ସାଇନା ପୁଣି ଏକ ନମ୍ବର

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ୍ ପ୍ରେମୀଙ୍କ ଲାଗି ଏକ ସୁଖବର। ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ୍ ପୁଣି ଥରେ ବିଶ୍ୱର ଏକ ନମ୍ବର ଖେଳାଳି ବନି ଯାଇଛନ୍ତି। ବ୍ୟାଡମିଣ୍ଟନ ୱାଲର୍ଡ ଫେଡ଼େରସନ ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ସଦ୍ୟ ମାନ୍ୟତା ତାଲିକାରେ ସାଇନାଙ୍କୁ ମିଳିଛି ୧ ନମ୍ବର ସ୍ଥାନ। ଗତ ଏପ୍ରିଲ ମାସରେ ପ୍ରଥମ ଥର ପାଇଁ ସାଇନା ବ୍ୟାଡ଼ମିଣ୍ଟନରେ ବିଶ୍ୱର ୧ ନମ୍ବର ସ୍ଥାନ ହାସଲ କରିଥିଲେ। ପରେ ଅବଶ୍ୟ ସେ ଏହାକୁ ହରାଇ ଦେଇଥିଲେ। […]

sainanehwal

sainanehwal

Rakesh Mallick
  • Published: Thursday, 21 May 2015
  • Updated: 21 May 2015, 11:46 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ୍ ପ୍ରେମୀଙ୍କ ଲାଗି ଏକ ସୁଖବର। ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ୍ ପୁଣି ଥରେ ବିଶ୍ୱର ଏକ ନମ୍ବର ଖେଳାଳି ବନି ଯାଇଛନ୍ତି। ବ୍ୟାଡମିଣ୍ଟନ ୱାଲର୍ଡ ଫେଡ଼େରସନ ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ସଦ୍ୟ ମାନ୍ୟତା ତାଲିକାରେ ସାଇନାଙ୍କୁ ମିଳିଛି ୧ ନମ୍ବର ସ୍ଥାନ। ଗତ ଏପ୍ରିଲ ମାସରେ ପ୍ରଥମ ଥର ପାଇଁ ସାଇନା ବ୍ୟାଡ଼ମିଣ୍ଟନରେ ବିଶ୍ୱର ୧ ନମ୍ବର ସ୍ଥାନ ହାସଲ କରିଥିଲେ। ପରେ ଅବଶ୍ୟ ସେ ଏହାକୁ ହରାଇ ଦେଇଥିଲେ। ତେବେ ମେ’୨୬ ତାରିଖରୁ ଅଷ୍ଟ୍ରେଲିଆ ଓପନ୍ ଆରମ୍ଭ ହେବା ପୂର୍ବରୁ ସାଇନା ପୁଣି ଥର ନମ୍ବର ଏକ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ଅନ୍ୟତମ ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ ୧୨ତମ ସ୍ଥାନକୁ ଖସି ଯାଇଛନ୍ତି।

ସେହିଭଳି ପୁରୁଷଙ୍କ ଏକକ ମାନ୍ୟତା ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି କେ ଶ୍ରୀକାନ୍ତ। ପି କଶ୍ୟପ ଓ ଏଚ.ଏସ ପାରନ୍ନୋୟି ଯଥାକ୍ରମେ ୧୩ ଓ ୧୫ତମ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos