କରୋନାଠୁ ବଡ଼ ମହାମାରୀ ଏବେ ରାଜ୍ୟର ବେକାରୀ ସମସ୍ୟା : ବିରୋଧୀ ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରିୟାପ୍ରୀତିରେ ନିଯୁକ୍ତି ପ୍ରକ୍ରିୟା ଚାଲିଛି। କରୋନାଠୁ ଏବେ ବଡ଼ ମହାମାରୀ ହେଉଛି ରାଜ୍ୟର ବେକାରୀ ସମସ୍ୟା। ବେକାର ଯୁବକଯୁବତୀ ଭସ୍ମାସୁରରେ ପରିଣତ ହେଲେଣି। ଏହିମାନେ ହିଁ ସରକାରଙ୍କୁ ବୁଡ଼ାଇ ଦେବେ ବୋଲି ବିରୋଧୀ ଦଳ ସଦସ୍ୟମାନେ ଆଜି ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି। ତେବେ ବିଭାଗୀୟ ମନ୍ତ୍ରୀ ବିରୋଧୀଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରି ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ନିଜର ସ୍ୱତନ୍ତ୍ର ପରିଚୟ ବିଶ୍ୱଦରବାରରେ ସୃଷ୍ଟି କରିବାକୁ ପ୍ରୟାସରତ ବୋଲି କହିଛନ୍ତି। […]

Unemployment

Unemployment

Ordigital Desk
  • Published: Thursday, 25 March 2021
  • Updated: 25 March 2021, 08:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରିୟାପ୍ରୀତିରେ ନିଯୁକ୍ତି ପ୍ରକ୍ରିୟା ଚାଲିଛି। କରୋନାଠୁ ଏବେ ବଡ଼ ମହାମାରୀ ହେଉଛି ରାଜ୍ୟର ବେକାରୀ ସମସ୍ୟା। ବେକାର ଯୁବକଯୁବତୀ ଭସ୍ମାସୁରରେ ପରିଣତ ହେଲେଣି। ଏହିମାନେ ହିଁ ସରକାରଙ୍କୁ ବୁଡ଼ାଇ ଦେବେ ବୋଲି ବିରୋଧୀ ଦଳ ସଦସ୍ୟମାନେ ଆଜି ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି। ତେବେ ବିଭାଗୀୟ ମନ୍ତ୍ରୀ ବିରୋଧୀଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରି ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ନିଜର ସ୍ୱତନ୍ତ୍ର ପରିଚୟ ବିଶ୍ୱଦରବାରରେ ସୃଷ୍ଟି କରିବାକୁ ପ୍ରୟାସରତ ବୋଲି କହିଛନ୍ତି।

ଆଜି ବିଧାନସଭାରେ ବେକାରୀ ପ୍ରସଙ୍ଗକୁ ନେଇ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ବିକିନି ପରିହିତା ଯୁବତୀଙ୍କ ଅବସ୍ଥା ଯାହା ମନ୍ତ୍ରୀଙ୍କ ଉତ୍ତର ସେୟା। ୧୮ଲକ୍ଷ ଯୁବକଯୁବତୀ ରାଜ୍ୟରେ ବେକାର ହୋଇ ବୁଲୁଥିବାବେଳେ ରାଜ୍ୟ ସରକାର ଅବସରପ୍ରାପ୍ତ ଅଫିସରଙ୍କୁ ନିଯୁକ୍ତି ଦେଉଛନ୍ତି। ସ୍ୱଳ୍ପ ଦକ୍ଷିଣାରେ ଏମାନଙ୍କୁ ନିଯୁକ୍ତି ଦେଉଛନ୍ତି। ୧୦ଲକ୍ଷ ପ୍ରବାସୀ ରାଜ୍ୟକୁ ଫେରିଲେ। ନା ସେମାନଙ୍କର ସ୍କିଲ ମ୍ୟାପିଂ କରାଗଲା ନା କାହାରିକୁ ନିଯୁକ୍ତି ଦେଲେ ତାହା ଜଣାପଡ଼ିଲା। ଶେଷରେ ସେମାନେ ରାଜ୍ୟରେ ନିଯୁକ୍ତି ନପାଇ ବାଧ୍ୟ ହୋଇ ବାହାରକୁ ଫେରିଗଲେ। ଯେତିକି ଦକ୍ଷତା ବିକାଶ ତାଲିମ ଦିଆଯାଇଛି ସେଥିରୁ ୩୧ ପ୍ରତିଶତ ପିଲାମାନେ ଏବେ ନିଯୁକ୍ତି ପାଇଁ ଅଯୋଗ୍ୟ। ଏଥିରୁ ଜଣାପଡ଼ୁଛି ରାଜ୍ୟରେ ଦକ୍ଷତା ବିକାଶ ବିଭାଗ କିପରି କାର୍ଯ୍ୟ କରୁଛି। ପିଲାଙ୍କ ଭିତରେ ଇଂରାଜୀ, ଗଣିତ, କମ୍ପ୍ୟୁଟର ଜ୍ଞାନର ଅଭାବ ରହୁଥିବାରୁ ନିଯୁକ୍ତି ମିଳିପାରୁନି ବୋଲି ଶ୍ରୀ ମାଝୀ କହିଛନ୍ତି।

