ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଭୁବନେଶ୍ୱରରେ ରାଜ୍ୟ ବିଜେପିର କାଯର୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ବୈଠକ ପରେ ରାଜ୍ୟ ସରକାର ଉପରେ ବିଭିନ୍ନ ପ୍ରସଙ୍ଗ ନେଇ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଅର୍ଥ ବାଧକ ନଥିବାବେଳେ, ଓଡିଶା ସରକାର ନିଜେ ରାଜ୍ୟ ପ୍ରଗତିରେ ବାଧକ ସାଜୁଛନ୍ତି ବୋଲି  ସେ ଅଭିଯୋଗ କରିଛନ୍ତି। ବୈଠକରେ ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି, ଚାଷୀଙ୍କ ସମସ୍ୟା, ମଣ୍ଡିରୁ ଧାନ ନଉଠିବା, […]

hj

Tapas Behera
  • Published: Sunday, 07 March 2021
  • , Updated: 07 March 2021, 06:57 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଭୁବନେଶ୍ୱରରେ ରାଜ୍ୟ ବିଜେପିର କାଯର୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ବୈଠକ ପରେ ରାଜ୍ୟ ସରକାର ଉପରେ ବିଭିନ୍ନ ପ୍ରସଙ୍ଗ ନେଇ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଅର୍ଥ ବାଧକ ନଥିବାବେଳେ, ଓଡିଶା ସରକାର ନିଜେ ରାଜ୍ୟ ପ୍ରଗତିରେ ବାଧକ ସାଜୁଛନ୍ତି ବୋଲି  ସେ ଅଭିଯୋଗ କରିଛନ୍ତି। ବୈଠକରେ ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି, ଚାଷୀଙ୍କ ସମସ୍ୟା, ମଣ୍ଡିରୁ ଧାନ ନଉଠିବା, ସୀମା ବିବାଦ ଆଦି ପ୍ରସଙ୍ଗରେ ରାଜନୈତିକ ଚିଠା ପ୍ରସ୍ତାବ ଉପରେ ଆଲୋଚନା ହୋଇଛି।

ସେହିଭଳି ଆଜିର ବୈଠକର ପୌର, ପଞ୍ଚାୟତ ନିର୍ବାଚନ ସହ ପିପିଲି ଉପନିର୍ବାଚନ ଉପରେ ମଧ୍ୟ ଫୋକସ୍ ରହିଛି । ଏନେଇ ଆଜି ପ୍ରସ୍ତୁତ ହେଉଛି ରୋଡମ୍ୟାପ୍। ଆଗାମୀ ଦିନରେ ଦଳୀୟ ରଣନୀତି ସହ ସାଙ୍ଗଠାନିକ ବିସ୍ତାରକୁ ନେଇ ମାନସ ମନ୍ଥନ ହୋଇଛି ।

ସେହିପରି ଆଗାମୀ ୭ ଦିନ ଭିତରେ ୩୬ ସାଙ୍ଗଠନିକ ଜିଲ୍ଲାରେ କାର୍ଯ୍ୟକାରିଣୀ ବୈଠକ ହେବ।  ପ୍ରତ୍ୟେକ ବୁଥରେ ସଙ୍ଗଠନ ସୁଦୃଢ ପାଇଁ ଆସନ୍ତା ମାସେ ଭିତରେ ଟାଇମ୍ ବାଉଣ୍ଡ ପ୍ରୋଗ୍ରାମ ପାଇଁ ଲକ୍ଷ ରଖାଯାଇଥିବା ଏକ ପ୍ରେସ୍‌ମିଟରେ କହିଛି ବିଜେପି ।  ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମେତ ରାଜ୍ୟରେ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି ।

Related story