ବିରାଟ୍ କୋହଲିଙ୍କ କ୍ୟାପଟେନ୍ସିକୁ ନେଇ ବଡ଼ ବୟାନ ଦେଲେ ରାହାଣେ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆକୁ ୨-୧ରେ ଟେଷ୍ଟ ସିରିଜ୍ ଜିତାଇଥିବା ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱକୁ ଚାରିଆଡ଼େ ପ୍ରଶଂସା କରାଯାଉଛି। ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ଭାବେ ହାରିବା ଏବଂ ଏହା ପରେ କୋହଲିଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ରାହାଣେଙ୍କ ନେତୃତ୍ୱରେ ଜବରଦସ୍ତ କମବ୍ୟାକ୍ କରି ସିରିଜ୍ ହାତେଇଥିଲା। ସିରିଜ୍ ଜିତିବା ପରେ ରାହାଣେଙ୍କୁ ଏବେ କୋହଲିଙ୍କ ବଦଳରେ ଭାରତର ନିୟମିତ କ୍ୟାପଟେନ୍ କରିବାକୁ ଅନେକ ମତ ଦେଉଛନ୍ତି। ଏହାକୁ ନେଇ ରାହାଣେ […]

kohli-and-rahane

kohli-and-rahane

Ranjit Kumar Jena
  • Published: Sunday, 24 January 2021
  • Updated: 24 January 2021, 09:04 PM IST

Sports

Latest News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆକୁ ୨-୧ରେ ଟେଷ୍ଟ ସିରିଜ୍ ଜିତାଇଥିବା ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱକୁ ଚାରିଆଡ଼େ ପ୍ରଶଂସା କରାଯାଉଛି। ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ଭାବେ ହାରିବା ଏବଂ ଏହା ପରେ କୋହଲିଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ରାହାଣେଙ୍କ ନେତୃତ୍ୱରେ ଜବରଦସ୍ତ କମବ୍ୟାକ୍ କରି ସିରିଜ୍ ହାତେଇଥିଲା। ସିରିଜ୍ ଜିତିବା ପରେ ରାହାଣେଙ୍କୁ ଏବେ କୋହଲିଙ୍କ ବଦଳରେ ଭାରତର ନିୟମିତ କ୍ୟାପଟେନ୍ କରିବାକୁ ଅନେକ ମତ ଦେଉଛନ୍ତି। ଏହାକୁ ନେଇ ରାହାଣେ ଭିନ୍ନ ମତ ଦେଇଛନ୍ତି। ରାହାଣେଙ୍କ କହିବା ଅନୁଯାୟୀ, କ୍ୟାପଟେନ୍ସିକୁ ନେଇ କୋହଲିଙ୍କ ସହ ମୋର କୌଣସି ଟକ୍କର ନାହିଁ।

ରାହାଣେ କହିଛନ୍ତି, ଯେତେବେଳେ ବିରାଟ୍ କ୍ୟାପଟେନ୍ସି କରୁଥିଲେ ସେତେବେଳେ ଟିମକୁ ଜିତାଇବା ତାଙ୍କର ଉଦ୍ଦେଶ୍ୟ ଥାଏ। ମୁଁ ମଧ୍ୟ କ୍ୟାପଟେନ୍ ହେବା ପରେ ସେହି ଚିନ୍ତାଧାରା ନେଇ ମଇଦାନକୁ ଓହ୍ଲାଇଥିଲି। ଆମେ ଦୁହେଁ କେବଳ ଟିମକୁ ଜିତାଇବାକୁ ଚାହୁଁ। କ୍ୟାପଟେନ୍ସିକୁ ନେଇ ଆମ ଭିତରେ କୌଣସି ପ୍ରତିଦ୍ୱନ୍ଦ୍ୱିତା ନାହିଁ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କୋହଲି ପୁଣିଥରେ ନେତୃତ୍ୱ ଭାର ସମ୍ଭାଳିବେ ଏବଂ ମୁଁ ଭାଇସ୍ କ୍ୟାପଟେନ ହେବି। ଏହିପରି ଭାବେ ଆମେ ସମସ୍ତେ ଟିମର ବିଜୟ ଚାହୁଁ, ତେଣିକି ଟିମର କ୍ୟାପଟେନ୍ ଯିଏ ହେଉ ନା କାହିଁକି।

ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ଋଷଭ ପନ୍ତଙ୍କ ଇନିଂସକୁ ରାହାଣେ ଖୁବ୍ ପ୍ରଶଂସା କରିଛନ୍ତି। ରାହାଣେ କହିଛନ୍ତି, ପନ୍ତଙ୍କୁ ତାଙ୍କର ନ୍ୟାଚୁରାଲ ଗେମ୍ ଖେଳିବାକୁ ଆମେ କହିଥିଲୁ। ସେହିପରି ରାହାଣେ ସାଥୀ କେଳାଳି ଚେତେଶ୍ୱର ପୂଜାରାଙ୍କ ସାହସକୁ ପ୍ରଶଂସା କରିଛନ୍ତି। ପୂଜାରାଙ୍କୁ ନେଇ ରାହାଣେ କହିଛନ୍ତି, ପୂଜାରା ଯେଉଁଭଳି ଭଳି ସିଡନୀ ଓ ବ୍ରିସବେନ୍ ଟେଷ୍ଟରେ ଅଷ୍ଟ୍ରେଲୀୟ ପେସ୍ ଆଟାକର ମୁକାବିଲା କଲେ, ତା'ର ଯେତେ ପ୍ରଶଂସା କରାଗଲେ ବି କମ୍ ହେବ। ପୂଜାରା ଧୈର୍ଯ୍ୟ ଓ ଏକାଗ୍ରତାର ସହ ବ୍ୟାଟିଂ କରିଥିଲେ ଏବଂ ୱିକେଟ୍ ପତନ ହେବାକୁ ଦେଇନଥିଲେ। ତା'ର ଟିମର ବାକି ଖେଳାଳିମାନଙ୍କର ଯୋଗଦାନ ମଧ୍ୟ ଉଲ୍ଲେଖନୀୟ ଥିଲା ବୋଲି ରାହାଣେ କହିଛନ୍ତି।

ସୂଚନାଯୋଗ୍ୟ, ଆଡିଲେଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଇନିଂସରେ ମାତ୍ର ୩୬ ରନ୍ କରି ଅଲଆଉଟ୍ ହୋଇଥିଲା। ଯାହା ଫଳରେ ଅଷ୍ଟ୍ରେଲିଆ ମୁକାବିଲାକୁ ୮ ୱିକେଟରେ ଜିତି ୧-୦ରେ ଆଗୁଆ ହୋଇଥିଲେ। ଏହା ପରେ କ୍ୟାପଟେନ୍ ବିରାଟ୍ କୋହଲି ପ୍ୟାଟରନିଟୀରେ ଲିଭରେ ସ୍ୱଦେଶ ଫେରିଆସିଲେ। କିନ୍ତୁ କୋହଲିଙ୍କ ସ୍ଥାନରେ ନେତୃତ୍ୱ ନେଇଥିବା ଆଜିଙ୍କ୍ୟ ରାହାଣେ ଅଷ୍ଟ୍ରେଲିଆ ଟିମର ମାଇଣ୍ଡ ଗେମ୍ ପଢ଼ିବାରେ ସଫଳ ହୋଇ ନିଜ ଟିମକୁ ପୁଣିଥରେ ଛିଡ଼ା କରାଇଥିଲେ।

ଟିମ ଇଣ୍ଡିଆ ରାହାଣେଙ୍କ ନେତୃତ୍ବରେ ମେଲବର୍ଣ୍ଣରେ ଜବରଦସ୍ତ କମବ୍ୟାକ୍ କରି ମୁକାବିଲାକୁ ୮ ୱିକେଟରେ ଜିତି ସିରିଜକୁ ୧-୧ରେ ବରାବର କରିଥିଲା। ଏହା ପରେ ସିଡନୀ ଟେଷ୍ଟକୁ ଭାରତ ଯେଉଁ ଢଙ୍ଗରେ ଡ୍ର' କଲା, ତାହା ପ୍ରଶଂସା ଯୋଗ୍ୟ ଥିଲା। ସେହିପରି ବ୍ରିସବେନ୍ ଟେଷ୍ଟରେ ଭାରତ ୩୨୮ ରନର ବଡ଼ ଲକ୍ଷ୍ୟକୁ ସଫଳତାପୂର୍ବକ ହାସଲ କରି ସିରିଜକୁ ୨-୧ରେ ହାତେଇ ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos