ଆଇପିଏଲ ୮: ହ୍ୟାଟ୍ରିକ୍ ପରାଜୟ ଚାହିଁବନି ଦିଲ୍ଲୀ

ପୁନେ: ଚଳିତ ଆଇପିଏଲ୍ର ୧୦ମ ମ୍ୟାଚ୍ ବୁଧବାର ଖେଳାଯିବ ଦିଲ୍ଲୀ ଡେୟାର ଡେଭିଲ୍ସ ଓ କିଙ୍ଗସ୍ ଏକାଦଶ ପଞ୍ଜାବ ମଧ୍ୟରେ। ଏହି ମ୍ୟାଚଟିକୁ ଜିତିବାକୁ ଚେଷ୍ଟା କରିବ ଦିଲ୍ଲୀ ଡେୟାର ଡେଭିଲ୍ସ। କାରଣ ନୂଆ ରୂପ ଓ ରଙ୍ଗରେ ଏହି ଆଇପିଏଲରେ ପ୍ରବେଶ କରିଥିବା ଦିଲ୍ଲୀ ଡେୟାର ଡେଭିଲ୍ସ ଗୋଟିଏ ବି ମ୍ୟାଚ୍ ଜିତି ପାରିନାହିଁ। ଦୁଇଟି ମ୍ୟାଚ୍ ଖେଳିଛି ଓ ଦୁଇଟି ଯାକରେ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଛି। ଜେପି ଡୁମିନିଙ୍କ ନେତୃତ୍ୱାଧୀନ ଏହି ଟିମ୍ […]

yuvraj

yuvraj

Rakesh Mallick
  • Published: Wednesday, 15 April 2015
  • Updated: 16 April 2015, 05:32 AM IST

Sports

Latest News

ପୁନେ: ଚଳିତ ଆଇପିଏଲ୍ର ୧୦ମ ମ୍ୟାଚ୍ ବୁଧବାର ଖେଳାଯିବ ଦିଲ୍ଲୀ ଡେୟାର ଡେଭିଲ୍ସ ଓ କିଙ୍ଗସ୍ ଏକାଦଶ ପଞ୍ଜାବ ମଧ୍ୟରେ। ଏହି ମ୍ୟାଚଟିକୁ ଜିତିବାକୁ ଚେଷ୍ଟା କରିବ ଦିଲ୍ଲୀ ଡେୟାର ଡେଭିଲ୍ସ। କାରଣ ନୂଆ ରୂପ ଓ ରଙ୍ଗରେ ଏହି ଆଇପିଏଲରେ ପ୍ରବେଶ କରିଥିବା ଦିଲ୍ଲୀ ଡେୟାର ଡେଭିଲ୍ସ ଗୋଟିଏ ବି ମ୍ୟାଚ୍ ଜିତି ପାରିନାହିଁ। ଦୁଇଟି ମ୍ୟାଚ୍ ଖେଳିଛି ଓ ଦୁଇଟି ଯାକରେ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଛି। ଜେପି ଡୁମିନିଙ୍କ ନେତୃତ୍ୱାଧୀନ ଏହି ଟିମ୍ ତା’ର ପ୍ରଥମ ମ୍ୟାଚ୍ ଖେଳିଥିଲା ଚେନ୍ନାଇ ସୁପର୍ କିଙ୍ଗ୍ ବିପକ୍ଷରେ। ତେବେ ଶକ୍ତିଶାଳୀ ଚେନ୍ନାଇ ସୁପର୍ କିଙ୍ଗଠାରୁ ମାତ୍ର ୧ ରନ୍ରେ ହାରି ଯାଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସଠାରୁ ୩ ୱିକେଟରେ ଦଳ ହାରିଯାଇଥିଲା। ଏହା ସହିତ ଦିଲ୍ଲୀ ଡେୟାର ଡେଭିଲସ୍ ସହିତ ଏକ ଲଜ୍ଜାଜନକ ରେକର୍ଡ ବି ଯୋଡ଼ି ହୋଇଯାଇଛି। ଗତ ଓ ଚଳିତ ଆଇପିଏଲକୁ ମିଶାଇ ଦଳ ଲଗାତାର ୧୧ଟି ମ୍ୟାଚ୍ ହାରିସାରିଛି। ଆଜି ଏହି ରେକର୍ଡକୁ ଆଉ ଆଗକୁ ନେବାକୁ ଚାହିଁବ ନାହିଁ ଦଳ।

