ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନର ତାରିଖ। ମେ’ ୧୬ ତାରିଖରେ ପିପିଲି ଉପନିର୍ବାଚନ ହେବ। ଏହାର ଦୁଇ ଦିନ ପରେ ଅର୍ଥାତ ୧୯ ତାରିଖରେ ଭୋଟ୍ ଗଣତି ହେବ। ପୂର୍ବରୁ ପିପିଲି ନିର୍ବାଚନ ପାଇଁ ମେ’ ୧୩ ତାରିଖ ଧାର୍ଯ୍ୟ କରାଯାଇଥିଲା। ଯେହେତୁ ୧୩ ତାରିଖରେ ଇଦ୍-ଉଲ୍-ଫିତର ପଡୁଛି, ତେଣୁ ଏହାକୁ ଦୃଷ୍ଟିରେ ରଖି ଉପନିର୍ବାଚନର ତାରିଖକୁ ପୁଣିଥରେ ଘୁଞ୍ଚାଯାଇଛି। ନିର୍ବାଚନ କମିଶନଙ୍କ ତରଫରୁ ନୋଟିଫିକେସନ୍ ଆସିବା ପରେ ରାଜ୍ୟ ନିର୍ବାଚନ ଅଧିକାରୀ […]

pipili

pipili

Ranjit Kumar Jena
  • Published: Thursday, 22 April 2021
  • Updated: 22 April 2021, 03:40 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନର ତାରିଖ। ମେ’ ୧୬ ତାରିଖରେ ପିପିଲି ଉପନିର୍ବାଚନ ହେବ। ଏହାର ଦୁଇ ଦିନ ପରେ ଅର୍ଥାତ ୧୯ ତାରିଖରେ ଭୋଟ୍ ଗଣତି ହେବ। ପୂର୍ବରୁ ପିପିଲି ନିର୍ବାଚନ ପାଇଁ ମେ’ ୧୩ ତାରିଖ ଧାର୍ଯ୍ୟ କରାଯାଇଥିଲା। ଯେହେତୁ ୧୩ ତାରିଖରେ ଇଦ୍-ଉଲ୍-ଫିତର ପଡୁଛି, ତେଣୁ ଏହାକୁ ଦୃଷ୍ଟିରେ ରଖି ଉପନିର୍ବାଚନର ତାରିଖକୁ ପୁଣିଥରେ ଘୁଞ୍ଚାଯାଇଛି। ନିର୍ବାଚନ କମିଶନଙ୍କ ତରଫରୁ ନୋଟିଫିକେସନ୍ ଆସିବା ପରେ ରାଜ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ସେହିପରି କରୋନା ସଂକ୍ରମଣ ପାଇଁ ନିର୍ବାଚନ କମିଶନ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ ସମ୍ବନ୍ଧରେ ବିସ୍ତୁତ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ। ଏଥର ନିର୍ବାଚନ ଦିନର ୪୮ ଘଣ୍ଟା ପରିବର୍ତ୍ତେ ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ରହିବ। ଅର୍ଥାତ୍ ପିପିଲିରେ ମେ’ ୧୩ ତାରିଖ ସନ୍ଧ୍ୟା ପରଠାରୁ ପ୍ରଚାର କାର୍ଯ୍ୟ ବନ୍ଦ କରାଯିବ।

ସେହିପରି ଉପନିର୍ବାଚନ ପାଇଁ କୌଣସି ରାଜନୈତିକ ସଭା ଓ ସମାବେଶକୁ ବାରଣ କରାଯାଇଛି। ଭର୍ଚୁଆଲ୍ ମାଧ୍ୟମରେ ରାଜନୈତିକ ଦଳମାନେ ପ୍ରଚାର କରିପାରିବେ। ସର୍ବାଧିକ ୫ ଜଣଙ୍କୁ ଘରକୁ ଘର ବୁଲି ପ୍ରଚାରରେ ଅନୁମତି ଦିଆଯାଇଛି। ଭୋଟଗ୍ରହଣ କେନ୍ଦ୍ରରେ ସମସ୍ତଙ୍କ ଶରୀର ତାପମାତ୍ରା ମପାଯିବ। ଲକ୍ଷଣ ଦେଖିଲେ ଟୋକନ ଦିଆଯିବ। ଲକ୍ଷଣ ଥିବା ବ୍ୟକ୍ତି ସନ୍ଧ୍ୟା ୫ ପରେ ଭୋଟ୍ ଦେବେ। ସବୁ ଭୋଟରଙ୍କୁ ଭୋଟ ଦେବା ପାଇଁ ଗୋଟିଏ ଲେଖାଏଁ ଗ୍ଲୋଭସ ମିଳିବ ବୋଲି ନିର୍ବାଚନ କମିଶନର ଗାଇଡଲାଇନରେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଏପ୍ରିଲ ୧୭ତାରିଖରେ ହେବାର କାର୍ଯ୍ୟସୂଚୀ ରହିଥିଲା। କିନ୍ତୁ ଏପ୍ରିଲ ୧୪ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ଯୋଗୁ ଏହି ଭୋଟଗ୍ରହଣକୁ ସ୍ଥଗିତ ରଖାଯାଇଥିଲା। ଏହା ପରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ମେ’ ୧୩ତାରିଖରେ ହେବା ପାଇଁ ସ୍ଥିର ହୋଇଥିଲା। ଭୋଟଗଣତି ମେ’ ୧୬ତାରିଖରେ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos