ପୁଣି ପଦାରେ ପଡ଼ିଲା କଂଗ୍ରେସ କଳି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଅଶାନ୍ତ ହେଲା କଂଗ୍ରେସ। ଲଗାତର ଗୋଷ୍ଠୀ କନ୍ଦଳ କଂଗ୍ରେସକୁ ଏବେ ଚିନ୍ତାରେ ପକାଇ ଦେଇଛି। ଆଜି କଂଗ୍ରେସ ଭବନରେ ଓବିସି ସେଲ୍ ଅଧ୍ୟକ୍ଷ ବିଷ୍ଣୁ ବାରିକଙ୍କୁ ଗୋଟିଏ ରୁମରେ ବନ୍ଦ କରିଦେଇ ମରାମରି କରାଯାଇଥିବା ଘଟଣା ଏବେ କଂଗ୍ରେସ କନ୍ଦଳକୁ ପଦାରେ ପକାଇଛି। ତିର୍ତ୍ତୋଲ ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଏହା ପଛର କାରଣ କୁହାଯାଉଛି। କାରଣ ବିରୋଧୀ ଗୋଷ୍ଠୀ ବିଷ୍ଣୁଙ୍କର ବିଜେଡି ସହ ଅସାଧୁ ମେଣ୍ଟ ଥିବା ଅଭିଯୋଗ ଆଣିଛନ୍ତି। […]

congress

congress

Ranjit Kumar Jena
  • Published: Thursday, 25 February 2021
  • Updated: 25 February 2021, 09:26 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଅଶାନ୍ତ ହେଲା କଂଗ୍ରେସ। ଲଗାତର ଗୋଷ୍ଠୀ କନ୍ଦଳ କଂଗ୍ରେସକୁ ଏବେ ଚିନ୍ତାରେ ପକାଇ ଦେଇଛି। ଆଜି କଂଗ୍ରେସ ଭବନରେ ଓବିସି ସେଲ୍ ଅଧ୍ୟକ୍ଷ ବିଷ୍ଣୁ ବାରିକଙ୍କୁ ଗୋଟିଏ ରୁମରେ ବନ୍ଦ କରିଦେଇ ମରାମରି କରାଯାଇଥିବା ଘଟଣା ଏବେ କଂଗ୍ରେସ କନ୍ଦଳକୁ ପଦାରେ ପକାଇଛି। ତିର୍ତ୍ତୋଲ ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଏହା ପଛର କାରଣ କୁହାଯାଉଛି। କାରଣ ବିରୋଧୀ ଗୋଷ୍ଠୀ ବିଷ୍ଣୁଙ୍କର ବିଜେଡି ସହ ଅସାଧୁ ମେଣ୍ଟ ଥିବା ଅଭିଯୋଗ ଆଣିଛନ୍ତି। ତେବେ ବିଷ୍ଣୁ ଏହି ମାରପିଟ୍ ପାଇଁ ସିଧାସଳଖ ଚିରଞ୍ଜୀବି ବିଶ୍ୱାଳ ଗୋଷ୍ଠୀକୁ ଦାୟୀ କରିଛନ୍ତି।

ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ଭଙ୍ଗାରୁଜା ସହ ପୋଷ୍ଟର ଚିରିଛନ୍ତି ବିରୋଧୀ ଗୋଷ୍ଠୀ। ସେମାନେ ଅଭିଯୋଗ ଆଣିଛନ୍ତି ଯେ ଗତ ତିର୍ତ୍ତୋଲ ଉପନିର୍ବାଚନରେ ବିଷ୍ଣୁ ଶାସକ ବିଜେଡି ସହ ଅସାଧୁ ମେଣ୍ଟ କରି ଦଳକୁ ହରାଇବାରେ ମୁଖ୍ୟ ଭୂମିକା ନେଇଛନ୍ତି। ତେଣୁ ତାଙ୍କୁ ତୁରନ୍ତ ପାର୍ଟିରୁ ବହିଷ୍କାର କରାଯିବା ସହ ବୈଠକରେ ସାମିଲ ନକରିବାକୁ ବିରୋଧୀ ଗୋଷ୍ଠୀ ଦାବି କରିଥିଲେ। ତେଣେ ଚିରଞ୍ଜୀବ ବିଶ୍ୱାଳଙ୍କ ସମର୍ଥକ ତାଙ୍କୁ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ବିଷ୍ଣୁ।

ତେବେ କଂଗ୍ରେସ ଭବନରେ ହିଂସାକାଣ୍ଡ କିଛି ନୂଆ କଥା ନୁହେଁ। ଅସନ୍ତୁଷ୍ଟଙ୍କୁ ନେଇ କଂଗ୍ରେସ ଭବନରେ ଅନେକ ଥର ଏଭଳି ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। କେତେବେଳ ପିସିସି ପରିବର୍ତ୍ତନକୁ ନେଇ ଏଭଳି ହିଂସାକାଣ୍ଡ ହୋଇଥିବା ବେଳେ ତ ଆଉ କେତେବେଳେ ପଦବୀକୁ ନେଇ କଂଗ୍ରେସର ଗୋଷ୍ଠୀ କନ୍ଦଳ ପଦାରେ ପଡିଥିବାର ନଜିର ରହିଛି। ଏପରିକି ଗତବର୍ଷ ଜାନୁଆରୀ ୧୭ ତାରିଖରେ ତତ୍କାଳୀନ ପ୍ରଭାରୀ ଜିତେନ୍ଦ୍ର ସିଂ କଂଗ୍ରେସ ଭବନରେ ବୈଠକ କରୁଥିବାବେଳେ ନିଲମ୍ବିତ ଛାତ୍ର ନେତା ଇତୀଶ ପ୍ରଧାନ ବାହାରେ ନିଜ ସମର୍ଥକଙ୍କ ସହ ଘେରାଉ କରିଥିଲେ। ଆଉ ଏହାକୁ କାଉଣ୍ଟର ଆଟାକ୍ କରିବାକୁ କଂଗ୍ରେସ ଭବନରେ ବାଉନ୍ସର ପଇଁତରା ମାରିଥିଲେ।

ଜୁନ୍ ୨୩ ତାରିଖରେ ନବନିଯୁକ୍ତ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଦାୟିତ୍ୱ ନେବାକୁ ଆସିବା ପୂର୍ବରୁ ଅସନ୍ତୁଷ୍ଟ ଗୋଷ୍ଠୀ କଂଗ୍ରେସ ଭବନରେ ମାରଣାସ୍ତ୍ର ନେଇ ହୋହଲ୍ଲା କରିଥିଲେ। ସେହିପରି ଦୁଇବର୍ଷ ତଳେ ଯୁବ କଂଗ୍ରେସର କିଛି ଅସନ୍ତୁଷ୍ଟ କଂଗ୍ରେସ ଭବନରେ ଭଙ୍ଗାରୁଜା କରିଥିଲେ। ପୂର୍ବତନ ପ୍ରଭାରୀ ବିକେ ହରିପ୍ରସାଦଙ୍କ ସମୟରେ ବି ଭୁବନେଶ୍ୱରର ଏକ ହୋଟେଲରେ ବୈଠକ ଚାଲିଥିବାବେଳେ ଅସନ୍ତୁଷ୍ଟ ପ୍ରତିବାଦ ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos