ଦମ୍ ଦେଖାଇଲେ ଅପରାଜିତା, ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ଏକମାତ୍ର ସାଂସଦ ଭାବେ ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିିତା ଷଡ଼ଙ୍ଗୀ ପ୍ରତିଷ୍ଠିତ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ(ଆଇପିୟୁ)ର କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ ହେବା ପରେ ଆଜି ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ହଜାର ହଜାର ସମର୍ଥକ ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରିବା ସହ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ପଳାସପଲ୍ଲୀସ୍ଥିତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଏହି ଭବ୍ୟ ସ୍ୱାଗତ ଓ ଶୋଭାଯାତ୍ରା […]

BJP

Ordigital Desk
  • Published: Thursday, 20 October 2022
  • , Updated: 20 October 2022, 09:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ଏକମାତ୍ର ସାଂସଦ ଭାବେ ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିିତା ଷଡ଼ଙ୍ଗୀ ପ୍ରତିଷ୍ଠିତ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ(ଆଇପିୟୁ)ର କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ ହେବା ପରେ ଆଜି ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ହଜାର ହଜାର ସମର୍ଥକ ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରିବା ସହ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ପଳାସପଲ୍ଲୀସ୍ଥିତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଏହି ଭବ୍ୟ ସ୍ୱାଗତ ଓ ଶୋଭାଯାତ୍ରା ମାଧ୍ୟମରେ ଅପରାଜିତା ନିଜର ଦମ୍ ଦେଖାଇଥିବା ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ରାୱାଣ୍ଡାରେ ଆଇପିୟୁ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ନିର୍ବାଚିତ ହୋଇ ଆଜି ଭୁବନେଶ୍ୱର ଫେରିବା ପରେ ତାଙ୍କୁ ବିମାନ ବନ୍ଦରରେ ହଜାର ହଜାର ସମର୍ଥକମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇଥିଲେ । ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ, ବାଜା ଓ ସମର କଳା ମାଧ୍ୟମରେ ତାଙ୍କର ସମର୍ଥକମାନେ ସ୍ୱାଗତ କରିଥିବାବେଳେ ଅପରାଜିତା ଜିନ୍ଦାବାଦ ସ୍ଲୋଗାନ ଦେଇ ଏକ ବିଶାଳ ଶୋଭାଯାତ୍ରାରେ ନେଇଥିଲେ । ଅପରାଜିତା ଜିନ୍ଦାବାଦ, ଅପରାଜିତା ଆମର ନେତା ଆଦି ସ୍ଲୋଗାନ ଦେଇ ବିମାନ ବନ୍ଦରରୁ ନବୀନ ନିବାସ ବାଟ ଦେଇ ପଳାସପଲ୍ଲୀ ଅଫିସ୍ ପର୍ଯ୍ୟନ୍ତ ତାଙ୍କ ଅଫିସକୁ ଶୋଭାଯାତ୍ରାରେ ନେଇଥିଲେ ।

ଏହି ଅବସରରେ ସାଂସଦ ଅପରାଜିତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଇପିୟୁ କାର୍ଯ୍ୟନିର୍ବାହୀ କମିଟିକୁ ସେ ନିର୍ବାଚିତ ହେବା ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ । ଏହାର ସମସ୍ତ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର । ଏହା ଭାରତୀୟଙ୍କ ବିଜୟ ଓ ଓଡ଼ିଶାବାସୀଙ୍କ ଗୌରବ । ଏହା କେବଳ ଆନ୍ତର୍ଜାତିକସ୍ତରରେ ଭାରତର ଛବିକୁ ଆଗକୁ ନେଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚେଷ୍ଟା ଯୋଗୁ ସମ୍ଭବପର ହୋଇପାରିଛି । ଏହି ଆନ୍ତର୍ଜାତିକ କମିଟିରେ ଗତ ୨୦ବର୍ଷ ହେଲା ଭାରତର କୌଣସି ପ୍ରତିନିଧିତ୍ୱ ନଥିଲା । ଶେଷଥର ପାଇଁ କମିଟିରେ ଭାରତ ପକ୍ଷରୁ ନଜମା ହେପତୁଲ୍ଲା ପ୍ରତିନିଧିତ୍ୱ କରୁଥିଲେ । ଏହି ସଫଳତା ପାଇଥିବାରୁ ସେ ପ୍ରଥମେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ପରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି ।

Related story