ବିଜେଡି ବିଧାୟକଙ୍କ ଦଶମ ଓ ନବମ ଅଙ୍କ ଅବୁଝା, ସଭ୍ୟପଦ ରଦ୍ଦ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋରଡ଼ା ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ନିର୍ବାଚନ ସମୟରେ ସେ ଦାଖଲ କରିଥିବା ସତ୍ୟପାଠରେ କେତେବେଳେ ଦଶମ ପାସ୍‌ ଦର୍ଶାଇଛନ୍ତି ତ ଆଉ କେତେବେଳେ ନବମ ପାସ୍‌ ବୋଲି ଉଲ୍ଲେଖ କରିଛନ୍ତି। ତିନିଟି ନିର୍ବାଚନରେ ସେ ତିନି ପ୍ରକାର ଶିକ୍ଷାଗତ ଯୋଗ୍ୟତା ଦର୍ଶାଇଥିବାରୁ ତାଙ୍କର ବିଧାୟକ ପଦ ରଦ୍ଦ କରିବାକୁ ଦାବି କରିଛି ବିଜେପି। ସେଥିପାଇଁ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି […]

bjp

bjp

Manoranjan Sial
  • Published: Thursday, 05 August 2021
  • Updated: 05 August 2021, 09:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋରଡ଼ା ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ନିର୍ବାଚନ ସମୟରେ ସେ ଦାଖଲ କରିଥିବା ସତ୍ୟପାଠରେ କେତେବେଳେ ଦଶମ ପାସ୍‌ ଦର୍ଶାଇଛନ୍ତି ତ ଆଉ କେତେବେଳେ ନବମ ପାସ୍‌ ବୋଲି ଉଲ୍ଲେଖ କରିଛନ୍ତି। ତିନିଟି ନିର୍ବାଚନରେ ସେ ତିନି ପ୍ରକାର ଶିକ୍ଷାଗତ ଯୋଗ୍ୟତା ଦର୍ଶାଇଥିବାରୁ ତାଙ୍କର ବିଧାୟକ ପଦ ରଦ୍ଦ କରିବାକୁ ଦାବି କରିଛି ବିଜେପି। ସେଥିପାଇଁ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଧାୟକଙ୍କ ପଦକୁ ରଦ୍ଦ କରିବା ଦାବି କରିଛନ୍ତି।

ବିଜେପିର ଅଭିଯୋଗ ଅନୁସାରେ, ଗତ ୩ଟି ବିଧାନସଭା ନିର୍ବାଚନରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଦାଖଲ କରିଥିବା ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ତିନି ପ୍ରକାର ଦର୍ଶାଇଛନ୍ତି। ୨୦୦୯ ମସିହାରେ ଦାଖଲ କରିଥିବା ସତ୍ୟପାଠରେ ସେ ୧୦ମ ପାସ୍‌ ବୋଲି ଉଲ୍ଲେଖ କରିଛନ୍ତି। ୨୦୧୪ ଓ ୨୦୧୯ ମସିହାରେ ସେ ଦର୍ଶାଇଥିବା ସତ୍ୟପାଠରେ ୯ମ କ୍ଲାସ ପାସ କରିଛନ୍ତି ବୋଲି ଦର୍ଶାଇଛନ୍ତି। ୨୦୨୧ ମସିହାରେ ବିଧାୟକ ଶ୍ରୀ ସ୍ୱାଇଁ ୧୦ମ ପରୀକ୍ଷା ଦେଉଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ତେଣୁ ତାଙ୍କର ତିନୋଟି ଯାକ ତଥ୍ୟ ସତ୍ୟପାଠ ନୁହେଁ, ବରଂ ସମ୍ପୂର୍ଣ୍ଣ ମିଥ୍ୟାପାଠ ବୋଲି ବିଜେପି ଅଭିଯୋଗ କରିଛି।

https://twitter.com/DrLekhaShree/status/1423213722781175809?s=20

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି-“ଜଣେ ନିର୍ବାଚିତ ପ୍ରତିନିଧି ଲୋକଙ୍କର ଆସ୍ଥା ଓ ବିଶ୍ୱାସକୁ ଜଳାଞ୍ଜଳି ଦେଇ ନିଜ ସତ୍ୟପାଠରେ ମିଥ୍ୟା ତଥ୍ୟ ରଖି ଚାଲିଛନ୍ତି। ଯେଉଁ ବ୍ୟକ୍ତି ସତ୍ୟପାଠରେ ମିଛ କହୁଛନ୍ତି ସେ ଜନତାଙ୍କୁ କିପରି ସେବା ଯୋଗାଉଥିବେ, ତାହା ସ୍ପଷ୍ଟ ଭାବେ ଜଣାପଡୁଛି। ବିଜୁ ଜନତା ଦଳର ବିଧାୟକ ଓ ନେତାମାନେ ଏପରି ମିଥ୍ୟା ସତ୍ୟପାଠ ବିଭିନ୍ନ ସମୟରେ ଦେଇ ଆସିଛନ୍ତି। ଯାହାର ତଥ୍ୟ ପ୍ରମାଣ ଲୋକଙ୍କ ପାଖରେ ଅବଗତ କରାଇଛୁ। ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଜଣାଇଛୁ। ଏହି ଘଟଣାରେ ହସ୍ତକ୍ଷେପ କରି ରାଜ୍ୟ ନିର୍ବାଚନ ଆୟୋଗ ତୁରନ୍ତ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ ସଭ୍ୟ ପଦ ରଦ୍ଦ କରନ୍ତୁ।”

https://twitter.com/DrLekhaShree/status/1423288199497977873?s=20

ସେ ଆହୁରି କହିଛନ୍ତି-“ଲଗାତାର ବିଧାୟକ ଜଣକ ୧୦ ବର୍ଷ ପର୍ଯ୍ୟନ୍ତ ମିଥ୍ୟା କହି ଚାଲିଛନ୍ତି। ଏହା ସତ୍ତ୍ୱେ ନିର୍ବାଚନ ଆୟୋଗ କାହିଁକି ଚୁପ୍‌ ରହୁଛନ୍ତି? ମୁଖ୍ୟମନ୍ତ୍ରୀଙ୍କର ୫-ଟି ବ୍ୟବସ୍ଥାର ଟ୍ରାନ୍ସପରେନ୍ସି କୁଆଡେ ଗଲା? ଜଣେ ବିଧାୟକ ଲଗାତାର ମିଥ୍ୟା କହି ଚାଲିଛନ୍ତି, କିନ୍ତୁ ରାଜ୍ୟସରକାର ଏହାର ଟେର ପାଉନାହାଁନ୍ତି। ଲୋକେ ତାଙ୍କୁ ଭୋଟ ଦେଇଥିଲେ ସେବା କରିବା ପାଇଁ। ମିଛ କହିବା ପାଇଁ ନୁହେଁ। କିନ୍ତୁ ସେ ବାରମ୍ୱାର ମିଛ କହି ଲୋକଙ୍କର ଭରସା ଭଙ୍ଗ କରୁଛନ୍ତି।”

ପ୍ରତିନିଧି ଦଳରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଶୋଇ, ଶିଶିର ମିଶ୍ର, ଜିଲ୍ଲା ସାଧାରଣ ସଂପାଦକ ରଂଜନ ରାଉତ, ଜୟନ୍ତୀ ପଢିଆରୀ ଏବଂ ଗୋପାଳ ଗୌଡ ପ୍ରମୁଖ ସାମିଲ ଥିଲେ।

https://twitter.com/pinkyp_actor/status/1423225193573478401?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story