ସେହିପରି ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଗତ ୧୦ବର୍ଷ ମଧ୍ୟରେ ୩୧ଲକ୍ଷ ୩୫ହଜାର ୮୩୯ଜଣ ଯୁବକଯୁବତୀ ସରକାରଙ୍କ କର୍ମନିୟୋଜନ ସଂସ୍ଥାରେ ପଞ୍ଜିକରଣ କରିଥିବାବେଳେ ସେଥିରୁ ମାତ୍ର ୨୨ହଜାର ୬୦ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ୨୦୨୦ ମସିହାରେ ସରକାର ମାତ୍ର ୨୩ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଏବେ କର୍ମ ନିୟୋଜନ ସଂସ୍ଥାରେ ୮ଲକ୍ଷ ୯୬ହଜାର ୮୩୮ଜଣ ଯୁବକଯୁବତୀ ପଞ୍ଜିକରଣ କରିଥିବା ଦେଖିବାକୁ ମିଳୁଛି। ବାକି ୨୨ଲକ୍ଷ ୫୭ହଜାର ଯୁବକଯୁବତୀ ଗଲେ କୁଆଡ଼େ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହିତ ରାଜ୍ୟରେ ନିଯୁକ୍ତି ବୟସ ସୀମାକୁ ୩୨ରୁ ୪୨ ବର୍ଷ କିମ୍ବା ୪୫ବର୍ଷକୁ ବୃଦ୍ଧି କରିବାକୁ ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ପ୍ରେମାନନ୍ଦ ନାଏକ କହିଥିଲେ ଯେ, ବାସ୍ତବରେ ରାଜ୍ୟରେ ଯୁବକଯୁବତୀମାନଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଓ ଅନ୍ୟ ବିଭାଗ ମାଧ୍ୟମରେ ଅନେକ ପଦକ୍ଷେପ ନେଉଛନ୍ତି। ଯାହାଫଳରେ ସେମାନେ ଉତ୍ପାଦନ ଓ ସେବା କ୍ଷେତ୍ରରେ ନିଯୁକ୍ତି ଓ ଆତ୍ମନିଯୁକ୍ତିକ୍ଷମ ହୋଇପାରୁଛନ୍ତି।

ସ୍କିଲ ଓଡ଼ିଶାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଯାହାଫଳରେ ଗତ ୩ବର୍ଷ ଧରି କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଗ୍ରାମୀଣ କୌଶଳ ଯୋଜନାରେ ଓଡ଼ିଶା କ୍ରମାଗତ ଭାବେ ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଆଜି ପର୍ଯ୍ୟନ୍ତ ଭାରତ କେବଳ ଗୋଟିଏ ସ୍ୱର୍ଣ୍ଣପଦକ ହାସଲ କରିଛି, ଯାହାକି ଓଡ଼ିଶାର ପ୍ରତିଯୋଗୀ ୱାଲର୍ଡ ସ୍କିଲ-୨୦୧୯ରେ ହାସଲ କରିଥିଲେ। ରାଜ୍ୟରେ ଏପର୍ଯ୍ୟନ୍ତ ୨୪୬ଟି ନିଯୁକ୍ତି ମେଳା ଆୟୋଜନ ହୋଇଛି। ଏହି ନିଯୁକ୍ତି ମେଳା ଜରିଆରେ ମୋଟ ୧ଲକ୍ଷ ୩୫ହଜାର ୮୫୮ଜଣ ଯୁବକଯୁବତୀଙ୍କୁ ବିଭିନ୍ନ ଅନୁଷ୍ଠାନରେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ସରକାରଙ୍କ ସହାୟତାରେ ୬ଟି ସମ୍ବଲପୁର, କଟକ,ରାଉରକେଲା, ଢେଙ୍କାନାଳ, ବ୍ରହ୍ମପୁର, କେନ୍ଦୁଝର ଓ କୋରାପୁଟରେ ମଡେଲ କ୍ୟାରିୟର ସେଣ୍ଟର ପ୍ରତିଷ୍ଠା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos