ଯୁବମୋର୍ଚ୍ଚା ସଭାପତିଙ୍କୁ ଆକ୍ରମଣ: ପୁଲିସ ନିଷ୍କ୍ରିୟତା ବିରୁଦ୍ଧରେ ଡିଜି ଅଫିସ୍ ଆଗରେ ବିଜେପିର ବିକ୍ଷୋଭ

ବିଜେପି ଯୁବମୋର୍ଚ୍ଚାର ହଜାର ହଜାର କର୍ମୀ ଆଜି କଟକସ୍ଥିତ ପୁଲିସ ଡିଜିଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Protest

ବିଜେପି ନେତା

Ordigital Desk
  • Published: Monday, 03 June 2024
  • Updated: 03 June 2024, 09:46 PM IST

Sports

Latest News

ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି ଡିଜି ଅଫିସ୍ ଘେରାଉ କରିଛି ବିଜେପି ଯୁବମୋର୍ଚ୍ଚା । ୭୨ଘଣ୍ଟା ପରେ ବି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇନଥିବାରୁ ଏହାକୁ ଦଳ ନିନ୍ଦା କରିବା ସହ ପୁଲିସର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି ।

ସୂଚନା ଅନୁସାରେ,ବିଜେପି ଯୁବମୋର୍ଚ୍ଚାର ହଜାର ହଜାର କର୍ମୀ ଆଜି କଟକସ୍ଥିତ ପୁଲିସ ଡିଜିଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଟକର ସମାଜ କାର୍ଯ୍ୟାଳୟଠାରୁ ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ପ୍ରତିବାଦ ଶୋଭଯାତ୍ରାରେ ବାହାରି ଡିଜିପିଙ୍କ କାର୍ଯ୍ୟାଳୟରେ ପହଁଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ବିଜେପି ଯୁବମୋର୍ଚ୍ଚାର ଏକ ପ୍ରତିନିଧିମଣ୍ଡଳୀ ପୁଲିସ ଡିଜିଙ୍କୁ ସାକ୍ଷାତ କରି ରାଜ୍ୟ ସଭାପତିଙ୍କୁ ହୋଇଥିବା ଆକ୍ରମଣ ବିଷୟରେ ଆଲୋଚନା କରିଥିଲେ। ଘଟଣା ଘଟିବାର ୭୨ ଘଂଟା ପରେ ବି ପୁଲିସ ପ୍ରଶାସନ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ନଥିବାରୁ ସେମାନେ ନିନ୍ଦା କରିଥିଲେ। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୁଣି ଦାବି କରିଥିଲେ।

Also Read

ସୂଚନାଯୋଗ୍ୟ, ମେ' ମାସ ୩୦ ତାରିଖରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ନିର୍ବାଚନୀ ପ୍ରଚାର କାର୍ଯ୍ୟ ସାରି କାର୍ଯ୍ୟକର୍ତାଙ୍କ ସହ ଫେରୁଥିବାବେଳେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ସରପଂଚ ପ୍ରତିନିଧି ରମେଶ ନାୟକ, ତାଙ୍କ ପୁତୁରା ପ୍ରମୋଦ ନାୟକ, ସାନଭାଇ ଅକ୍ଷୟ ନାୟକ, ମଂଟୁ ନାୟକ, ଧୂସା ମଣ୍ଡଳଙ୍କ ସହ ବିଜୁ ଜନତା ଦଳର ଭଡ଼ାଟିଆ ଗୁଣ୍ଡାମାନେ  ଖଣ୍ଡା, ଭୁଜାଲି, ପଥର ଓ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ କରିବା ସହ ମୋବାଇଲ୍ ଭାଙ୍ଗି ଦେଇଥିଲେ । ଏହି ଆକ୍ରମଣରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ପଣ୍ଡାଙ୍କ ସହ, ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ ସିଂ, ସମ୍ପାଦକ ସୁବ୍ରତ ବିଶ୍ୱାଳ, ପ୍ରଶାନ୍ତ ପାଇକରାୟ, ଆଶୁତୋଷ ନାୟକ ଓ  ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି।

ଆଜିର ଏହି ବିକ୍ଷୋଭରେ ପ୍ରଦର୍ଶନରେ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ସଂଗ୍ରାମ ପାତ୍ରଙ୍କ ସମେତ  ଦୀପକ ଗୋଚ୍ଛାୟତ, ସୁଜିତ ସିଂ, ଗଗନ ଓଝା, ମାନସ ସାହୁ, ତୁତୁନ ପାତ୍ର, ଚଣ୍ଡୀପ୍ରସାଦ ବେହେରା, ସ୍ମୃତିରନ ଦାସ, ଆଶୁତୋଷ ବେହେରା, ନଳିନୀ ରାୟ, ସ୍ୱୟଂ ସେବକ ରାୟ, ଶୋଭନ ଆଚାର୍ଯ୍ୟ,  ସୁଧୀର ମଲ୍ଲିକ,ଶିବ ନାରାୟଣ ନାୟକ, ବିଜୟାନନ୍ଦ ବାରିକ, ଶ୍ରେୟାସ ଦାସ, ସଞ୍ଜୟ ଦାସ, କେଶବ କୁଣ୍ଡୁ, ସନ୍ତୋଷ କର ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story