କଂଗ୍ରେସର ‘ତାଳିପକା’ ଫର୍ମୂଲା, ସଂଗଠନରେ ସାଜିଛି ବାଧକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିଜର ଅସ୍ତିତ୍ୱ ହରାଇବାକୁ ବସିଥିବା କଂଗ୍ରେସ ଏବେ ଦଳୀୟ କନ୍ଦଳକୁ ପ୍ରଶମିତ କରିବା ପାଇଁ ‘ତାଳିପକା’ ଫର୍ମୂଲା ଆପଣାଇ ପଂଚାୟତ ଓ ପୌର ନିର୍ବାଚନ  ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ରାଜ୍ୟର କଂଗ୍ରେସ ନେତାମାନଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ଆରମ୍ଭ ହୋଇଥିବା ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଦଳୀୟ ସଂଗଠନରେ ଫାଟ ଜଳଜଳ ଦିଶୁଥିଲେ ବି କଂଗ୍ରେସ ନେତୃତ୍ୱ କେବଳ ‘ତାଳିପକା’ରେ ରହିଛନ୍ତି। ଯେଉଁଥିପାଇଁ ସଂଗଠନ ଏବେ […]

congress1

congress1

Ordigital Desk
  • Published: Tuesday, 31 August 2021
  • Updated: 31 August 2021, 09:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିଜର ଅସ୍ତିତ୍ୱ ହରାଇବାକୁ ବସିଥିବା କଂଗ୍ରେସ ଏବେ ଦଳୀୟ କନ୍ଦଳକୁ ପ୍ରଶମିତ କରିବା ପାଇଁ ‘ତାଳିପକା’ ଫର୍ମୂଲା ଆପଣାଇ ପଂଚାୟତ ଓ ପୌର ନିର୍ବାଚନ  ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ରାଜ୍ୟର କଂଗ୍ରେସ ନେତାମାନଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ଆରମ୍ଭ ହୋଇଥିବା ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଦଳୀୟ ସଂଗଠନରେ ଫାଟ ଜଳଜଳ ଦିଶୁଥିଲେ ବି କଂଗ୍ରେସ ନେତୃତ୍ୱ କେବଳ ‘ତାଳିପକା’ରେ ରହିଛନ୍ତି। ଯେଉଁଥିପାଇଁ ସଂଗଠନ ଏବେ ଅଧିକ ତଳିତଳାନ୍ତ ହେବାରେ ଲାଗିଛି। ଏହାସହିତ ବିଜେଡିର ଇସାରାରେ କଂଗ୍ରେସ କ’ଣ ସତରେ କାମ କରୁଛି କି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଲାଣି।

କଂଗ୍ରେସ ଭବନରେ ଆୟୋଜିତ ପ୍ରଶିକ୍ଷଣ ଶିବିରର ପ୍ରଥମ ଦିନରେ ସମସ୍ତ ଜିଲ୍ଲା କଂଗ୍ରେସ ସଭାପତି, ପିସିସି ପର୍ଯ୍ୟବେକ୍ଷକ ଓ ପ୍ରଦେଶ କଂଗ୍ରେସ ସାମୁଖ୍ୟ ସଂଗଠନ, ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟମାନେ ଯୋଗଦେଇଥିଲେ। ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦଳର ନେତାମାନଙ୍କୁ ଗୁରୁମନ୍ତ୍ର ଦେଇ କଂଗ୍ରେସ ଓଡ଼ିଶା ପ୍ରଭାରୀ ଏ. ଚେଲାକୁମାର କହିଥିଲେ ଯେ, ତୃଣମୂଳସ୍ତରରେ ଦୁର୍ନୀତିକୁ ପଦାକୁ ଆଣିବାକୁ ହେଲେ ପଂଚାୟତକୁ ଯିବାକୁ ପଡ଼ିବ। ଲୋକମାନଙ୍କ ସହ ମିଶି କାମ କରିବାକୁ ହେବ। ଦଳୀୟ ଶୃଙ୍ଖଳା ଅତି ଦୃଢ଼ ଭାବରେ କାର୍ଯ୍ୟକାରୀ କରାଯିବ । ଯିଏ ଯେକୌଣସି ପଦପଦବୀରେ ଥାଆନ୍ତୁ ନା କାହିଁକି ଦଳୀୟ ବିଶୃଙ୍ଖଳା ଓ ଅମାନ୍ୟକୁ ଆଦୌ ବରଦାସ୍ତ କରାଯିବ ନାହିଁ । ବିଶୃଙ୍ଖଳା ସୃଷ୍ଟି କରୁଥିବା କର୍ମୀ ଓ ନେତୃବର୍ଗଙ୍କ ପାଇଁ କଂଗ୍ରେସର ସ୍ଥାନ ନାହିଁ। ଆସନ୍ତା ଦିନରେ ରାଜ୍ୟ କଂଗ୍ରେସ ସାରା ରାଜ୍ୟରେ ପ୍ରତ୍ୟେକ ଜିଲ୍ଳାର ବ୍ଲକସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିବ। ଖୁବଶୀଘ୍ର ପିସିସି ଗଠନ କରାଯିବ। ଗଣମାଧ୍ୟମକୁ ଆସି ବିଶୃଙ୍ଖଳିତ ବୟାନ ଦେଲେ କାର୍ଯ୍ୟାନୁଷ୍ଠାନ ହେବ।
ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟ କଂଗ୍ରେସରେ ଗୋଷ୍ଠୀକନ୍ଦଳ ନାହିଁ । କଂଗ୍ରେସ ଦଳ ଏକ ହୋଇ ପଂଚାୟତ ନିର୍ବାଚନ ଲଢ଼ିବ। ତାରାପ୍ରସାଦ ବାହିନୀପତିଙ୍କ ସହ ବିବାଦର ସମାଧାନ ହୋଇଛି। ପଂଚାୟତ ନିର୍ବାଚନରେ ଦଳ କିପରି ବାଜିମାତ କରିବ ତା’ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେବ । କଂଗ୍ରେସ ନେତୃବର୍ଗ ଯଥା ରାଜ୍ୟ-ଜିଲ୍ଲା-ବ୍ଲକ ବା ପଂଚାୟତ ସ୍ତରରେ ଯଦି ନିଜ ଭିତରେ ଏକତ୍ର ଭାବ ଓ ନିଷ୍ଠା ନରହିବା ଯାଏ ଦଳ ଶକ୍ତିଶାଳୀ ହୋଇପାରିବ ନାହିଁ ବୋଲି କହିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ପଂଚାନନ କାନୁନଗୋ, ଯଜେ୍ଞଶ୍ୱର ବାବୁ  ପ୍ରମୁଖ ଦଳୀୟ ନେତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ସଂଗଠନକୁ ତୃଣମୂଳସ୍ତରରେ ଲୋକଙ୍କ ସହ ରଖିବା ପାଇଁ ଲୋକଙ୍କ ସ୍ୱାର୍ଥଜଡ଼ିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ମାତ୍ର ଏହି ବୈଠକରେ କଂଗ୍ରେସ ପ୍ରଭାରୀ ଓ ପିସିସି ସଭାପତି ଦଳୀୟ ଶୃଙ୍ଖଳା ଓ ଏକଜୁଟତା ଉପରେ ଗୁରୁତ୍ୱ ଦେଇ ଦଳରେ କନ୍ଦଳ ନଥିବା କଥା କହୁଥିବାବେଳେ ପୁଣିଥରେ କୋରାପୁଟ ଜିଲ୍ଲା ସଂଗଠନକୁ ନେଇ ବିଧାୟକ ତାରାପ୍ରସାଦ ବାହିନୀପତି ଓ ପୂର୍ବତନ ବିଧାୟକ କୈଳାସ କୁଲେସିକା ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। ଗଣମାଧ୍ୟମରେ ଶ୍ରୀ କୁଲେସିକା ନିଜର ଅସନ୍ତୋଷ ଜାହିର କରି ତାରା ଜିଲ୍ଲାରେ ବିଜେଡି ପାଇଁ କାମ କରନ୍ତି ବୋଲି ଅଭିଯୋଗ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଯଦି ଭୁଲ୍ କରି କ୍ଷମା ମାଗିଦେଲେ ସବୁକିଛି କରିହେଉଛି, ତା’ହେଲେ ସିଏ ବି ଭୁଲ୍ କରି କ୍ଷମା ମାଗିଦେବେ ବୋଲି କହିବାକୁ ପଛାଇ ନଥିଲେ। ଏହାସହିତ ସେ ତାରାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତାଙ୍କର ବୟାନରୁ ଲାଗୁଥିଲା ଯେ, କୋରାପୁଟରେ କଂଗ୍ରେସ ସଂଗଠନରେ ଫାଟ ସେମିତି ଜଳଜଳ ହୋଇ ରହିଛି। ସେହିପରି ପୂର୍ବରୁ ତାରା ମଧ୍ୟ ଅନୁରୂପ ଅଭିଯୋଗ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ବିରୁଦ୍ଧରେ ଆଣିଥିଲେ। ତେଣୁ ଦଳୀୟ ନେତାମାନଙ୍କର ଏଭଳି ଅଭିଯୋଗ ହିଁ କେଉଁଠି ନା କେଉଁଠି କଂଗ୍ରେସର କିଛି ନେତା ବିଜେଡିର ଇସାରାରେ କାର୍ଯ୍ୟ କରୁଥିବା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story