୬ବର୍ଷ ହେଲା ସରକାର ନିଦାବିଷ୍ଣୁ: ଓଡ଼ିଶାରେ ନାହିଁ ଗୋଟିଏ ବି ଫାଷ୍ଟ୍ ଟ୍ରାକ୍ କୋର୍ଟ

ଭୁବନେଶ୍ୱର(ପ୍ରକାଶ ସେଠୀ ):ରାଜ୍ୟରେ ମହିଳା ଓ ନାବାଳିକାଙ୍କ ବିରୁଦ୍ଧରେ ହିଂସା ଓ ଦୁଷ୍କର୍ମ ମାମଲା ବୃଦ୍ଧି ପାଉଥିଲେ ମଧ୍ୟ ଏହାର ତ୍ୱରିତ୍ ଶୁଣାଣି ପାଇଁ ରାଜ୍ୟ ସରକାର ଆନ୍ତରିକତା ଦେଖାଉନାହାନ୍ତି। ଏବେ ରାଜ୍ୟରେ ଗୋଟିଏ ବି ଫାଷ୍ଟଟ୍ରାକ୍ କୋର୍ଟ ନଥିଲାବେଳେ ଶିଶୁଙ୍କ ବିରୁଦ୍ଧରେ ସର୍ବାଧିକ ଯୌନ ହିଂସା ମାମଲାରେ ଓଡ଼ିଶା ସମଗ୍ର ଦେଶରେ ପଞ୍ଚମ ସ୍ଥାନରେ ରହିଛି। ଏପରିକି ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ମାମଲା ପରେ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀରେ […]

Untitled-1

Untitled-1

Tapas Behera
  • Published: Wednesday, 11 December 2019
  • Updated: 11 December 2019, 07:16 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ ):ରାଜ୍ୟରେ ମହିଳା ଓ ନାବାଳିକାଙ୍କ ବିରୁଦ୍ଧରେ ହିଂସା ଓ ଦୁଷ୍କର୍ମ ମାମଲା ବୃଦ୍ଧି ପାଉଥିଲେ ମଧ୍ୟ ଏହାର ତ୍ୱରିତ୍ ଶୁଣାଣି ପାଇଁ ରାଜ୍ୟ ସରକାର ଆନ୍ତରିକତା ଦେଖାଉନାହାନ୍ତି। ଏବେ ରାଜ୍ୟରେ ଗୋଟିଏ ବି ଫାଷ୍ଟଟ୍ରାକ୍ କୋର୍ଟ ନଥିଲାବେଳେ ଶିଶୁଙ୍କ ବିରୁଦ୍ଧରେ ସର୍ବାଧିକ ଯୌନ ହିଂସା ମାମଲାରେ ଓଡ଼ିଶା ସମଗ୍ର ଦେଶରେ ପଞ୍ଚମ ସ୍ଥାନରେ ରହିଛି। ଏପରିକି ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ମାମଲା ପରେ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀରେ ତୁରନ୍ତ ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବା ନିମନ୍ତେ ଓଡ଼ିଶା ସହମତି ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୁପ୍ ହୋଇ ବସିଥିଲା। ତେବେ ନାବାଳିକା ଯୌନ ହିଂସା ମାମଲାକୁ ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରି ୧୦୦ରୁ ଅଧିକ ନାବାଳିକା ହିଂସା ଓ ନିର୍ଯାତନା ମାମଲା ରୁଜୁ ହେଉଥିବା ଜିଲ୍ଲାରେ ତୁରନ୍ତ ଫାଷ୍ଟଟ୍ରାକ୍ ଖୋଲିବା ପାଇଁ ନିର୍ଦ୍ଦେଶ ଦେବାପରେ ରାଜ୍ୟ ସରକାରଙ୍କ ଚେତା ପଶିଛି।

ଦୀର୍ଘଦିନରୁ କେନ୍ଦ୍ର ସରକାର ଆବଣ୍ଟିତ କରିଥିବା ପାଣ୍ଠିରେ ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ସୂଚନା ଅନୁସାରେ, ଏକାଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ଓଡ଼ିଶାରେ ୭୨ଟି ଫାଷ୍ଟ୍ ଟ୍ରାକ୍ କୋର୍ଟ ଖୋଲିଥିଲା । କିନ୍ତୁ ସେଥିରୁ କାର୍ଯ୍ୟକ୍ଷମ ଥିବା ୩୫ଟି ଫାଷ୍ଟଟ୍ରାକ୍ କୋର୍ଟକୁ ୨୦୧୩ ମାର୍ଚ୍ଚ ୩୧ତାରିଖରୁ ରାଜ୍ୟ ସରକାର ବନ୍ଦ କରିଦେଇଥିଲେ ଓ ସେସବୁକୁ ଅତିରିକ୍ତ ଜିଲ୍ଲା କୋର୍ଟକୁ ପରିବର୍ତ୍ତନ କରିଦେଇଥିଲେ । ସୁପ୍ରିମକୋର୍ଟରେ ମାମଲା(ବ୍ରିଜମୋହନ ଲାଲ ବନାମ ଭାରତ ସରକାର)ରେ ୨୦୧୨ ଏପ୍ରିଲ ୧୯ତାରିଖର ରାୟର ଆଳ ଦେଖାଇ ଏସବୁ ଫାଷ୍ଟଟ୍ରାକ୍ କୋର୍ଟକୁ ରାଜ୍ୟ ସରକାର ବନ୍ଦ କରିଦେଇଥିଲେ। ଯଦିଓ ସେତେବେଳେ ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ ଯେ, ରାଜ୍ୟ ସରକାରମାନେ ଅସ୍ଥାୟୀ ବା ଆଡହକ୍ ଭାବେ ଫାଷ୍ଟ୍ ଟ୍ରାକ୍ କୋର୍ଟ କାର୍ଯ୍ୟକ୍ଷମ ନକରି ଏହାକୁ ସ୍ଥାୟୀ କରନ୍ତୁ ଓ ଏଥିପାଇଁ ଆବଶ୍ୟକ ଅର୍ଥ ବରାଦ କରନ୍ତୁ। ଯଦି ସ୍ଥାୟୀ ନକରିବେ ତା’ହେଲେ ଫାଷ୍ଟ୍ ଟ୍ରାକ୍ କୋର୍ଟକୁ ବନ୍ଦ କରିଦିଅନ୍ତୁ। ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଅଧିକାଂଶ ରାଜ୍ୟ ସକରାତ୍ମକ ଭାବେ ନେଇ ଫାଷ୍ଟ ଟ୍ରାକ୍ କୋର୍ଟକୁ ସ୍ଥାୟୀ କରିଥିଲେ ମଧ୍ୟ ଓଡ଼ିଶା ଏହାକୁ ବନ୍ଦ କରିଦେଇଥିଲା।

କିନ୍ତୁ ଦିଲ୍ଲୀର ପାରା ମେଡିକାଲ ଛାତ୍ରୀ(ନିର୍ଭୟା) ଗଣଦୁଷ୍କର୍ମ ଘଟଣାକୁ ନେଇ ସମଗ୍ର ଦେଶରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ପରେ ୨୦୧୩ରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀରେ ତୁରନ୍ତ ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବା ପାଇଁ ସହମତି ହୋଇଥିଲା। ନିଜ ନିଜ ରାଜ୍ୟର ହାଇକୋର୍ଟଙ୍କ ସହ ପରାମର୍ଶ କରି ରାଜ୍ୟ ସରକାରମାନେ ଆବଶ୍ୟକତା ଓ ସମ୍ବଳକୁ ଦୃଷ୍ଟିରେ ରଖି ମହିଳା, ଶିଶୁ, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ, ସମାଜର ନିଷ୍ପେପିତ ବର୍ଗ ଆଦିଙ୍କ ବିରୁଦ୍ଧରେ ହିଂସା ମାମଲାର ତ୍ୱରିତ୍ ଶୁଣାଣି ପାଇଁ ଫାଷ୍ଟ୍ ଟ୍ରାକ୍ କୋର୍ଟ ସ୍ଥାପନ କରିବେ। ଏଥିପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନ (୨୦୧୫-୨୦ ମସିହା) ମଧ୍ୟରେ ଓଡ଼ିଶା ସମେତ ସମଗ୍ର ଦେଶରେ ୧୮୦୦ଟି ଫାଷ୍ଟ ଟ୍ରାକ୍ କୋର୍ଟ ଖୋଲିବା ପାଇଁ ୪୧୧୪କୋଟି ଟଙ୍କା ଅନୁମୋଦନ କରିଥିଲେ। ଓଡ଼ିଶାରେ ୬୩ଟି ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବା ନିମନ୍ତେ ୧୪୫.୦୪କୋଟି ଟଙ୍କା ଅନୁଦାନ ମଧ୍ୟ ମଞ୍ଜୁର ହୋଇଥିଲା।

କିନ୍ତୁ ରାଜ୍ୟ ସରକାର ଏଥିପ୍ରତି କୌଣସି ଦୃଷ୍ଟି ଦେଇନଥିଲେ। ଏପରିକି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସମଗ୍ର ଦେଶରେ ଦୁଷ୍କର୍ମ ଓ ଶିଶୁ ହିଂସା ମାମଲାର ଶୁଣାଣି ନିମନ୍ତେ ୧୦୨୩ଟି ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବା ନିମନ୍ତେ ରାଜ୍ୟଗୁଡ଼ିକ ପାଇଁ ୭୬୭.୨୫କୋଟି ଟଙ୍କା ବ୍ୟୟବରାଦ କରାଗଲା। ପ୍ରଥମ ପର୍ଯ୍ୟାୟରେ ୯ଟି ରାଜ୍ୟ ନିଜ ଅଞ୍ଚଳରେ ୭୭୪ଟି ଫାଷ୍ଟଟ୍ରାକ୍ ଖୋଲିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେଥିରେ ଓଡ଼ିଶା ସାମିଲ ନଥିଲା କି ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବା ନିମନ୍ତେ କୌଣସି ପ୍ରସ୍ତାବ ଦେଇନଥିଲା।
ମାତ୍ର କେନ୍ଦ୍ର ସରକାର ନାବାଳିକା ଦୁଷ୍କର୍ମ ମାମଲା ଉପରେ କଠୋର ଆଭିମୁଖ୍ୟ ପୋଷଣ କରି ଅପରାଧ ଆଇନ (ସଂଶୋଧନ)-୨୦୧୮କୁ ଲାଗୁ କରିବା ସହ ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବା ନିମନ୍ତେ ଏକ କେନ୍ଦ୍ରୀୟ ଯୋଜନା ଘୋଷଣା କରି ବାରମ୍ବାର ଚାପ ପକାଇବା ଏବଂ ସୁପ୍ରିମକୋର୍ଟଙ୍କ ଜୁଲାଇ ୨୫ତାରିଖର ରାୟକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟରେ ୪୫ଟି ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର କୋର୍ଟ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ପଠାଇଥିଲେ।

ଏଥିରୁ ୨୨ଟି କୋର୍ଟ ସ୍ୱତନ୍ତ୍ର ଭାବେ ନାବାଳିକା ଯୌନ ହିଂସା (ପୋକସୋ) ମାମଲାର ଶୁଣାଣି କରିବେ। ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ନିଜ ଅଂଶଦାନ ବାବଦ ଅର୍ଥ ପ୍ରଦାନ କରିସାରିଛନ୍ତି। ଗୋଟିଏ ଲେଖାଏ କୋର୍ଟ ପାଇଁ ବର୍ଷକୁ ୭୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଓ ଏଥିରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ଓ ରାଜ୍ୟ ସରକାର ୪୦% ଅର୍ଥ ବହନ କରିବେ।
ଉଲ୍ଲେଖଯୋଗ୍ୟ, ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ସମଗ୍ର ଦେଶରେ ୫୮୧ଟି ଫାଷ୍ଟଟ୍ରାକ୍ କୋର୍ଟ କାର୍ଯ୍ୟକ୍ଷମ ଥିବାବେଳେ ସର୍ବାଧିକ ୨୦୬ଟି ୟୁପିରେ, ୨୧ଟି ଆନ୍ଧ୍ରପ୍ରଦେଶ, ୩୮ଟି ତେଲେଙ୍ଗାନା, ୮୮ଟି ପଶ୍ଚିମବଙ୍ଗ, ୪୫ଟି ବିହାର, ୨୩ଟି ଛତିଶଗଡ଼ରେ ରହିଛି ।

କିନ୍ତୁ ଓଡ଼ିଶାରେ ଗୋଟିଏ ବି ଫାଷ୍ଟଟ୍ରାକ୍ କୋର୍ଟ ନାହିଁ। ଓଡ଼ିଶାରେ ୨୦୧୯ ଜୁନ୍ ୩୦ତାରିଖ ସୁଦ୍ଧା ନାବାଳିକା ଯୌନ ହିଂସା ଓ ଦୁଷ୍କର୍ମ (ପୋକସୋ) ମାମଲା ୮୭୩୧ଟି ପଞ୍ଜୀକୃତ ହୋଇଛି। ୟୁପି,ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ପରେ ସର୍ବାଧିକ ମାମଲା ଓଡ଼ିଶାରେ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି।
ରାଜ୍ୟ ସରକାର ମହିଳା ଓ ନାବାଳିକାଙ୍କ ବିରୁଦ୍ଧରେ ହିଂସାକୁ ସାମାନ୍ୟତମ ବରଦାସ୍ତ କରୁନାହାନ୍ତି ବୋଲି କହୁଥିବାବେଳେ ସେମାନଙ୍କୁ ତ୍ୱରିତ୍ ନ୍ୟାୟ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନ ସତ୍ୱେ ଫାଷ୍ଟଟ୍ରାକ୍ କୋର୍ଟ ସ୍ଥାପନ ଦିଗରେ ଆଗ୍ରହ ନଦେଖାଇବା ସରକାରଙ୍କ ପାରିବାପଣିଆ ଓ ଆନ୍ତରିକତାକୁ ପଦାରେ ପକାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story