ବିଜେଡିକୁ ଜିତାଇବାକୁ ପୁଲିସ କରୁଛି ଷଡ଼ଯନ୍ତ୍ର, ଅପରାଧୀ କରୁଛନ୍ତି ନିର୍ବାଚନ ପରିଚାଳନା: ସମ୍ବିତ ପାତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନକୁ ମୁକ୍ତ ଓ ଅବାଧ ନକରିବା ପାଇଁ ଶାସକ ବିଜେଡିର ଇଙ୍ଗିତରେ ପୁଲିସ ଷଡ଼ଯନ୍ତ୍ର ରଚନା କରିଛି ବୋଲି ବିଜେପି ଅଭିଯୋଗ କରିଛି। ପଳାତକ,ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତ୍ତେ ରାଜ୍ୟ ସରକାର ଓ ପୁଲିସ ପିପିଲିରେ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ବିଜେପି କହିଛି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ଦୀର୍ଘ ୩୫ବର୍ଷର ଗୁଣ୍ଡାରାଜକୁ ଛାଡ଼ି ପିପିଲି-ଡେଲାଙ୍ଗବାସୀ ବିକାଶ ମାର୍ଗରେ […]

sambit

sambit

Ordigital Desk
  • Published: Monday, 12 April 2021
  • Updated: 12 April 2021, 09:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନକୁ ମୁକ୍ତ ଓ ଅବାଧ ନକରିବା ପାଇଁ ଶାସକ ବିଜେଡିର ଇଙ୍ଗିତରେ ପୁଲିସ ଷଡ଼ଯନ୍ତ୍ର ରଚନା କରିଛି ବୋଲି ବିଜେପି ଅଭିଯୋଗ କରିଛି। ପଳାତକ,ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତ୍ତେ ରାଜ୍ୟ ସରକାର ଓ ପୁଲିସ ପିପିଲିରେ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ବିଜେପି କହିଛି।

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ଦୀର୍ଘ ୩୫ବର୍ଷର ଗୁଣ୍ଡାରାଜକୁ ଛାଡ଼ି ପିପିଲି-ଡେଲାଙ୍ଗବାସୀ ବିକାଶ ମାର୍ଗରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ କି, ପିପିଲି ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରାଇ ନଦେବା ପାଇଁ ଶାସକ ବିଜେଡି ପୁଲିସକୁ ହାତବାରିସି କରି ବଡ଼ ଷଡଯନ୍ତ୍ର ରଚନା କରିଛି। ବିଜେପି କର୍ମକର୍ତ୍ତାଙ୍କ ଉପରେ ବାରମ୍ବାର ମରଣାନ୍ତକ ଆକ୍ରମଣ ହେବା ଏହାର ବଡ଼ ପ୍ରମାଣ। ଭୟର ବାତାବରଣ ସୃଷ୍ଟି କରିବା ବିଜେଡିର ଏଜେଣ୍ଡା ଓ ପୁଲିସ ଏଥିରେ ମୁଖ୍ୟ ସହାୟକ ଭାବେ କାର୍ଯ୍ୟ କରୁଛି।  ନିର୍ବାଚନ ସମୟରେ ଜାମିନ ବିହୀନ ପରୱାନା ଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବା ଓ ଆବଶ୍ୟକସ୍ଥଳେ ତାଙ୍କୁ ଆକଟ ଓ ଅଟକ କରିବା ପାଇଁ ବ୍ୟବସ୍ଥା ରହିଛିା କିନ୍ତୁ ଏଠି ଏହାର ବିପରୀତ କାର୍ଯ୍ୟ ହେଉଛି। ଘୋଷିତ ଅପରାଧୀ, ପଳାତକ ଏବଂ ଯେଉଁ ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବା କଥା ରାଜ୍ୟ ସରକାର ଓ ପୁଲିସ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି।

ଅପରାଧୀ ଧିରେନ ସାମନ୍ତରାୟଙ୍କ ନାଁରେ ୩ଟି ହତ୍ୟା ଅଭିଯୋଗ ରହିବା ଏବଂ ପୁରୀ ଜିଲ୍ଲା କୋର୍ଟ ତାଙ୍କୁ ପଳାତକ ଘୋଷଣା କରିବା ପରେ ବି ସେ ବିଜେଡିର ବିଭିନ୍ନ ସଭା ସମିତିରେ ମଂଚାସୀନ ହେଉଛନ୍ତି। ସେହିପରି ପ୍ରିୟବ୍ରତ ସାମନ୍ତରାୟଙ୍କ ନାଁରେ ଅନେକ କେସ ରହିଛି। ସଞ୍ଜୟ ସାମନ୍ତରାୟଙ୍କୁ ପଳାତକ ଘୋଷଣା କରାଯିବା ସତ୍ତ୍ୱେ ଏମାନଙ୍କୁ ପିପିଲି ନିର୍ବାଚନ ପରିଚାଳନା କରିବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି। ପଳାତକ ଘୋଷିତ ହୋଇଥିବା ଅପରାଧୀମାନେ ବିଜେଡିର ତୁଙ୍ଗ ନେତାଙ୍କ ସହ ରହି ନିର୍ବାଚନକୁ ପ୍ରଭାବିତ କରାଉଛନ୍ତିା ପୂର୍ବରୁ ବିଜେଡିର ସମର୍ଥକ ଥିବା ଲୋକମାନେ ଦଳ ଛାଡି ବିଜେପିକୁ ସମର୍ଥନ କରୁଥିବା ଯୋଗୁଁ ଓଡ଼ିଶା ପୁଲିସ ସେମାନଙ୍କୁ ଖୋଜି ଖୋଜି ଗିରଫ କରୁଛି ଏବଂ ଅଟକ ରଖୁଛି।

ପ୍ରାୟ ୩୬ ଘଂଟା ବିତିଥିଲେ ବି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବାରେ ଓଡ଼ିଶା ପୁଲିସ ବିଫଳ ହୋଇଛିା ଏବେସୁଦ୍ଧା ହାଇଦର ଫେରାର ଦେବା ଘଟଣାରେ ଷଡ଼ଯନ୍ତ୍ର ରଚିଥିବା ମୁଖ୍ୟ ଖଳନାୟକଙ୍କୁ ପୁଲିସ ଧରିପାରିଲା ନାହିାଁ ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ଜବାବ ନାହିଁ। ରାଜ୍ୟ ପୋଲିସର ମୁଖ୍ୟ କାର୍ଯ୍ୟାଳୟ କଟକରେ ଥାଇ ବିଶ୍ୱସ୍ତରୀୟ ହସ୍ପିଟାଲରୁ କୁଖ୍ୟାତ ଅପରାଧି କିପରି ଫେରାର ହୋଇପାରୁଛି ତାହା ରାଜ୍ୟର ଆଇନ କାନୁନ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛିା
ତେବେ ଗୃହବିଭାଗର ମୁଖ୍ୟ ହୋଇଥିବାରୁ ତାଙ୍କ କାର୍ଯ୍ୟର ସମୀକ୍ଷା କିଏ କରିବ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କାଳନ୍ଦୀ ସାମଲ, ସତ୍ୟବ୍ରତ ପଣ୍ଡା ଓ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲୋ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story