‘୨୭% ସଂରକ୍ଷଣ ନାଁରେ ଶାସକ ବିଜେଡି ପୁଣି ପଛୁଆ ବର୍ଗଙ୍କୁ ବିଭ୍ରାନ୍ତ କରୁଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୧ବର୍ଷ ଧରି ରାଜ୍ୟର ପଛୁଆ ବର୍ଗର ଛାତ୍ରଛାତ୍ରୀ ଓ ଯୁବକଯୁବତୀଙ୍କୁ ଶିକ୍ଷା, ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦେବାରେ ବିଫଳ ଥିବା ଶାସକ ବିଜେଡି ଏବେ ପଂଚାୟତ ଓ ପୌର ନିର୍ବାଚନ ପାର ହେବା ପାଇଁ ଭୁଆଁ ବୁଲାଇବାକୁ ପ୍ରୟାସ କରିଛି। ପଛୁଆ ବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରିଥିବା ବିଜେଡି ସରକାର ଦୁଇଦିନ ତଳେ କ୍ୟାବିନେଟରେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କଥା କହି ପୁଣି ବିଭ୍ରାନ୍ତ କରିବାକୁ ପ୍ରୟାସ […]

BJP

BJP

Ordigital Desk
  • Published: Friday, 03 September 2021
  • Updated: 03 September 2021, 10:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୧ବର୍ଷ ଧରି ରାଜ୍ୟର ପଛୁଆ ବର୍ଗର ଛାତ୍ରଛାତ୍ରୀ ଓ ଯୁବକଯୁବତୀଙ୍କୁ ଶିକ୍ଷା, ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦେବାରେ ବିଫଳ ଥିବା ଶାସକ ବିଜେଡି ଏବେ ପଂଚାୟତ ଓ ପୌର ନିର୍ବାଚନ ପାର ହେବା ପାଇଁ ଭୁଆଁ ବୁଲାଇବାକୁ ପ୍ରୟାସ କରିଛି। ପଛୁଆ ବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରିଥିବା ବିଜେଡି ସରକାର ଦୁଇଦିନ ତଳେ କ୍ୟାବିନେଟରେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କଥା କହି ପୁଣି ବିଭ୍ରାନ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗତ ଦୁଇ ଦିନ ତଳେ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ପୈାର ଓ ପଂଚାୟତ ନିର୍ବାଚନରେ ସର୍ବାଧିକ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ମାତ୍ର ୧୯୯୬ ମସିହାଠାରୁ ୫ଟି ପଂଚାୟତ ନିର୍ବାଚନ ଏବଂ ପୈାର ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଥିଲା । କିନ୍ତୁ ୨୦୧୮ ମସିହାରେ ପୈାର ନିର୍ବାଚନ ପାଇଁ ୬୫ ପ୍ରତିଶତ ସଂରକ୍ଷଣ ବିରୁଦ୍ଧରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏକ ମକଦ୍ଦମାର ରାୟରେ ହାଇକୋର୍ଟ ୫୦ ପ୍ରତିଶତ ସଂରକ୍ଷଣ କଥା ଉଠାଇଲେ।

ପଛୁଆ ବର୍ଗ ପ୍ରତି ରାଜ୍ୟ ସରକାରଙ୍କ କ୍ରମାଗତ ଅଣଦେଖା ଓ ଅସୂୟା ମନୋଭାବ କାରଣରୁ କୋର୍ଟରେ ଉପଯୁକ୍ତ ପକ୍ଷ ରଖାଯାଇନଥିଲା। ଏହି ନିଷ୍ପତ୍ତିକୁ ବାହାନା କରି ରାଜ୍ୟ ସରକାର ପୈାର ନିର୍ବାଚନ ଘୁଂଚାଇବାରେ ସଫଳ ହେଲେ ଏବଂ ପଛୁଆ ବର୍ଗ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଲେ। ଆଉ ରାଜ୍ୟ ସରକାର ତାଙ୍କର ଷଡ଼ଯନ୍ତ୍ରରେ ସଫଳ ହେଲେ । ଆଉ ଶାସକ ବିଜେଡି ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ‘ମଳୁ ଲୋଡୁଥିଲା କାକର ପାଣି, ବଇଦ କହିଲା ଦେ ତୋରାଣି' ଭଳି ହେଲା । ରାଜ୍ୟରେ ସର୍ବାଧିକ ଅନୁସୁଚିତ ଅଂଚଳ ଥିବା ଏବଂ ପଛୁଆ ବର୍ଗଙ୍କ ସଂଖ୍ୟା ୫୨ ପ୍ରତିଶତ ଥିବାବେଳେ ରାଜ୍ୟ ସରକାର ଏହି ତଥ୍ୟକୁ କୋର୍ଟରେ ଉପସ୍ଥାପିତ କାହିଁକି କରିଲେ ନାହିଁ ? ପରବର୍ତୀ ସମୟରେ ସୁପ୍ରିମକୋର୍ଟ ଯାଇଥିବା ରାଜ୍ୟ ସରକାର ପଛୁଆ ବର୍ଗ ସଂରକ୍ଷଣ ସପକ୍ଷରେ ପକ୍ଷ ରଖିବା ପାଇଁ କେଉଁ ବରିଷ୍ଠ ଆଇନଜୀବୀଙ୍କୁ ନିଯୁକ୍ତି ଦେଇଥିଲେ ? ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ତରଫରୁ କଣ ତଥ୍ୟପ୍ରମାଣ ଉପସ୍ଥାପିତ କରିଥିଲେ, ଏହା ରାଜ୍ୟର ୨.୫କୋଟି ପଛୁଆ ବର୍ଗ ଲୋକଙ୍କୁ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିଜେପି ଦାବି କରୁଛି ।

ପଛୁଆ ବର୍ଗଙ୍କ ଉଦ୍ଦେଶ୍ୟରେ ‘କ୍ରିମି ଲେୟାର'ର ବାହାନା କରି ଶାସକ ବିଜେଡି ପକ୍ଷରୁ ପୁଣି ଥରେ ବିଭ୍ରାନ୍ତ କରିବାର ଅପଚେଷ୍ଟା ଆରମ୍ଭ ହୋଇଛି। ରାଜ୍ୟରେ ପଛୁଆ ବର୍ଗଙ୍କ ପରିବାର ସଦସ୍ୟଙ୍କ ଦରମା, କୃଷିଭିତ୍ତିକ ଆୟ ସମେତ ବିଭିନ୍ନ ଆଳ ଓ ବାହାନା ଦର୍ଶାଇ ଅଧିକାଂଶ ପଛୁଆ ବର୍ଗ ଲୋକମାନଙ୍କୁ ସାର୍ଟିଫିକେଟ ନଦେବାର ଷଡ଼ଯନ୍ତ୍ର କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମଣ୍ଡଳ କମିଶନ ସୁପାରିଶର ଏହା ପରିପନ୍ଥୀ। କେଉଁ କେଉଁ ନୂତନ ଜାତି ଓ ଉପଜାତିକୁ ପଛୁଆ ବର୍ଗରେ ସାମିଲ କରାଯିବ, ସେ ଦାୟିତ୍ୱ ହେଲା ରାଜ୍ୟ ସରକାରଙ୍କର। କେଉଁ କେଉଁ ଜାତିକୁ ପଛୁଆ ବର୍ଗରେ ସାମିଲ କରାଯିବ, ତାର ଚୁଡାନ୍ତ ତାଲିକା ବର୍ତମାନ ସୁଦ୍ଧା କରିନାହାନ୍ତି। କିନ୍ତୁ ଜାତି ଆଧାରରେ ଜନଗଣନା ପାଇଁ ଦାବି କରି ପ୍ରହେଳିକା ସୃଷ୍ଟି କରୁଛନ୍ତି।

ରାଜ୍ୟରେ ଓବିସି କମିଶନ ଗଠନ ହେବାର ୨ ବର୍ଷ ବିତିଯାଇଥିଲେ ସୁଦ୍ଧା ନୂତନ ତାଲିକା ପ୍ରସ୍ତୁତ କରାଯାଇପାରିଲା ନାହିଁ । କିଛି ନିର୍ଦ୍ଦିଷ୍ଟ ବର୍ଗର ବ୍ୟକ୍ତି ଯେଉଁମାନେ ଦୀର୍ଘ ସମୟ ଧରି ଶାସନକୁ ମାଡ଼ି ବସିଛନ୍ତି ଏବଂ ତାଙ୍କ ପାଖ ଲୋକମାନେ ଏହି ଷଡ଼ଯନ୍ତ୍ରକୁ ସଫଳତାର ସହ କାର୍ଯ୍ୟକାରୀ କରି ଆସୁଛନ୍ତି। ୫୨ ପ୍ରତିଶତ ପଛୁଆ ବର୍ଗ ଜନସଂଖ୍ୟା ବିଶିଷ୍ଟ ଓଡ଼ିଶାରେ ପଛୁଆ ବର୍ଗଙ୍କ ବିକାଶ ଓ ସୁରକ୍ଷା ପାଇଁ ଶାସକ ବିଜେଡି ସବୁବେଳେ ପଛଘୁଂଚା ଦେଇଆସୁଛି ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତିା ଏହି ଅବସରରେ ବିଧାୟକ କେ.ନାରାୟଣ ରାଓ ଏବଂ ମିଡିଆ ସେଲ୍ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story