ସାଂଘାଇ: ଭାରତର ଦ୍ରୁତ ବୋଲର୍ ମୋହିତ ଶର୍ମା ଓ ମହମ୍ମଦ ସାମିଙ୍କ ବୋଲିଂରେ ଖୁବ୍ ପ୍ରଭାବିତ ହୋଇଛନ୍ତି ୱେଷ୍ଟଇଣ୍ଡିଜର ପ୍ରସିଦ୍ଧ ବୋଲର ମାଇକେଲ ହୋଲଣ୍ଡିଂ। ଏଠାକୁ ଲରେନ୍ସ ବିଶ୍ୱ ଖେଳ ପୁରସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଅବସରରେ ସେ ନିଜେ ଏହି କଥା କହିଛନ୍ତି। ସେ କହିଥିଲେ, ମୋହିତ ଓ ସାମିଙ୍କ ବୋଲିଂ ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାରତରେ ପିଚଗୁଡ଼ିକରେ ଅନେକ ପରିବର୍ତ୍ତନ ଅଣାଯାଇଥିବା ଯୋଗୁ ସେଗୁଡ଼ିକୁ ପେସ୍ ବୋଲରଙ୍କୁ ସହାୟକ ହେଉଛି। ଏବେ ଭାରତୀୟ ପିଚଗୁଡ଼ିକରେ ବଲ ଭଲ ଉଠୁଛି। ତେଣୁ ଏହା ଭାରତୀୟ ବ୍ୟାଟସମ୍ୟାନମାନଙ୍କ ପାଇଁ ବି ଫାଇଦା ଦେଇଛି। ସେମାନେ ବାଉନସର ବଲଗୁଡ଼ିକୁ ଭଲ ଖେଳୁଛନ୍ତି। ସେ କହିଥିଲେ ଯେ ୧୯୮୩ରେ ଭାରତରେ ମୁଁ ଏମିତି ପିଚ୍ ଚାହୁଁଥିଲି।
ସେହିପରି ଭାରତରେ ପେସ୍ ବୋଲିଂ କ୍ଷେତ୍ରରେ ବହୁତ ଉନ୍ନତି ଆସିଛି ବୋଲି ହୋଲଣ୍ଡିଂ କହିଛନ୍ତି। ତେବେ ଅତ୍ୟଧିକ କ୍ରିକେଟ୍ ଯୋଗୁ ସାରା ବିଶ୍ବରେ ପେସ୍ ବୋଲିଂର କଳା ନଷ୍ଟ ହୋଇଯାଉଛି ବୋଲି ସେ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୧୬ ବର୍ଷର ପୁଅ ସହିତ ପଳାଇଲା ୧୦ ବର୍ଷର ଝିଅ!
ରୋଚକ କଥା ହେଉଛି ଯେ ୫ମ ଶ୍ରେଣୀରେ ପଢୁଥିବା ଏହି ଝିଅଟିର ବାପା ଇନଷ୍ଟାଗ୍ରାମ ବିଷୟରେ କିଛି ଜାଣନ୍ତି ନାହିଁ।
National
ଅତୁଲ ସୁଭାଷ ଆତ୍ମହତ୍ୟା ମାମଲା: ପତ୍ନୀ, ଶାଶୁ ଓ ଶାଳକଙ୍କୁ ମିଳିଲା ଜାମିନ
ଗତ ଡିସେମ୍ବର ୯ ତାରିଖରେ ଅତୁଲ ସୁଭାଷ ଆତ୍ମହତ୍ୟା କରିଥିଲେ। ପତ୍ନୀ, ଶାଶୁ ଓ ଶାଳକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ସେ ଆତ୍ମହତ୍ୟା କରିଥିଲେ।
National
ସାମ୍ବାଦିକ ମୁକେଶଙ୍କ ହତ୍ୟା ଘଟଣାରେ ଟ୍ୱିଷ୍ଟ; ସଂପର୍କୀୟ ଭାଇ ଗିରଫ
ପୁଲିସ ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ରିତେଶ ସହିତ ତାଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟ ଦୀନେଶ ଚନ୍ଦ୍ରକାର ମଧ୍ୟ ଅଛନ୍ତି।
National
ଘାଟି ତଳକୁ ଖସି ପଡ଼ିଲା ସେନା ଟ୍ରକ୍; ୪ ଯବାନ ମୃତ, ୫ ଆହତ
ଆହତ ଯବାନମାନଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।
National
ଦିଲ୍ଲୀ ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି; ଜାଣନ୍ତୁ, କେଜ୍ରିୱାଲଙ୍କ ବିରୋଧରେ କାହାକୁ ଟିକେଟ ଦେଲା
ଗାନ୍ଧୀ ନଗର ବିଧାୟକ ଅନୀଲ ବାଜପେୟୀଙ୍କୁ ଏଥର ଟିକେଟ ଦେଇନି ବିଜେପି। ତାଙ୍କ ବଦଳରେ ପୂର୍ବତନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲୀଙ୍କୁ ଦଳ ଟିକେଟ ଦେଇଛି।