ଆପଣ କେମିତିକା ସେଓ ଖାଉଛନ୍ତି, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):କ୍ୟାମେରା ଫ୍ରେମ୍‌ରୁ ବର୍ତ୍ତିବା ଏତେ ସହଜ ନୁହେଁ। କୌଣସି କଳାକାରନାମାକୁ ଆପଣ ଆଉ ଲୁଚାଇପାରିବେ ନାହିଁ। କାରଣ ଆପଣଙ୍କୁ କେଉଁଠି ନା କେଉଁଠି କ୍ୟାମେରା ଫଲୋ କରୁଥିବ। ଏବେ ତ ସ୍ମାର୍ଟ ଫୋନ୍‌ ଓ ସୋଶାଲ ମିଡିଆର ଜମାନା। ଆଉ ଏହା ହେଉଛି ଲୋକଙ୍କ ପାଖରେ ପହଞ୍ଚିବାର ସବୁଠୁ ସହଜ ମାଧ୍ୟମ।

ଏବେ ହେଉଛି ଭାଇରାଲ ଯୁଗ। ଆପଣ ଅନେକ ଭାଇରାଲ ଭିଡିଓ ଦେଖିଥିବେ। ଆଜି ମଧ୍ୟ ଆମେ ଆପଣଙ୍କୁ ସେମିତି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖିଲେ ଆପଣଙ୍କ ହୋସ୍ ଉଡ଼ିଯିବ।

ଆପଣ ନିଶ୍ଚିନ୍ତ ସେଓ ଖାଉଥିବେ ଆଉ ପିଲାମାନଙ୍କୁ ଖୁଆଉଥିବେ। ହେଲେ ଏହି ସେଓକୁ ବିକି ପେଟ ପୋଷୁଥିବା ପିଲାଟିଏ କେମିତି ଉପଭୋକ୍ତାଙ୍କ ସହ ବିଶ୍ୱାସଘାତକତା କରୁଛି ତାହା ଦେଖନ୍ତୁ। ପିଲାଟିର ବୟସ ପ୍ରାୟ ୧୬ରୁ ୧୭ ହେବ ବୋଲି ଅନୁମାନ କରାଯାଉଛି। ପିଲାଟି ଏକ ଠେଲାଗାଡ଼ିରେ ସେଓ ବିକୁଥିବା ବେଳେ ଏହାକୁ ସେ ଡ୍ରେନ୍‌ପାଣିରେ ଧୋଉଛି । ଏହି ଫଳ ଖାଇବା ଦ୍ୱାରା ନିଶ୍ଚୟ ଯାବତୀୟ ରୋଗ ହେବାର ଆଶଙ୍କା ରହିଛି। ହେଲେ ସେଥିପ୍ରତି ତା’ର ଧ୍ୟାନ ନାହିଁ। ସମ୍ଭବତଃ ପିଲାଟି ଏହାକୁ ତା’ ବାପା କି ବଡ଼ ଭାଇ ପାଖରୁ ଶିଖିଥିବ।

ଆହୁରି ପଢ଼ନ୍ତୁ

ସାରୁ ପତ୍ରରେ ଦୁଇମୁଣ୍ଡିଆ ସାପ

ହାଇୱେ ଡିଭାଇଡର୍‌ରେ ଚାଷ

ସିଂହ ସହ ଲଢ଼େଇ କରୁଛନ୍ତି ଛୋଟ ପଶୁ, ଦେଖନ୍ତୁ ଭିଡିଓ

ସମୁଦ୍ର କୂଳରେ ୧୫ ଫୁଟିଆ ରହସ୍ୟମୟ ଜୀବ, ସମସ୍ତେ ଚକିତ

ଦୁଇ ବଡ଼ ସାପ ମଧ୍ୟରେ ଜୋରଦାର ଲଢ଼େଇ, ଦେଖନ୍ତୁ ଭିଡିଓ

କୁମ୍ଭୀର ମୁହଁରୁ ଖାଦ୍ୟ ନେଇଗଲା ବାଘ, ଦେଖନ୍ତୁ ଭିଡିଓ

କ୍ୟାମେରାରେ କଏଦ ହେଲା ବିରଳ ଦୃଶ୍ୟ, ବଗିଚାରେ ଅଣ୍ଡା ଦେଉଛି ଏଣ୍ଡୁଅ

ପିପିଇ କିଟ୍ ପିନ୍ଧି ବାହାଘରରେ ଭୋଜି ପରସିଲେ ୱେଟର୍‌, ଦେଖନ୍ତୁ ଭିଡିଓ…

ବିଚ୍‌ ରାସ୍ତାରେ ଗାଈ ଗୋଠଙ୍କୁ ଗୋଡ଼ାଇଲା କଲରା ପତରିଆ, ଭିଡିଓ ଭାଇରାଲ

ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ, ଜଳନ୍ତା ଘର ମଧ୍ୟରୁ ତଳକୁ ଡେଇଁ ପଡ଼ିଲେ ଦୁଇ ଭାଇ

ଲଜ୍ଜା: ରୋଗୀଣା କୁକୁରକୁ ଅଳିଆ ଗଦାରେ ଫୋପାଡ଼ି ଦେଲା ମାଲିକ

ବାରମ୍ବାର ଟଙ୍କା ଚୋରି କରୁଛି ଏହି କୁଖ୍ୟାତ ବିଲେଇ, ଭିଡିଓରୁ ସବୁ ଧରା ପଡ଼ିଲା