ଆଇସ୍ ହକି ଟିମକୁ ୪ ଲକ୍ଷ ଟଙ୍କା ସହାୟତା ଦେଲେ ଗମ୍ଭୀର

ନୂଆଦିଲ୍ଲୀ: ଆର୍ଥିକ ସଂକଟ ଦେଇ ଗତି କରୁଥିବା ଭାରତୀୟ ଆଇସ୍ ହକି ଟିମକୁ ୪ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେଇଛନ୍ତି କୋଲାକାତା ନାଇଟ୍ ରାଇଡର୍ସର ଅଧିନାୟକ ଗୌତମ ଗମ୍ଭୀର। ଏସିଆ ଚାଲେଞ୍ଜ୍ କପ୍ ୨୦୧୫ରେ ଭାଗ ନେବା ପାଇଁ ସେ ଆଇସ୍ ହକି ଟିମକୁ ଏହି ଅର୍ଥ ଦେଇଛନ୍ତି। ଚାଲେଞ୍ଜ କପରେ ଭାଗ ନେବା ପାଇଁ ଆଇସ୍ ହକି ଟିମ୍ ସାର୍ବଜନୀନ ଭାବେ ଆର୍ଥିକ ସହାୟତା ମାଗିଥିଲା। ଗମ୍ଭୀର କହିଛନ୍ତି ଯେ ସେ ରେଡିଓରେ ଆଇସ୍ […]

Gautam Gambhir

Gautam Gambhir

Rakesh Mallick
  • Published: Wednesday, 15 April 2015
  • Updated: 16 April 2015, 05:29 AM IST

Sports

Latest News

ନୂଆଦିଲ୍ଲୀ: ଆର୍ଥିକ ସଂକଟ ଦେଇ ଗତି କରୁଥିବା ଭାରତୀୟ ଆଇସ୍ ହକି ଟିମକୁ ୪ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେଇଛନ୍ତି କୋଲାକାତା ନାଇଟ୍ ରାଇଡର୍ସର ଅଧିନାୟକ ଗୌତମ ଗମ୍ଭୀର। ଏସିଆ ଚାଲେଞ୍ଜ୍ କପ୍ ୨୦୧୫ରେ ଭାଗ ନେବା ପାଇଁ ସେ ଆଇସ୍ ହକି ଟିମକୁ ଏହି ଅର୍ଥ ଦେଇଛନ୍ତି। ଚାଲେଞ୍ଜ କପରେ ଭାଗ ନେବା ପାଇଁ ଆଇସ୍ ହକି ଟିମ୍ ସାର୍ବଜନୀନ ଭାବେ ଆର୍ଥିକ ସହାୟତା ମାଗିଥିଲା। ଗମ୍ଭୀର କହିଛନ୍ତି ଯେ ସେ ରେଡିଓରେ ଆଇସ୍ ହକି ଟିମର ଅନୁରୋଧ ଶୁଣିଥିଲେ। ଏହା ପରେ ସେ ନିଜ ଟ୍ରଷ୍ଟ ‘ଗୌତମ ଗମ୍ଭୀର ଫାଉଣ୍ଡେସନ’ ଜରିଆରେ ଏହି ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos