ୱେଲିଂଟନ୍ ଟେଷ୍ଟ: ବ୍ୟାଟ୍ସମ୍ୟାନଙ୍କ ଫ୍ଲପ୍ ଶୋ', ଟିମ୍ ଇଣ୍ଡିଆର ବୃହତ ପରାଜୟ

ୱେଲିଂଟନ୍‌: ବ୍ୟାଟ୍ସମ୍ୟାନ୍ ଫ୍ଲପ୍ ଶୋ’ ଯୋଗୁ ଟିମ୍ ଇଣ୍ଡିଆ ବେସିନ୍ ରିଜର୍ଭରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ୍ ନିକଟରୁ ୧୦ ୱିକେଟରେ ପରାସ୍ତ ହୋଇଛି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଭାରତର ଏହା ପ୍ରଥମ ପରାଜୟ। ଅନ୍ୟପକ୍ଷରେ ଭାରତ ବିପକ୍ଷ ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ୍ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ବିଶ୍ୱର ସବୁ ଭେନ୍ୟୁରେ ଦମଦାର ବ୍ୟାଟିଂ କରିବାର ଦକ୍ଷତା ରଖିଥିବା ଏହି ଭାରତୀୟ ଟିମ୍ ଉଭୟ ଇନିଂସରେ ମାତ୍ର ୩୫୬ ରନ୍ […]

southee

southee

Ranjit Kumar Jena
  • Published: Monday, 24 February 2020
  • Updated: 24 February 2020, 04:45 PM IST

Sports

Latest News

ୱେଲିଂଟନ୍‌: ବ୍ୟାଟ୍ସମ୍ୟାନ୍ ଫ୍ଲପ୍ ଶୋ' ଯୋଗୁ ଟିମ୍ ଇଣ୍ଡିଆ ବେସିନ୍ ରିଜର୍ଭରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ୍ ନିକଟରୁ ୧୦ ୱିକେଟରେ ପରାସ୍ତ ହୋଇଛି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଭାରତର ଏହା ପ୍ରଥମ ପରାଜୟ। ଅନ୍ୟପକ୍ଷରେ ଭାରତ ବିପକ୍ଷ ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ୍ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ବିଶ୍ୱର ସବୁ ଭେନ୍ୟୁରେ ଦମଦାର ବ୍ୟାଟିଂ କରିବାର ଦକ୍ଷତା ରଖିଥିବା ଏହି ଭାରତୀୟ ଟିମ୍ ଉଭୟ ଇନିଂସରେ ମାତ୍ର ୩୫୬ ରନ୍ ହିଁ କରିବାକୁ ସକ୍ଷମ ହୋଇଛି।

ପ୍ରଥମ ଇନିଂସରେ ଭାରତ ମାତ୍ର ୧୬୫ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ୩୪୮ ରନ୍ କରି ୧୮୩ ରନର ବଡ଼ ଅଗ୍ରଣୀ ହାସଲ କରିଥିଲା। ଭାରତୀୟ ବ୍ୟାଟ୍ସମ୍ୟାନ୍ ଦ୍ୱିତୀୟ ଇନିଂସରେ ମଧ୍ୟ ବିଫଳ ରହିଥିଲେ ଏବଂ ମାତ୍ର ୧୯୧ ରନ୍ କରିବାକୁ ସକ୍ଷମ ହୋଇଛନ୍ତି। ଯାହା ଫଳରେ ନ୍ୟୁଜିଲ୍ୟାଣ୍ଡ୍ ଟିମକୁ ମ୍ୟାଚ୍ ଜିତିବା ପାଇଁ ମାତ୍ର ୯ ରନ୍ ଆବଶ୍ୟକ ଥିଲା, ଯାହାକୁ ସେମାନେ ବିନା କୌଣସି ୱିକେଟ୍ ହରାଇ ହାସଲ କରିନେଇଛନ୍ତି। ଟମ୍ ଲାଥମ ୭ ଓ ଟମ୍ ବ୍ଲଣ୍ଡେଲ୍ ୨ ରନ୍ କରି ଅପରାଜିତ ରହିଛନ୍ତି। ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ନ୍ୟୁଜିଲ୍ୟାଣ୍ଡର ଏହା ୧୦୦ତମ ବିଜୟ।

