ଭୁବନେଶ୍ୱର: କର୍ଣ୍ଣାଟକର ମାଙ୍ଗାଲୋରଠାରେ ଚାଲିଥିବା ସିନିୟର ଆଥଲେଟିକ୍ ଚାମ୍ପିଅନସିପ୍ ଫେଡେରେସନ୍ ଚାମ୍ପିଅନସିପରେ ସୋମବାର ଓଡ଼ିଶାକୁ ମିଳିଛି ତିନୋଟି ପଦକ। ୨୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଶ୍ରାବଣୀ ନନ୍ଦ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଦୂତି ଚାନ୍ଦଙ୍କୁ ପୁଣି ରୌପ୍ୟ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ସେହିଭଳି ହେପ୍ଟାଥାଲାନରେ ପୂର୍ଣ୍ଣିମା ହେମ୍ବ୍ରମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ଏହା ସହିତ ଏହି ଚାମ୍ପିଅନସିପରେ ଏଯାବତ ଏ ଦୁଇ ଖେଳାଳି ଦୁଇଟି ଲେଖାଏଁ ପଦକ ହାସଲ କରିଛନ୍ତି। ଶ୍ରାବଣୀ ଦୁଇଟି ସ୍ୱର୍ଣ୍ଣ ପଦକ ପାଇସାରିଥିବା ବେଳେ ଦୂତିଙ୍କୁ ଦୁଇଟି ରୌପ୍ୟ ପଦକ ମିଳିଛି।
ମେ’୨ ତାରିଖରେ ୧୦୦ ମିଟର ଦୌଡ଼ରେ ମଧ୍ୟ ଶ୍ରାବଣୀଙ୍କୁ ସ୍ୱର୍ଣ୍ଣ ପଦକ ହାତେଇ ଥିଲେ। ଏଥିରେ ଦୂତିଙ୍କୁ ରୌପ୍ୟ ପଦକ ମିଳିଥିଲା। ସେହିଭଳି ସେଦିନ ପୁରଷ ବର୍ଗର ୧୦୦ ମିଟର ଦୌଡ଼ରେ ଅମୀୟ ମଲ୍ଲିକ ମଧ୍ୟ ସ୍ୱର୍ଣ୍ଣ ପଦକ ହାତେଇ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
National
ଏଥର ବି ସାଧାରଣତନ୍ତ୍ର ଦିବସରେ ଦିଶିବନି ଦିଲ୍ଲୀର ପ୍ରଜ୍ଞାପନ ମେଢ଼
ଏହାକୁ ମିଶାଇ ୪ର୍ଥ ଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ କରିବାକୁ ଅନୁମତି ମିଳିନାହିଁ।
Politics
ବିଭାଗ ବଣ୍ଟନକୁ ନେଇ ମହାୟୁତି ମେଣ୍ଟରେ ଅସନ୍ତୋଷ, ସ୍ୱୀକାର କଲେ ଅଜିତ ପାୱାର
ଶନିବାର ରାତିରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇଛି। ମନ୍ତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବିଭାଗ ଦେବାକୁ ପଡ଼ିଲା ବୋଲି କହିଲେ ଅଜିତ ପାୱାର।
National
ଅଲ୍ଲୁ ଅର୍ଜୁନଙ୍କ ଘର ଆଗରେ ବିକ୍ଷୋଭ ଓ ଭଙ୍ଗାରୁଜା, ୮ ଗିରଫ
ବିକ୍ଷୋଭକାରୀ ଅଲ୍ଲୁ ଅର୍ଜୁନଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ୮ ଜଣଙ୍କୁ ଉଠାଇ ନେଇଛି ପୁଲିସ।
National
ବିଷ ବଳୟରେ ରାଜଧାନୀ; ‘ସିଭିୟର’ ସ୍ଥିତିରେ ବାୟୁ ପ୍ରଦୂଷଣ
ରବିବାର ଦିନ ୩ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୬ରେ ପହଞ୍ଚିଛି। ୧୬ ଡିସେମ୍ବର ରାତିରୁ ଲାଗୁ ହୋଇଛି ଗ୍ରାପ-୪ କଟକଣା।