ଏମିତି ନୁହେଁ ଯେ ନୂଆ ରୂପ ଓ ରଙ୍ଗରେ ଆସିଥିବା ଦିଲ୍ଲୀ ଡେୟାର ଡେଭିଲସ୍ ଖରାପ କ୍ରିକେଟ୍ ଖେଳିଥିଲା। ଭଲ ଖେଳିଥିଲା। ତେବେ ଦୁର୍ଭାଗ୍ୟ ବଶତଃ ଅଳ୍ପକେ ହାରିଯାଇଥିଲା। ଦଳର ଲେଗ୍-ସ୍ପିନର ଇମରାନ ତାହିର ମଧ୍ୟ ଏହା କହିଛନ୍ତି। ସେ କହିଛନ୍ତି ଯେ ଦଳ ଭଲ ଖେଳିଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଅଳ୍ପକେ ମ୍ୟାଚ୍ ଦୁଇଟିକୁ ହାତଛଡ଼ା କରିଥିଲା। ତେବେ ଏହି ଦୁଇଟି ମ୍ୟାଚରେ ଦଳର ପ୍ରଦର୍ଶନ ନେଇ ସେ ଖୁସି ଜାହିର କରିଛନ୍ତି। ତାହିର ଓ ଅମିତ୍ ମିଶ୍ରା ମିଶି ରାଜସ୍ଥାନ ରୟାଲ୍ସର ୬ଟି ୱିକେଟ୍ ନେଇଥିଲେ। ତଥାପି ରାଜସ୍ଥାନ ରୟାଲ୍ସ ୧୮୪ ରନର ବିଜୟ ଲକ୍ଷ୍ୟକୁ ପାର କରି ଯାଇଥିଲା।

ଆଜିର ମ୍ୟାଚରେ ସମସ୍ତଙ୍କ ନିଜର ରହିବ ଦିଲ୍ଲୀ ଡେୟାର ଡେଭିଲ୍ସର ଯୁବରାଜ ସିଂହଙ୍କ ଉପରେ। ସେ ଏଯାବତ୍ ଆଖିଦୃଷ୍ଟିଆ ରନ୍ କରି ପାରି ନାହାନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସେ ମାତ୍ର ୨୭ ରନ୍ କରିଥିବା ବେଳେ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ମାତ୍ର ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ତେଣୁ ଦୁଇଟି ମ୍ୟାଚରେ ଭଲ ପ୍ରଦର୍ଶନ କରିନଥିବା ଯୁବରାଜଙ୍କ ଉପରେ ସମସ୍ତଙ୍କ ନଜର ରହିବ। ସୂଚନାଯୋଗ୍ୟ, ଚଳିତ ଆଇପିଏଲରେ ସେ ହେଉଛନ୍ତି ସବୁଠୁ ଦାମୀ ଖେଳାଳି। ତାଙ୍କୁ ୧୬ କୋଟି ଟଙ୍କାରେ କିଣିଛି ଦିଲ୍ଲୀ ଡେୟାର ଡେଭିଲ୍ସ।

ଅନ୍ୟପକ୍ଷରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ଏଯାବତ୍ ମିଳିଛି ମିଶ୍ରିତ ଫଳ। ଦଳ ଗୋଟିଏ ମ୍ୟାଚରେ ହାରିଛି ଓ ଗୋଟିଏ ମ୍ୟାଚ୍ ଜିତିଛି। ଜର୍ଜ ବେଲିଙ୍କ ନେତୃତ୍ୱାଧୀନ ଏହି ଦଳ ତା’ର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସଠାରୁ ହାରି ଯାଇଥିଲା। ତେବେ ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଗ୍ଲେନ୍ ମାକ୍ସୱେଲଙ୍କ ବ୍ୟାଟରୁ ରନ୍ ବର୍ଷା ହୋଇପାରିନଥିଲା ବେଳେ ମୁମ୍ବାଇ ବିପକ୍ଷ ମ୍ୟାଚରେ ବୀରେନ୍ଦ୍ର ସେହୱାଗ୍ ୩୬ କରିଥିଲେ ଓ ବେଲି ୬୪ ରନ୍ କରି ଅପରାଜିତ ରହିଥିଲେ।
ଆଇପିଏଲରେ ଏଯାବତ ଦିଲ୍ଲୀ ଡେୟାର ଡେଭିଲ୍ସ ଓ କିଙ୍ଗସ ପଞ୍ଜାବଏକାଦଶ ମଧ୍ୟରେ ୧୪ଟି ମ୍ୟାଚ୍ ହୋଇଛି। ଏଥିରୁ କିଙ୍ଗସ ପଞ୍ଜାବଏକାଦଶ ୯ଟି ଜିତି ଥିବା ବେଳେ ଦିଲ୍ଲୀ ଜିତିଛି ୫ଟି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story