ସୋମବାର ଭାରତ ୪ ୱିକେଟରେ ୧୪୪ ରନରୁ ଖେଳ ଆରମ୍ଭ କରିଥିଲା। ଭାଇସ୍ କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀଙ୍କ ଉପରେ ସବୁ ଦାୟିତ୍ୱ ନ୍ୟସ୍ତ ଥିଲା। ତେବେ ଦୁହିଁଙ୍କ ଯୋଡ଼ି ଆଜି କିଛି ଖାସ୍ କରିପାରିନଥିଲେ। ପୂର୍ବଦିନର ସ୍କୋରରେ ଆଉ ୪ ରନ୍ ଯୋଡ଼ି ହୋଇଥିବା ବେଳେ ରାହାଣେ (୨୯)ଙ୍କୁ ଟ୍ରେଣ୍ଟ ବୋଲ୍ଟ ୱିକେଟକିପର ବିଜେ ୱାଟଲିଙ୍ଗଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ପରବର୍ତ୍ତୀ ଓଭରରରେ ବିହାରୀ (୧୫) ମଧ୍ୟ ପ୍ୟାଭିଲିୟନ୍ ଫେରିଥିଲେ।

ବିହାରୀ ଆଜି କୌଣସି ରନ୍ କରିବା ପୂର୍ବରୁ ଟିମ୍ ସାଉଦୀଙ୍କ ଶିକାର ହୋଇଥିଲେ। ଏହା ପରେ ରବିଚନ୍ଦ୍ରନ୍ ଅଶ୍ୱିନ୍ (୪)ଙ୍କୁ ମଧ୍ୟ ସାଉଦୀଙ୍କ ବଲରେ ଆଉଟ୍ ହୋଇଥିଲେ। ଈଶାନ୍ତ ଶର୍ମା (୧୨) କ୍ରିଜରେ ଛିଡ଼ା ହେବା ପାଇଁ ପ୍ରୟାସ କରିଥିଲେ, କିନ୍ତୁ ତାଙ୍କୁ କଲିନ୍ ଡି'ଗ୍ରାଣ୍ଡହୋମ୍ ଆଉଟ୍ କରି ନ୍ୟୁଜିଲ୍ୟାଣ୍ଡକୁ ଅଷ୍ଟମ ସଫଳତା ଦେଇଥିଲେ। ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଭଲ ଆରମ୍ଭ କରିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ସେ ବ୍ୟକ୍ତିଗତ ୨୫ (୪୧ ବଲ୍‌, ୪ ଚୌକା) ରନ୍ କରି ସାଉଦୀଙ୍କ ବଲରେ ବୋଲ୍ଟଙ୍କୁ କ୍ୟାଚ୍ ଦେଇ ବସିଥିଲେ।

ପନ୍ତଙ୍କ ଆଉଟ୍ ହେବାର ଦୁଇଟି ବଲ୍ ପରେ ଯଶପ୍ରୀତ ବୁମ୍ରା (୦)ଙ୍କୁ ମଧ୍ୟ ସାଉଦୀ ନିଜର ଶିକାର ବନାଇ ଭାରତ ଇନିଂସର ପରିସମାପ୍ତି ଘଟାଇଥିଲେ। ମହମ୍ମଦ ଶାମି ୨ ରନରେ ଅପରାଜିତ ଥିଲେ। ଭାରତ ପକ୍ଷରୁ କେବଳ ମୟଙ୍କ ଅଗ୍ରୱାଲ୍ (୫୮) ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ୍ ଖେଳିପାରିନଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ସାଉଦୀ ୬୧ ରନ୍ ଦେଇ ୫ଟି ଓ ବୋଲ୍ଟ ୩୯ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ । ମ୍ୟାଚରେ ମୋଟ ୯ ୱିକେଟ୍ ନେଇଥିବା ସାଉଦୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story