ଦ୍ୱିତୀୟ ଦିନିକିଆ: ମ୍ୟାଚ୍ ସହ ସିରିଜ୍ ହାରିଲା ଟିମ୍ ଇଣ୍ଡିଆ

ଅକଲ୍ୟାଣ୍ଡ୍‌: ପ୍ରଥମ ମ୍ୟାଚରେ ବୋଲରଙ୍କ ଖରାପ ପ୍ରଦର୍ଶନ ପରେ ଆଜି ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ଭାରତ ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ୍ ଠାରୁ ୨୨ ରନରେ ପରାସ୍ତ ହୋଇଛି। ଏହି ପରାଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୦-୨ରେ ପରାସ୍ତ ମଧ୍ୟ ହୋଇଛି। ସିରିଜକୁ ଫେରିବା ପାଇଁ ଭାରତକୁ ନିଶ୍ଚିତ ବିଜୟର ଆବଶ୍ୟକ ହେଉଥିଲା, କିନ୍ତୁ ଖରାପ ବ୍ୟାଟିଂ ଟିମ୍ ପରାଜୟର କାରଣ ହୋଇଛି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ଟି-୨୦ ସିରିଜ୍ ପରାଜୟରା ପ୍ରତିଶୋଧ ଦିନିିକିଆରେ ନେଇଛି। […]

nz

nz

Ranjit Kumar Jena
  • Published: Saturday, 08 February 2020
  • Updated: 08 February 2020, 03:45 PM IST

ଅକଲ୍ୟାଣ୍ଡ୍‌: ପ୍ରଥମ ମ୍ୟାଚରେ ବୋଲରଙ୍କ ଖରାପ ପ୍ରଦର୍ଶନ ପରେ ଆଜି ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ଭାରତ ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ୍ ଠାରୁ ୨୨ ରନରେ ପରାସ୍ତ ହୋଇଛି। ଏହି ପରାଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୦-୨ରେ ପରାସ୍ତ ମଧ୍ୟ ହୋଇଛି। ସିରିଜକୁ ଫେରିବା ପାଇଁ ଭାରତକୁ ନିଶ୍ଚିତ ବିଜୟର ଆବଶ୍ୟକ ହେଉଥିଲା, କିନ୍ତୁ ଖରାପ ବ୍ୟାଟିଂ ଟିମ୍ ପରାଜୟର କାରଣ ହୋଇଛି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ଟି-୨୦ ସିରିଜ୍ ପରାଜୟରା ପ୍ରତିଶୋଧ ଦିନିିକିଆରେ ନେଇଛି।

ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ୍ ମାର୍ଟିନ୍ ଗପ୍ଟିଲ୍ ଓ ରସ୍ ଟେଲରଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୭୩ ରନ୍ କରିଥିଲା। ଜବାବରେ ରବୀନ୍ଦ୍ର ଜାଡେଜା (୫୫) ଓ ନଭଦୀପ ସାଇନି (୪୫)ଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଭାରତ ୪୮.୩ ଓଭରରେ ୨୫୧ ରନ୍ କରି ଅଲଆଉଟ୍ ହୋଇଛି।

୨୭୪ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଭାରତ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଦୁଇ ଯୁବ ଓପ୍ନର ପୃଥ୍ୱୀ ଶ' ଓ ମୟଙ୍କ ଅଗ୍ରୱାଲ୍ ପୁଣିଥରେ ସୁଯୋଗ ହାତଛଡ଼ା କରିଥିଲେ। ମୟଙ୍କ ୩ ରନ୍ କରିଥିବା ବେଳେ ହାମିଶ୍ ବେନେଟ୍ଟଙ୍କ ବଲରେ ପ୍ୟାଭିଲିୟନ୍ ଫେରିଥିଲେ। ପୃଥ୍ୱୀ ଆକର୍ଷଣୀୟ ଶଟ୍ ଖେଳି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ହେଁ, ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ସେ ୨୪ ରନ୍ କରି ପଦାର୍ପକ ଜେମିସନଙ୍କ ଶିକାର ହୋଇଥିଲେ। କ୍ୟାପଟେନ୍ ବିରାଟ୍ କୋହଲି (୧୫)ଙ୍କୁ କ୍ଲିନ୍ ବୋଲ୍ଡ କରି ଟିମ୍ ସାଉଦୀ ନ୍ୟୁଜିଲ୍ୟାଣ୍ଡକୁ ବଡ଼ ସଫଳତା ଦେଇଥିଲେ।

ଇନଫର୍ମ ଲୋକେଶ ରାହୁଲ୍ (୪) ଓ କେଦାର ଯାଦବ (୯) ନିରାଶ କରିଥିଲେ। ତେବେ ଶ୍ରେୟସ ଆୟର୍‌, ରବୀନ୍ଦ୍ର ଜାଡେଜା ଓ ନଭଦୀପ ସାଇନି ଭଲ ବ୍ୟାଟିଂ କରିଥିଲେ ହେଁ, ତାଙ୍କୁ ନନଷ୍ଟ୍ରାଇକର୍ ଏଣ୍ଡରୁ ସେଭଳି ସହଯୋଗ ମିଳିନଥିଲା। ଆୟର୍ ୫୭ ବଲରେ ୭ ଚୌକା ଓ ୧ ଛକା ସହ ୫୨ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ଶାର୍ଦ୍ଦୁଲ ଠାକୁର ୧୮ ରନ୍ କରି କଲିନ୍ ଡି'ଗ୍ରାଣ୍ଡହୋମଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ୧୫୩ ରନରେ ୭ ୱିକେଟ୍ ହରାଇବା ପରେ ଭାରତର ପରାଜୟ ନିଶ୍ଚିତ ଲାଗୁଥିଲା, କିନ୍ତୁ ଏହି ସମୟରେ ଜାଡେଜାଙ୍କୁ ଭରପୂର ସାଥ୍ ଦେଇଥିଲେ ସାଇନି। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ୭୬ ରନର ଭାଗୀଦାରୀ କରି ଭାରତ ପାଇଁ ଆଶା କରିଥିଲେ।

ଯୁବ ପେସର ସାଇନି ଚମତ୍କାର ବ୍ୟାଟିଂ କରି ୪୫ (୪୯ ବଲ୍‌, ୫ ଚୌକା, ୨ ଛକା) ରନ୍ କରି ଜେମିସନଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହା ପରେ ଜାଡେଜା ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ହେଁ, ଭାରତକୁ ଜିତାଇପାରିନଥିଲେ। ଜାଡେଜା ଅନ୍ତିମ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ। ୟୁଜବେନ୍ଦ୍ର ଚହଲ୍ ୧୦ ରନ୍ କରିଥିବା ବେଳେ ଯଶପ୍ରୀତ ବୁମ୍ରା କୌଣସି ରନ୍ ନକରି ଅପରାଜିତ ଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ବେନେଟ୍ଟ, ସାଉଦୀ, ଜେମିସନ୍ ଓ ଗ୍ରାଣ୍ଡହୋମ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡକୁ ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଓ ହେନରୀ ନିକୋଲ୍ସ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୯୩ ରନ୍ ଯୋଡ଼ିଥିଲେ। ନିକୋଲ୍ସ ୪୧ ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଟମ୍ ବ୍ଲଣ୍ଡେଲ୍ (୨୨) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଗପ୍ଟିଲ୍ ଓ ରସ୍ ଟେଲର୍ ଦମଦାର ବ୍ୟାଟିଂ କରିଥିଲେ । ଗପ୍ଟିଲ୍ ସିରିଜରେ ନିଜର ପ୍ରଥମ ଅର୍ଦ୍ଧଶତକ ମାରିଥିଲେ। ସେ ବ୍ୟକ୍ତିଗତ ୭୯ (୭୯ ବଲ୍‌, ୮ ଚୌକା, ୩ ଛକା) ରନ୍ କରି ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ଗପ୍ଟିଲଙ୍କ ଆଉଟ୍ ପରେ ନ୍ୟୁଜିଲ୍ୟାଣ୍ଡର ମିଡିଲ୍ ଅର୍ଡର୍ ସମ୍ପୂର୍ଣ୍ଣ କୋଲାପ୍ସ ହୋଇଥିଲା।

କ୍ୟାପଟେନ୍ ଟମ୍ ଲାଥାମ୍ (୭), ଜେମ୍ସ ନିଶାମ୍ (୩), କଲିନ୍ ଡି'ଗ୍ରାଣ୍ଡହୋମ୍ (୫), ମାର୍କ ଚାପମ୍ୟାନ୍ (୧) ଓ ଟିମ୍ ସାଉଦୀ (୩) ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ। ଏହି ସମୟରେ ନ୍ୟୁଜିଲ୍ୟାଣ୍ଡ୍ ୧୯୭ ରନରେ ୮ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା ବେଳେ ଟେଲର୍ ଓ ଡେବ୍ୟୁଟାଣ୍ଟ କାଇଲ୍ ଜେମିସନ୍ ଚମତ୍କାର ବ୍ୟାଟିଂ କରି ନବମ ୱିକେଟ୍ ପାଇଁ ୭୬ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରି ନ୍ୟୁଜିଲ୍ୟାଣ୍ଡକୁ ୨୭୩ ରନରେ ପହଞ୍ଚାଇଥିଲେ। ଟେଲର୍ ୭୪ ବଲରେ ୬ ଚୌକା ଓ ୨ ଛକା ସହ ୭୩ ଓ ଜେମିସନ୍ ୨୪ ବଲରେ ୧ ଚୌକା ଓ ୨ ଛକା ସହ ୨୫ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଚହଲ୍ ୩ଟି, ଶାର୍ଦ୍ଦୁଲ ଠାକୁର ୨ଟି ଓ ଜାଡେଜା ଗୋଟିଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story