ରଙ୍କୁ ଘଂଟ ଘୋଡ଼ାଇବା, ମୌନ ରହି ପ୍ରତ୍ୟକ୍ଷ ସମର୍ଥନ କରିବା ତାଙ୍କ ସରକାରର ଭାବମୂର୍ତ୍ତିକୁ କୁଠାରଘାତ । ତେବେ ତାଙ୍କର ଏହି ଅହଂକାର ଓ ଗର୍ବ ନାରୀ ସମାଜର ଆଖିର ଲୁହରେ ଭାସି ଯିବ ବୋଲି ଶ୍ରୀ ଗୁରୁ କହିଛନ୍ତି ।

କାଳବିଳମ୍ବ ନକରି ମୁଖ୍ୟମନ୍ତ୍ରୀ ତୁରନ୍ତ ଦିବ୍ୟଶଙ୍କର୍ରଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ । ଯଦି ଗୃହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କର ସତ୍‌ସାହସ ଅଛି ତେବେ ନିଜକୁ ପକ୍ଷଭୁକ୍ତ କରିବାର ଲିଖିତ ଆବେଦନ ହାଇକୋର୍ଟଙ୍କ ନିକଟରେ ଦାଖଲ କଲେ ଓଡ଼ିଶାବାସୀ ହୁଏତ କିଛି ମାତ୍ରାରେ ତାଙ୍କୁ କ୍ଷମା ଦେଇପାରନ୍ତି ବୋଲି ସେ କହିଛନ୍ତି । ହାଇକୋର୍ଟଙ୍କ ପ୍ରତି କଂଗ୍ରେସ ଦଳର ସଂପୂର୍ଣ୍ଣ ଭରସା ଓ ସମ୍ମାନ ରହିଛି । ଏଭଳି ଏକ ସ୍ପର୍ଶକାତର ଓ ସମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଅହେତୁକ ଓ କ୍ରମାଗତ ନୀରବତା ମୁଖ୍ୟମନ୍ତ୍ରୀଙ୍କ ମାଆକୁ ସମ୍ମାନ ନାରା ପ୍ରତି ଘୋର ଅପମାନ ବୋଲି ସେ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥି, ଶୁଭଶ୍ରୀ ପଣ୍ଡା ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story