କୃଷି ଆଇନ୍ ରଦ୍ଦ, ମୁଣ୍ଡରେ ହାତ ଦେଲା କି କଂଗ୍ରେସ?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ତିନି କୃଷି ଆଇନ ରଦ୍ଦ କରିଛନ୍ତି। ଏହାକୁ ନେଇ କେନ୍ଦ୍ରର ମୋଦି ସରକାର ବ୍ୟାକଫୁଟରେ । ବିରୋଧୀ ଏବଂ ଆନ୍ଦୋଳନକାରୀ ଚାଷୀଙ୍କର ଏହା ବିଜୟ ବୋଲି କୁହାଯାଉଛି। କିନ୍ତୁ ଅସଲରେ କାହାର ବିଜୟ ହୋଇଛି, ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ଫଳାଫଳରୁ ତାହା ଜଣାପଡିବ। ଯାହାକି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ବୋଲି କୁହାଯାଉଛି। ଶାସକ ବିଜେପି ସରକାରର ଏପରି ନିଷ୍ପତ୍ତି କିନ୍ତୁ ଆଗକୁ ବିରୋଧୀ କଂଗ୍ରେସ ପାଇଁ ଅଡୁଆ […]

Rahul and Sonia gandhi

Rahul and Sonia gandhi

Madhupriya Mistry
  • Published: Friday, 19 November 2021
  • Updated: 19 November 2021, 06:26 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ତିନି କୃଷି ଆଇନ ରଦ୍ଦ କରିଛନ୍ତି। ଏହାକୁ ନେଇ କେନ୍ଦ୍ରର ମୋଦି ସରକାର ବ୍ୟାକଫୁଟରେ । ବିରୋଧୀ ଏବଂ ଆନ୍ଦୋଳନକାରୀ ଚାଷୀଙ୍କର ଏହା ବିଜୟ ବୋଲି କୁହାଯାଉଛି। କିନ୍ତୁ ଅସଲରେ କାହାର ବିଜୟ ହୋଇଛି, ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ଫଳାଫଳରୁ ତାହା ଜଣାପଡିବ। ଯାହାକି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ବୋଲି କୁହାଯାଉଛି। ଶାସକ ବିଜେପି ସରକାରର ଏପରି ନିଷ୍ପତ୍ତି କିନ୍ତୁ ଆଗକୁ ବିରୋଧୀ କଂଗ୍ରେସ ପାଇଁ ଅଡୁଆ ବଢାଇବ ବୋଲି କୁହାଯାଉଛି। ଯାହାକି ବିଜେପିକୁ ସୁହାଇବ। ଆଉ କ୍ଷମତାରେ ରହିବାକୁ ଯାଇ ମୋଦି ସରକାର ଏବେ ଆନ୍ଦୋଳନକାରୀଙ୍କ ଆଗରେ ମୁଣ୍ଡ ନୁଆଁଇଥିବା ଦିଲ୍ଲୀ ଦରବାରରେ ଚର୍ଚ୍ଚା ହେଉଛି।

ଯେତେବେଳେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ନେତା କ୍ୟାପଟେନ ଅମରିନ୍ଦର ସିଂଙ୍କୁ ପଚରାଯାଇଥିଲା, ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ? ତାଙ୍କ ଦଳ ବିଜେପି ସହିତ ଯିବ କି? ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ମୁଁ ତିନି ମାସ ଧରି ଏହା କହୁଥିଲି। ମୁଁ କହିଥିଲି ଯେ କୃଷକଙ୍କ ସମସ୍ୟା ପ୍ରଥମ, ଏହାର ସମାଧାନ ହେଲେ ଆମେ ଆପଣଙ୍କ (ବିଜେପି) ସହ ସିଟ୍ ଆଡଜଷ୍ଟମେଣ୍ଟ୍ କରିବୁ।

ତିନି କୃଷି ଆଇନ ପ୍ରତ୍ୟାହାର ଘୋଷଣା ବର୍ତ୍ତମାନ ପଞ୍ଜାବରେ ଏକ ନୂଆ ରାଜନୀତିକ ସମୀକରଣ ତିଆରି କରିଛି। ରାଜ୍ୟରେ ଶାସନ ଭାର କଂଗ୍ରେସ ହାତରେ ରହିଛି। ହେଲେ ପୂର୍ବ ବିଧାନସଭା ନିର୍ବାଚନରେ ଯିଏ କଂଗ୍ରେସର ପୋଷ୍ଟର ବୟ ସିଏ ଏବେ ନୂଆ ଦଳ ଗଢିଛନ୍ତି। ଆଉ ରାଜ୍ୟରେ କଂଗ୍ରେସ ଭିତରେ ଚାଲିଥିବା କନ୍ଦଳର ଭରପୁର ଫାଇଦା ନେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଅପେକ୍ଷା କରିଛନ୍ତି। କହିବାକୁ ଗଲେ କଂଗ୍ରେସର ଦଳ ଭିତରେ ଉପୁଜିଥିବା ସ୍ଥିତି ଅମରିନ୍ଦରଙ୍କ ନୂଆ ରାଜନୀତିକ ଦଳକୁ ଉର୍ବର କରିବାରେ ସହଯୋଗ କରୁଛି। ଆଉ ବିହନ କେମିତି ବୁଣିବେ ଅମରିନ୍ଦର ତାକୁ କେବଳଦେଖିବାକୁ ବାକି ରହିଲା।

