ପ୍ରଥମ ଟେଷ୍ଟ: ଇଂଲଣ୍ଡକୁ ଧୂଳି ଚଟାଇଲା ନ୍ୟୁଜିଲ୍ୟାଣ୍ଡ

ମାଉଣ୍ଟ ମାଉଙ୍ଗାନୁଇ: ପେସ୍ ବୋଲର ନିଲ୍ ୱାଗନରଙ୍କ ୫ ୱିକେଟ୍ ବଳରେ ନ୍ୟୁଜିଲ୍ୟାଣ୍ଡ୍ ସୋମବାର ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ଇନିଂସ୍ ଓ ୬୫ ରନରେ ପରାସ୍ତ କରିଛି। ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ୍ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଏହାସହ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡର ଘରୋଇ ମାଟିରେ ଲଗାତାର ସପ୍ତମ ସିରିଜରେ ଅପରାଜେୟ ରହିବା ଏକପ୍ରକାର ନିଶ୍ଚିତ ହୋଇଛି। ମ୍ୟାଚର ପଞ୍ଚମ ଦିବସର ଅନ୍ତିମ ଦିବସରେ ନ୍ୟୁଜିଲ୍ୟାଣ୍ଡକୁ ବିଜୟ ପାଇଁ ୨ […]

nz

nz

Ranjit Kumar Jena
  • Published: Monday, 25 November 2019
  • Updated: 25 November 2019, 05:18 PM IST

Sports

Latest News

ମାଉଣ୍ଟ ମାଉଙ୍ଗାନୁଇ: ପେସ୍ ବୋଲର ନିଲ୍ ୱାଗନରଙ୍କ ୫ ୱିକେଟ୍ ବଳରେ ନ୍ୟୁଜିଲ୍ୟାଣ୍ଡ୍ ସୋମବାର ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ଇନିଂସ୍ ଓ ୬୫ ରନରେ ପରାସ୍ତ କରିଛି। ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ୍ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଏହାସହ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡର ଘରୋଇ ମାଟିରେ ଲଗାତାର ସପ୍ତମ ସିରିଜରେ ଅପରାଜେୟ ରହିବା ଏକପ୍ରକାର ନିଶ୍ଚିତ ହୋଇଛି।

ମ୍ୟାଚର ପଞ୍ଚମ ଦିବସର ଅନ୍ତିମ ଦିବସରେ ନ୍ୟୁଜିଲ୍ୟାଣ୍ଡକୁ ବିଜୟ ପାଇଁ ୨ ୱିକେଟ୍ ଦରକାର ଥିଲା। ସାମ୍ କୁରାନ୍ (୨୯*) ଓ ଜୋଫ୍ରା ଆର୍ଚର୍ (୩୦) ନବମ ୱିକେଟ୍ ପାଇଁ ୫୯ ରନର ଭାଗୀଦାରୀ କରି ଇଂଲଣ୍ଡର ଡ୍ର' ଆଶା ଉଜ୍ଜୀବିତ କରିଥିଲେ । ତେବେ ୱାଗନରଙ୍କ ଲଗାତାର ବଲରେ ଆର୍ଚର୍ ଓ ଷ୍ଟୁଆର୍ଟ ବ୍ରଡ୍ (୦)ଙ୍କୁ ଆଉଟ୍ କରି ଇଂଲଣ୍ଡକୁ ୧୯୭ ରନରେ ଅଲଆଉଟ୍ କରି ନ୍ୟୁଜିଲ୍ୟାଣ୍ଡର ବିଜୟ ସୁନିଶ୍ଚିତ କରିଥିଲେ।

ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନରେ ଅଲଆଉଟ୍ ହୋଇଯାଇଥିଲା। ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ୯ ୱିକେଟ୍ ହରାଇ ୬୧୫ ରନରେ ପ୍ରଥମ ଇନିଂସ୍ ଘୋଷଣା କରିଥିଲା। ଇଂଲଣ୍ଡ ପଞ୍ଚମ ଦିବସରେ ୫୫/୩ରୁ ଖେଳ ଆରମ୍ଭ କରିଥିଲା। ଟିମକୁ ଇନିଂସ୍ ପରାଜୟରୁ ବର୍ତ୍ତିବା ପାଇଁ ୨୦୭ ରନର ଆବଶ୍ୟକ ଥିଲା। ଇଂଲଣ୍ଡ ଟିମ୍ ଡ୍ର' ଆଶା ନେଇ ମଇଦାନକୁ ଓହ୍ଲାଇଥିଲା ଏବଂ ଧିମା ବ୍ୟାଟିଂ କରିଥିଲା। ଲଗାତାର ଖରାପ ଫର୍ମ ଦେଇ ଗତି କରୁଥିବା କ୍ୟାପଟେନ୍ ଜୋ ରୁଟ୍ ମାତ୍ର ୧୧ ରନ୍ କରି କଲିନ୍ ଡି'ଗ୍ରାଣ୍ଡହୋମଙ୍କ ଶିକାର ହୋଇଥିଲେ।

ମଧ୍ୟାହ୍ନ ଭୋଜନ ପରେ ବେନ୍ ଷ୍ଟୋକ୍ସ (୨୮) ନିଜ ୱିକେଟ୍ ହରାଇ ବସିଥିଲେ। ତାଙ୍କୁ ଟିମ୍ ସାଉଦି କ୍ଲିନ୍ ବୋଲ୍ଡ କରିଥିଲେ। ଏହା ପରେ ୱାଗନର୍ ଜୋ ଡେନଲୀ (୩୫), ଓଲି ପୋପ୍ (୬) ଓ ଜୋସ ବଟଲର (୦)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ, ଯାହା ଫଲରେ ଇଂଲଣ୍ଡ ୧୭ ରନ୍ ଭିତରେ ୪ ୱିକେଟ୍ ହରାଇ ବସି ପରାଜୟ ଦ୍ୱାରରେ ପହଞ୍ଚିଥିଲା। ଅନ୍ତିମ ସେସନରେ କୁରାନ୍ ଓ ଆର୍ଚର୍ ଲଢ଼ିଥିଲେ ହେଁ, ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ।

ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ୱାଗନର୍ ୪୪ ରନ୍ ଦେଇ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ସାଣ୍ଟନର୍ ୩ଟି, ସାଉଦି ଓ ଗ୍ରାଣ୍ଡହୋମ୍ ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ରେକର୍ଡ ଦ୍ୱିଶତକ ହାସଲ କରିଥିବା ବିଜେ ୱାଟଲିଙ୍ଗ୍ (୨୦୫) ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story