ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରିବ ବିଜେପି, ଯେଉଁଠିକି ଯିବେ ସେଠାରେ ଚକ ବନ୍ଦ କରିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ବିଭତ୍ସ ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ସହ ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ  ଆସନ୍ତା ୮ ତାରିଖରୁ ମହାସଂଗ୍ରାମ କରାଯିବ ବୋଲି ବିଜେପି ଘୋଷଣା କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମାଜିକ ବାସନ୍ଦ କରାଯିବା କାର୍ଯ୍ୟକ୍ରମ ଆସନ୍ତା ୮ତାରିଖ କଳାହାଣ୍ଡି ଜିଲ୍ଲା ଗସ୍ତରୁ ହିଁ ଆରମ୍ଭ ହେବ ବୋଲି ବିଜେପି କହିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର […]

naveen-patnaik-and-dibya-sh

naveen-patnaik-and-dibya-sh

Ordigital Desk
  • Published: Saturday, 06 November 2021
  • Updated: 07 November 2021, 08:26 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ବିଭତ୍ସ ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ସହ ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ  ଆସନ୍ତା ୮ ତାରିଖରୁ ମହାସଂଗ୍ରାମ କରାଯିବ ବୋଲି ବିଜେପି ଘୋଷଣା କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମାଜିକ ବାସନ୍ଦ କରାଯିବା କାର୍ଯ୍ୟକ୍ରମ ଆସନ୍ତା ୮ତାରିଖ କଳାହାଣ୍ଡି ଜିଲ୍ଲା ଗସ୍ତରୁ ହିଁ ଆରମ୍ଭ ହେବ ବୋଲି ବିଜେପି କହିଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏନେଇ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଓ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ମହାସଂଗ୍ରାମ କରାଯିବାକୁ ନିଷ୍ପତ୍ତି ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ୮ତାରିଖରେ ଯାଉଥିବାବେଳେ ସେହିଦିନଠୁ ହିଁ ତାଙ୍କୁ ସାମାଜିକ ବାସନ୍ଦ କରାଯିବା ଆରମ୍ଭ ହେବ । ସୋମବାର ୮ତାରିଖରେ ରାଜ୍ୟବ୍ୟାପୀ ୩୧୪ଟି ବ୍ଲକ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କର କୁଶ ପୁତ୍ତଳିକା ଦାହ କରାଯିବା ସହ ବିରୋଧ ପ୍ରଦର୍ଶନ କରାଯିବ ।

ଏହାସହିତ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀଙ୍କ ସବୁ କାର୍ଯ୍ୟକ୍ରମକୁ ବିଜେପି ବର୍ଜନ କରିବା ସହ ସେ ଯେଉଁ ସ୍ଥାନକୁ ଯିବେ ସେଠାରେ ଗାଡ଼ିର ଚକ ଗଡ଼ାଇବାକୁ ବି ଦିଆଯିବ ନାହିଁ । ମମିତାକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରାଜ୍ୟର ଯେଉଁ ଜାଗାକୁ ଯିବେ ସେଠାରେ ଚକ ବନ୍ଦ କରି ଦିଆଯିବ ବୋଲି ବିଜେପି ଘୋଷଣା କରିଛି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରି କଂଗ୍ରେସ ପକ୍ଷରୁ ସେହିଦିନ ଜନତା କର୍ଫ୍ୟୁ ପାଳନ ପାଇଁ ଅନୁରୋଧ କରାଯାଇଛି । କଂଗ୍ରେସ ମଧ୍ୟ ୧୨ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି । ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ବହିଷ୍କାର ପାଇଁ ଦାବି ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story