ନିରଞ୍ଜନଙ୍କୁ ସୁରଙ୍କ ଉତ୍ତର- ‘ମୋର ଅନ୍ୟ ନେତାଙ୍କ ପରି ନଟର ପଟର ଧନ୍ଦା ନାହିଁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କଂଗ୍ରେସ ଦଳରେ ରହି ସର୍ବଦା କଂଗ୍ରେସ ଦଳ ପାଇଁ କାର୍ଯ୍ୟ କରିଛି। ମୋର ଅନ୍ୟ ନେତାଙ୍କ ପରି ନଟର ପଟର ଧନ୍ଦା ନାହିଁ।’ ପିସିସି ସଭାପତି ଚୟନ ନବୀନ ପଟ୍ଟନାୟକଙ୍କ ଇଙ୍ଗିତରେ ହୁଏ ବୋଲି ମନ୍ତବ୍ୟ ଦେବା ପ୍ରସଙ୍ଗରେ ଦଳ ତରଫରୁ ତାଙ୍କୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସ୍‌ର ଜବାବରେ ଏହି କଥା ଉଲ୍ଲେଖ କରିଛନ୍ତି ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଚିଠିରେ […]

Sura-Routray

Sura-Routray

Jitendra Garnayak
  • Published: Wednesday, 27 April 2022
  • Updated: 27 April 2022, 10:35 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କଂଗ୍ରେସ ଦଳରେ ରହି ସର୍ବଦା କଂଗ୍ରେସ ଦଳ ପାଇଁ କାର୍ଯ୍ୟ କରିଛି। ମୋର ଅନ୍ୟ ନେତାଙ୍କ ପରି ନଟର ପଟର ଧନ୍ଦା ନାହିଁ।’ ପିସିସି ସଭାପତି ଚୟନ ନବୀନ ପଟ୍ଟନାୟକଙ୍କ ଇଙ୍ଗିତରେ ହୁଏ ବୋଲି ମନ୍ତବ୍ୟ ଦେବା ପ୍ରସଙ୍ଗରେ ଦଳ ତରଫରୁ ତାଙ୍କୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସ୍‌ର ଜବାବରେ ଏହି କଥା ଉଲ୍ଲେଖ କରିଛନ୍ତି ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଚିଠିରେ ଶ୍ରୀ ରାଉତରାୟ ଉଲ୍ଲେଖ କରିଛନ୍ତି, ପୂର୍ବରୁ ପିସିସି ସଭାପତି ପରିବର୍ତ୍ତନ ସମୟରେ ନବୀନ ପଟ୍ଟନାୟକଙ୍କ ଇଙ୍ଗିତରେ ଏହା ହୋଇଛି ବୋଲି କେତେ ଜଣ ବିବୃତି ଦେଇଛନ୍ତି। ବହୁ ସମୟରେ କଂଗ୍ରେସର ବହୁ ତୁଙ୍ଗ ନେତା ପିସିସି ପରିବର୍ତ୍ତନ, ବିରୋଧୀ ଦଳ ନେତା ପରିବର୍ତ୍ତନ, ଦଳୀୟ ଟିକେଟ୍‌ରେ ହେରାଫେରି ଇତ୍ୟାଦି ଉପରେ ବହୁ ବିବୃତ୍ତି ଦେଇଛନ୍ତି। ଏହା କ’ଣ ଦଳକୁ କ୍ଷତି ପହଞ୍ଚାଇଛି? ୨୦୧୯ ସାଧାରଣ ନିର୍ବାଚନର ଟିକେଟ ବଣ୍ଟା ଏବଂ ଫଳାଫଳ ଉପରେ ଯେଉଁମାନେ ବିବୃତି ଦେଇଥିଲେ, ତାହା ଗରିମା ବଢ଼ାଇଥିଲା କି?

ସୁର ରାଉତରାୟ ଆହୁରି ଲେଖିଛନ୍ତି, ଗତ ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ କେଉଁ ନେତା କେତେ ନିର୍ବାଚନ ପ୍ରଚାର କରିଛନ୍ତି, ତା’ର ହିସାବ ଆପଣଙ୍କ ନିକଟରେ ଥିବ। ଗତକାଲି ଆପଣଙ୍କ ରୁମ୍‌ରେ ଯେଉଁମାନେ ବସିଥିଲେ, ସେମାନେ କେବେ ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି କି? ଏହି ଦୁର୍ଦ୍ଦିନରେ ଦଳ ପାଇଁ କିଏ କ’ଣ କରିଛନ୍ତି ଅବା କରୁଛନ୍ତି, ଆପଣ ଭଲ ରୂପେ ଜାଣନ୍ତି।

ଦୀର୍ଘ ୫୦ ବର୍ଷ ହେଲା ଦଳର ଜଣେ ଶୃଙ୍ଖଳିତ ସଭ୍ୟ ହିସାବରେ କାମ କରି ଆସୁଛି। ଓଡ଼ିଶାର ଜନସାଧାରଣ ମୁଁ କ’ଣ ଭଲ ରୂପେ ଜାଣନ୍ତି ବୋଲି ଶ୍ରୀ ରାଉତରାୟ ଉଲ୍ଲେଖ କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି, ମୋ ବିବୃତି ଯଦି ଦଳର କ୍ଷତି ପହଞ୍ଚାଇଛି, ସେଥିପାଇଁ ମୁଁ ଗଭୀର ଦୁଃଖ ପ୍ରକାଶ କରୁଛି।

କାରଣ ଦର୍ଶାଅ ନୋଟିସ୍ ଉପରେ ପ୍ରତିକ୍ରିୟା ରଖି ଗତକାଲି ସୁର କହିଥିଲେ ଯେ ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି ପୂର୍ବରୁ ନିଜେ ନିରଞ୍ଜନ ପଟ୍ଟନାୟକ ବି ସେହି କଥା କହିଥିଲେ। ଏମିତିକି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ସମାନ ପ୍ରକାର ମନ୍ତବ୍ୟ ଦେଇଥିଲେ। ତେଣୁ ନିରଞ୍ଜନ ଓ ଜୟଦେବ କ୍ଷମା ନ ମାଗିଲା ପର୍ଯ୍ୟନ୍ତ ସେ କ୍ଷମା ମାଗିବେ ନାହିଁ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ପୂର୍ବରୁ ସେ ଏଭଳି (ପିସିସି ସଭାପତି ନବୀନ ପଟ୍ଟନାୟକଙ୍କ ଇଚ୍ଛାରେ ବଦଳନ୍ତି ଓ ନିଯୁକ୍ତ ହୁଅନ୍ତି) କିଛି କହି ନାହାନ୍ତି। ସେହିପରି ଜୟଦେବ ଜେନା ଏଭଳି କେବେ କହିଥିବା ସେ ଜାଣିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story