ପଞ୍ଜାବରେ ଅମରିନ୍ଦର କଂଗ୍ରେସ ଛାଡିବା ପରେ ବିଜେପି ସହିତ ଯୋଗାଯୋଗରେ ରହିଛନ୍ତି। ଏମିତିକି ଅମରିନ୍ଦରଙ୍କ ପଛରେ ବିଜେପି ଛିଡା ହୋଇଛି ବୋଲି କୁହାଯାଉଛି। ରାଜ୍ୟରେ କ୍ୟାପଟେନ ଗୋଟିଏ ବଡ ଚେହେରା। ୨୦୧୭ରେ ଯେତେବେଳେ କଂଗ୍ରେସ ଦୟନୀୟ ସ୍ଥିତିରେ ଥିଲା ସେତେବେଳେ ବିନା ରାହୁଲ ଓ ପ୍ରିୟଙ୍କାଙ୍କ ପ୍ରଚାରରେ କ୍ୟାପଟେନ ଅମରିନ୍ଦରଙ୍କ ନେତୃତ୍ୱରେ କଂଗ୍ରେସ କ୍ଷମତାକୁ ଫେରିଥିଲା। ତେଣୁ ଏବେ କୃଷି ଆଇନ ରଦ୍ଦ ପରେ ବିଜେପି ଏବେ ଅମରିନ୍ଦରଙ୍କ ପରଦା ପଛରେ ସମର୍ଥନ କରି କଂଗ୍ରେସକୁ କ୍ଷମତାଚ୍ୟୁତ କରିବାକୁ ଲକ୍ଷ୍ୟ ରଖିଛି । ଖାଲି ଏତିକି ନୁହେଁ ଏବେ ବିରୋଧୀ ଆସନରେ ଥିବା ଶିରୋମଣି ଅକାଳି ଦଳ ମଧ୍ୟ ଆଗାମୀ ଦିନରେ କ୍ୟାପଟେନଙ୍କୁ ସମର୍ଥନ କରିପାରେ। କାରଣ କ୍ୟାପଟେନ ଏହି ଦଳରେ ମଧ୍ୟ କିଛି ଦିନ ଥିଲେ। ଆଉ ଅମରିନ୍ଦର କଂଗ୍ରେସରେ ଥାଇ ବିରୋଧୀ ଶିରୋମଣି ଅକାଳି ଦଳ ସହ ଥିଲେ ବୋଲି ପଞ୍ଜାବ କଂଗ୍ରେସ ନେତା ଅନେକ ଥର ଅଭିଯୋଗ କରିଛନ୍ତି।

ସେହିପରି ସମାନ ସମୟରେ ୟୁପିରେ ମଧ୍ୟ ବିଧାନସଭା ନିର୍ବାଚନ ରହିଛି। ଯଦିଓ ଚାଷୀ ଆନ୍ଦୋଳନ ବେଳେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଛି କିନ୍ତୁ ବିଧାନସଭା ଆସନ ବେଳେ ସମସ୍ତ ବିରୋଧୀ ଏବଂ ଚାଷୀ ଆନ୍ଦୋଳନକାରୀ ଗଣିତ ଓଲଟପାଲଟ କରିପାରନ୍ତି ବୋଲି ବିଜେପି ଏକ ସର୍ଭେରୁ ହୃଦବୋଧ କରିଛି।

ଅନ୍ୟପଟେ ଏବେର ଦରବୃଦ୍ଧି ଯଦିଓ ଲୋକଙ୍କୁ ବାଧିଛି ହେଲେ କରୋନା ଏବଂ ବିଭିନ୍ନ ପ୍ରସଙ୍ଗ ଚାଲିଥିବାରୁ ଲୋକେ ଏତେଟା କେନ୍ଦ୍ର ବିରୋଧରେ ନାହାନ୍ତି। କିନ୍ତୁ ଚାଷୀ ଆନ୍ଦୋଳନ ପାଇଁ କ୍ଷମତା ହାତରୁ ଖସି ନଯାଉ ଭାବି ମୋଦି ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏହି ନିଷ୍ପତ୍ତି ପରେ ବିରୋଧୀଙ୍କ ହାତ ଖାଲି ବୋଲି କୁହାଯାଉଛି। କାରଣ ତିନି କୃଷି ଆଇନ ବିବାଦୀୟ ହୋଇପଡିବା ପରେ ବିରୋଧୀ ଏହାକୁ ପ୍ରମୁଖ ଅସ୍ତ୍ର କରି କେନ୍ଦ୍ରକୁ ଘେରୁଥିଲେ।

ପଞ୍ଜାବରେ କୃଷକଙ୍କ କ୍ରୋଧର ସମ୍ମୁଖୀନ ହେଉଥିବା ଜାଫର ପାର୍ଟି ପାଇଁ ବର୍ଷ ବର୍ଷ ଧରି ଚାଲିଥିବା ଆନ୍ଦୋଳନର ସମାପ୍ତି ଏକ ବଡ଼ ଆରାମ। କୃଷି ନିୟମ କେବଳ ଶିରୋମଣି ଅକାଲୀ ଦଳ ସହ ୨୪ ବର୍ଷ ପୁରୁଣା ନିର୍ବାଚନ ମେଣ୍ଟ ଭାଙ୍ଗି ନଥିଲା, ବରଂ ପଞ୍ଜାବର ଗ୍ରାମାଞ୍ଚଳରେ ଶିଖ ଚାଷୀଙ୍କ କ୍ରୋଧର ସମ୍ମୁଖୀନ ହୋଇଥିଲା। ବର୍ତ୍ତମାନ ମୋଦିଙ୍କ ଏହି ନିଷ୍ପତ୍ତିର ଫାଇଦା ଉଠାଇବାକୁ ବିଜେପି ଆଶା କରୁଛି। ଆମେ ଆପଣଙ୍କୁ କହିବୁ ଯେ ଏହାର କିଛି ଦିନ ପୂର୍ବରୁ କର୍ତ୍ତାରପୁର କରିଡର ଖୋଲିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story