ଭାରତ ନିରାଶ, ବାଂଲାଦେଶର ଐତିହାସିକ ବିଜୟ

ନୂଆଦିଲ୍ଲୀ: ମୁଶଫିକର ରହିମଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ବାଂଲାଦେଶ ପ୍ରଥମ ଟି-୨୦ ମ୍ୟାଚରେ ଭାରତକୁ ୭ ୱିକେଟରେ ହରାଇ ଐତିହାସିକ ବିଜୟ ହାସଲ କରିଛି। ଭାରତ ବିପକ୍ଷରେ ବାଂଲାଦେଶର ଏହା ପ୍ରଥମ ଟି-୨୦ ବିଜୟ। ଏହା ପୂର୍ବରୁ ବାଂଲାଦେଶ ଲଗାତାର ୮ଟି ମ୍ୟାଚରେ ଭାରତ ନିକଟରୁ ହାରିଥିଲା। ଏହି ବିଜୟ ସହ ବାଂଲାଦେଶ ତିନିମ୍ୟାଚ୍ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ସତ୍ତ୍ବେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ […]

ban

ban

Ranjit Kumar Jena
  • Published: Sunday, 03 November 2019
  • Updated: 03 November 2019, 10:38 PM IST

Sports

Latest News

ନୂଆଦିଲ୍ଲୀ: ମୁଶଫିକର ରହିମଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ବାଂଲାଦେଶ ପ୍ରଥମ ଟି-୨୦ ମ୍ୟାଚରେ ଭାରତକୁ ୭ ୱିକେଟରେ ହରାଇ ଐତିହାସିକ ବିଜୟ ହାସଲ କରିଛି। ଭାରତ ବିପକ୍ଷରେ ବାଂଲାଦେଶର ଏହା ପ୍ରଥମ ଟି-୨୦ ବିଜୟ। ଏହା ପୂର୍ବରୁ ବାଂଲାଦେଶ ଲଗାତାର ୮ଟି ମ୍ୟାଚରେ ଭାରତ ନିକଟରୁ ହାରିଥିଲା। ଏହି ବିଜୟ ସହ ବାଂଲାଦେଶ ତିନିମ୍ୟାଚ୍ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ସତ୍ତ୍ବେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଭ୍ରମଣକାରୀ ବୋଲରଙ୍କୁ ସାମ୍ନା କରିନପାରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୮ ରନ୍ କରିଥିଲା। ଜବାବରେ ବାଂଲାଦେଶ ୧୯.୩ ଓଭରରେ ୩ ୱିକେଟ୍ ହରାଇ ୧୫୪ ରନ୍ କରି ବିଜୟୀ ହୋଇଛି।

ଏହି ଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ପ୍ରଥମ ଓଭରରେ ଓପ୍ନର ଲିଟନ୍ ଦାସ (୭)ଙ୍କୁ ହରାଇଥିଲା। ଲିଟନଙ୍କୁ ଦୀପକ ଚହର୍ ଆଉଟ୍ କରିଥିଲେ। ଏହା ପରେ ଡେବ୍ୟୁଟାଣ୍ଟ ମହମ୍ମଦ ନଇମ ଓ ସୌମ୍ୟ ସରକାର ୨ୟ ୱିକେଟ୍ ପାଇଁ ୪୬ ରନ୍ ଯୋଡ଼ି ଦଳୀୟ ସ୍ଥିତି ସୁଧାରିଥିଲେ। ନଇମ ୨୬ ରନ୍ କରି ଚହଲଙ୍କ ଶିକାର ହୋଇଥିଲା। ସୌମ୍ୟ ଓ ମୁଶଫିକର ରହିମ୍ ଦମଦାର ବ୍ୟାଟିଂ କରି ତୃତୀୟ ୱିକେଟ୍ ପାଇଁ ୬୦ ରନର ମୂଲ୍ୟବାନ୍ ପାର୍ଟନରଶିପ୍ କରି ବାଂଲାଦେଶକୁ ବିଜୟ ନିକଟତର କରାଇଥିଲେ। ସୌମ୍ୟ ୩୫ ବଲରେ ୧ ଚୌକା ଓ ୨ ଛକା ସହ ୩୯ ରନ୍ କରି ଆଉଟ୍ ହୋଇଥିଲେ। କିନ୍ତୁ ମୁଶଫିକର ଓ କ୍ୟାପଟେନ୍ ମହମଦୁଲ୍ଲା ଆକ୍ରମଣାତ୍ମକ ବ୍ୟାଟିଂ କରି ୩ଟି ବଲ୍ ବାକି ଥାଇ ନିଜ ଟିମକୁ ବିଜୟୀ କରାଇଥିଲେ। ରହିମ୍ ୪୩ ବଲରେ ୮ ଚୌକା ଓ ୧ ଛକା ସହ ୬୦ ରନ୍ କରି ମ୍ୟାନ୍ ଅଫ୍‌ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ମହମ୍ମଦୁଲ୍ଲା ୭ ବଲରେ ୧୫ ରନ୍ କରି ଅପରାଜିତ ଥିଲେ।

ଏହା ପୂର୍ବରୁ ବାଂଲାଦେଶ କ୍ୟାପଟେନ୍ ମହମଦୁଲ୍ଲା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ପ୍ରଥମ ଓଭରରେ ବଡ଼ ଝଟକା ଲାଗିଥିଲା। କ୍ୟାପଟେନ୍ ରୋହିତ୍ ଶର୍ମା ମ୍ୟାଚର ପ୍ରଥମ ଏବଂ ପଞ୍ଚମ ବଲରେ ଚୌକା ମାରିଥିଲେ ହେଁ ଓଭରର ଶେଷ ବଲରେ ସାଫିଉଲ୍ ଇସଲାମଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ । ରୋହିତ୍ ୫ ବଲରେ ମାତ୍ର ୯ ରନ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଲୋକେଶ ରାହୁଲ ମଧ୍ୟ ଆଶାମୁତାବକ ବ୍ୟାଟିଂ କରିପାରିନଥିଲେ।

ବାଂଲାଦେଶ ବୋଲରଙ୍କୁ ସାମ୍ନା କରିବାରେ ଉଭୟ ରାହୁଲ୍ ଓ ଓପ୍ନର ଶିଖର ଧୱନଙ୍କୁ ସମସ୍ୟା ହୋଇଥିଲା। ଦୁହେଁ ରନ୍ ଗତିକୁ ବଢ଼ାଇବାକୁ ପ୍ରୟାସ କରିଥିଲେ ହେଁ, ଏଠାକାର ଧିମା ପିଚରେ ଏହା ସମ୍ଭବ ହୋଇନଥିଲେ। ଭାରତର ସ୍କୋର ୩୬ ଥିବା ବେଳେ ରାହୁଲ (୧୫)ଙ୍କୁ ଆମିନୁଲ୍ ଇସଲାମ୍ ପ୍ୟାଭିଲିୟନ୍ ପଠାଇଥିଲେ। ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ ଏବଂ ବାଂଲା ବୋଲରଙ୍କ ଉପରେ ଚାପ ପକାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ସେ ବଡ଼ ସ୍କୋର କରିବାକୁ ସମର୍ଥ ହୋଇନଥିଲେ। ଆୟର୍ ୧୩ ବଲରେ ୧ ଚୌକା ଓ ୨ ଛକା ୨୨ ରନ୍ କରି ଆମିନୁଲଙ୍କ ଶିକାର ହୋଇଥିଲେ। ତାଙ୍କ ପରେ ସେଟ୍ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ମଧ୍ୟ ନିଜ ୱିକେଟ୍ ହରାଇ ବସିଥିଲେ।

ଧୱନ୍ ବ୍ୟକ୍ତିଗତ ୪୧ (୪୨ ବଲ୍, ୩ ଚୌକା, ୧ ଛକା) ରନ୍ କରିଥିବା ବେଳେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ମୁମ୍ବାଇ ଅଲରାଉଣ୍ଡର ଶିବମ ଦୁବେ ନିଜ ପଦାର୍ପଣରେ ନିରାଶ କରିଥିଲେ। ସେ ମାତ୍ର ୧ ରନ୍ କରି ଆଫିଫ୍ ହୁସେନଙ୍କ ବଲରେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଋଷଭ ପନ୍ତ ନିଜର ସ୍ୱାଭାବିକ ଖେଳ ଖେଳିପାରିନଥିଲେ। ବାଂଲା ବୋଲରଙ୍କୁ ଖୋଲା ଶଟ୍ ମାରିବାରେ ତାଙ୍କୁ ସମସ୍ୟା ହୋଇଥିଲେ ସେ ୨୬ ବଲରେ ମାତ୍ର ୨୭ ରନ୍ କରି ସାଫିଉଲଙ୍କ ବୋଲିଂରେ ମହମ୍ମଦ ନଇମଙ୍କ ଶିକାର ହୋଇଥିଲେ।

ପନ୍ତଙ୍କ ଆଉଟ୍ ହେବା ପରେ ଭାରତ ବିପଦରେ ପଡ଼ିଯାଇଥିଲା। କୃନାଲ୍ ପାଣ୍ଡ୍ୟା ଓ ୱାଶିଂଟନ୍ ସୁନ୍ଦର ଶେଷ ଦୁଇ ଓଭରରେ ଭଲ ବ୍ୟାଟିଂ କରି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। କୃନାଲ୍ ୮ ବଲରେ ୧ ଚୌକା ଓ ୧ ଛକା ସହ ୧୫ ଓ ସୁନ୍ଦର ୫ ବଲରେ ୨ ଛକା ସହ ୧୪ ରନ୍ କରି ଅପରାଜିତ ଥିଲେ। ବାଂଲାଦେଶ ପକ୍ଷରୁ ସାଫିଉଲ୍ ଓ ଆମିନୁଲ୍ ଇସଲାମ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story