Advertisment

ଡାହାଣକୁ କାହିଁକି ଘୂରେ ଘଡ଼ି? ଜାଣନ୍ତୁ

ଘଡ଼ିରେ ରହିଥିବା ଘଣ୍ଟା, ମିନିଟ ଓ ସେକେଣ୍ଡ କଣ୍ଟା ଗୁଡ଼ିକ ସବୁବେଳେ ଦକ୍ଷିଣାବର୍ତ୍ତ (clockwise) ଦିଗରେ ହିଁ କାହିଁକି ବୁଲେ ଜାଣନ୍ତି? ଏହା ଉତ୍ତର ଗୋଲାର୍ଦ୍ଧରେ ସମୟ ନିର୍ଦ୍ଧାରଣର ଐତିହାସିକ ବିକାଶରେ ଗଭୀର ଭାବରେ ଜଡ଼ିତ।

author-image
Ordigital Desk
ଅଦ୍ୟତନ ହୋଇଛି
Why clocks always go clockwise?

Why clocks always go clockwise?

ପିଲାମାନଙ୍କୁ ବହୁତ କମ ବୟସରୁ ଘଡ଼ି ଚିହ୍ନିବା ଶିଖାଯାଏ। ଯଦିଓ ସେମାନେ ଶୀଘ୍ର ଘଣ୍ଟା, ମିନିଟ ଓ ସକେଣ୍ଡ କଣ୍ଟାକୁ ଦେଖି ସମୟ ଜାଣିବା ଶିଖିଯାଆନ୍ତି, ହେଲେ ବୋଧହୁଏ ସେମାନଙ୍କୁ ଗୋଟିଏ କଥା ଶିଖାଯାଏ ନାହିଁ, ଯାହାର ଉତ୍ତର ବଡ଼ମାନଙ୍କ ପାଖରେ ମଧ୍ୟ ନାହିଁ।

Advertisment

କ'ଣ ଆପଣ କେବେ ଭାବିଛନ୍ତି, ଘଡ଼ିରେ ରହିଥିବା ଘଣ୍ଟା, ମିନିଟ ଓ ସେକେଣ୍ଡ କଣ୍ଟା ଗୁଡ଼ିକ ସବୁବେଳେ ଦକ୍ଷିଣାବର୍ତ୍ତ (clockwise) ଦିଗରେ ହିଁ କାହିଁକି ବୁଲେ? ସରଳ ଭାଷାରେ ଏହି କଣ୍ଟା ଗୁଡ଼ିକ ଡାହାଣରୁ ବାମ ପାର୍ଶ୍ୱ ଆଡ଼କୁ ହିଁ ବୁଲିଥାଏ।  କ'ଣ ପାଇଁ ଏଗୁଡ଼ିକ ବିପରୀତ ଦିଗରେ ବୁଲିନଥାନ୍ତି? ଏହି ଗୋଟିଏ ଦିଗରେ ବୁଲି ଘଡ଼ିର କଣ୍ଟା ଗୁଡ଼ିକ ସମୟ ନିର୍ଦ୍ଧାରଣ କରିବା ପ୍ରକ୍ରିୟା କିଏ ସ୍ଥିର କଲା?

ଏହି ପ୍ରଶ୍ନ ହୁଏତ ଅନେକ ଲୋକଙ୍କ ମନକୁ ଆସିଥାଇପାରେ, ହେଲେ ବହୁତ କମ୍ ଲୋକ ଥିବେ ଯେଉଁମାନେ ଏହାର ସଠିକ୍ ଉତ୍ତର ଜାଣିଥିବେ। ଯେଉଁ ଦିଗରେ ଘଣ୍ଟାର କଣ୍ଟାଗୁଡ଼ିକ ଘୂର୍ଣ୍ଣନ କରେ, ତାହା ଉତ୍ତର ଗୋଲାର୍ଦ୍ଧରେ ସମୟ ନିର୍ଦ୍ଧାରଣର ଐତିହାସିକ ବିକାଶରେ ଗଭୀର ଭାବରେ ଜଡ଼ିତ। ଏକାଧିକ ରିପୋର୍ଟ ଅନୁଯାୟୀ ପ୍ରାଚୀନ କାଳରେ ଅଧିକାଂଶ ସଭ୍ୟତା ଉତ୍ତର ଗୋଲାର୍ଦ୍ଧରେ ସ୍ଥାପିତ ହୋଇଥିଲା। ସେତେବେଳେ ସେମାନେ ସମୟ ମାପିବା ପାଇଁ ଏକ ନିଆରା ଉପାୟ ଆବିଷ୍କାର କରିଥିଲେ।

Advertisment

କ୍ଲକ୍-ୱାଇଜ କାହିଁକି ଘୂରେ ଘଡ଼ି?
ଯେତେବେଳେ ଉତ୍ତର ଗୋଲାର୍ଦ୍ଧର ସଭ୍ୟ ଲୋକମାନେ ଏକ ପୋଲ (Sundial)କୁ ଭୂମିରେ ପୋତି ଦେଇଥିଲେ ଏବଂ ଏହାର ଛାୟା ଅନୁସରଣ କରିଥିଲେ, ସେମାନେ ଦେଖିଲେ ଯେ ଏହା ଏକ ଦକ୍ଷିଣାବର୍ତ୍ତ ଦିଗରେ ଗତି କରୁଛି। ଏହି ନିୟମ ଦୀର୍ଘ ସମୟ ଧରି ଚାଲିଥିଲା ​​ଏବଂ ସମୟର ଗତିକୁ କ୍ଲକ୍-ୱାଇଜ ବୋଲି ବିବେଚନା କରାଯାଉଥିଲା। କିନ୍ତୁ ଯେତେବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ସମୟ ନିର୍ଦ୍ଧାରଣ ପାଇଁ ପୋଲ ଲଗାଯାଇଥିଲା, ଏଠାରେ ସୂର୍ଯ୍ୟର ଛାୟା ଆଣ୍ଟି କ୍ଲକ-ୱାଇଜ ଦିଗରେ ଗତି କରିବାକୁ ଲାଗିଲା। ଏହି ଦୁଇଟି ସ୍ଥାନରେ ସମୟର ବେଗରେ କୌଣସି ସମ୍ଭାବ୍ୟ ପରିବର୍ତ୍ତନକୁ ଏଡ଼ାଇବା ପାଇଁ, ପୂର୍ବରୁ ଆରମ୍ଭ ହୋଇଥିବା କ୍ଲକ-ୱାଇଜ ଗତିକୁ ସମୟ ନିର୍ଦ୍ଧାରଣ ଧାରା ବୋଲି ସ୍ଥିର କରାଯାଇଥିଲା।

ଚତୁର୍ଦ୍ଦଶ ଶତାବ୍ଦୀରେ ଯେତେବେଳେ ୟୁରୋପରେ ଯାନ୍ତ୍ରିକ ଘଡ଼ି ବିକଶିତ ହେଲା, ଉଦ୍ଭାବକମାନେ ସୂର୍ଯ୍ୟଙ୍କ ଛାୟାର ପରିଚିତ ଗତିବିଧିକୁ ଅନୁକରଣ କରିବା ପାଇଁ ସ୍ବାଭାବିକ ଭାବରେ ଘଡ଼ିର କଣ୍ଟା ଗୁଡ଼ିକର ଦିଗ ନିର୍ଦ୍ଧାରଣ କଲେ।

Clocks Always Go Clockwise Clockwise Movement Of Time