ସୁସ୍ଥ ହେଉଛନ୍ତି ବିରୋଧୀଦଳ ନେତା ଓ ଉପନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ଆକ୍ରାନ୍ତ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି ହୋଇଥିଲେ ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ ନାଏକ ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଚିକିତ୍ସା ପରେ ଉଭୟ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ପ୍ରଦୀପ ନାଏକ ଆଇସିୟୁରେ ଥିବା ବେଳେ ବିଷ୍ଣୁ ସେଠୀ ୱାର୍ଡରେ ଅଛନ୍ତି। ସୁସ୍ଥ ହେବା ପରେ ଉଭୟ ଖୁବଶୀଘ୍ର ଡିସ୍‌ଚାର୍ଚ୍ଚ ହେବେ ବୋଲି ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି। ଏପ୍ରିଲ୍‌ ୧୯ ତାରିଖରେ ପ୍ରଦୀପ୍ତ […]

Pradipta Naik and Bishnu Sethi

Pradipta Naik and Bishnu Sethi

Manoranjan Sial
  • Published: Saturday, 10 July 2021
  • Updated: 10 July 2021, 10:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ଆକ୍ରାନ୍ତ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି ହୋଇଥିଲେ ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ ନାଏକ ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଚିକିତ୍ସା ପରେ ଉଭୟ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ପ୍ରଦୀପ ନାଏକ ଆଇସିୟୁରେ ଥିବା ବେଳେ ବିଷ୍ଣୁ ସେଠୀ ୱାର୍ଡରେ ଅଛନ୍ତି। ସୁସ୍ଥ ହେବା ପରେ ଉଭୟ ଖୁବଶୀଘ୍ର ଡିସ୍‌ଚାର୍ଚ୍ଚ ହେବେ ବୋଲି ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି।

ଏପ୍ରିଲ୍‌ ୧୯ ତାରିଖରେ ପ୍ରଦୀପ୍ତ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାର ୫ ଦିନ ପରେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ତୁରନ୍ତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିଥିଲା। ତେବେ ଏହାରି ଭିତରେ ହଠାତ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ତାଙ୍କ ଅକ୍ସିଜେନ ସ୍ତର ଓ ରକ୍ତଚାପ କ୍ରମଶଃ ହ୍ରାସ ପାଉଥିଲା।ଯାହାଫଳରେ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଚିକିତ୍ସା ପାଇଁ ଏମ୍‌ସ କର୍ତ୍ତୃପକ୍ଷ ଏକ ୪ ଜଣିଆ ଡାକ୍ତରୀ ଟିମ୍‌ ଗଠନ କରିଥିଲେ। ଉକ୍ତ ମେଡିକାଲ୍‌ ଟିମ୍‌ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରୁଥିଲା। ଡାକ୍ତର ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ଘଟୁଛି। ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।

ସେହିପରି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଗତ ୪ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କୁ ଏବେ ସାଧାରଣ ୱାର୍ଡ଼ରେ ରଖାଯାଇଛି। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁଥିବା ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos