ଅମିତ ମିଶ୍ର ଆଇପିଏଲ୍‌ରୁ ଆଉଟ୍

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସକୁ ପୁଣି ଆହତ ଝଟକା। ଆଜି ଦିଲ୍ଲୀ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟୁଥିବାବେଳେ ଦଳର ଷ୍ଟାର୍ ସ୍ପିନର୍ ଅମିତ୍ ମିଶ୍ର ପୂରା ଆଇପିଏଲରୁ ବାଦ୍ ପଡ଼ିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଏକ ରିଟର୍ଣ୍ଣ କ୍ୟାଚ୍ ନେଉଥିବାବେଳେ ଅମିତ୍ ତାଙ୍କ ଡାହାଣ ହାତ ଅଙ୍ଗୁଳିରେ ଆଘାତ ପାଇଥିଲେ। ସ୍କାନିଂ ପରେ ଏହା ଗୁରୁତର ଥିବା ଜଣାପଡ଼ିବାରୁ ତାଙ୍କୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦିଆଯାଇଛି। ଅମିତ୍ ଦିଲ୍ଲୀ ବୋଲିଂ ଆକ୍ରମଣର ପ୍ରମୁଖ […]

amit

amit

Ranjit Kumar Jena
  • Published: Monday, 05 October 2020
  • Updated: 05 October 2020, 06:05 PM IST

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସକୁ ପୁଣି ଆହତ ଝଟକା। ଆଜି ଦିଲ୍ଲୀ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟୁଥିବାବେଳେ ଦଳର ଷ୍ଟାର୍ ସ୍ପିନର୍ ଅମିତ୍ ମିଶ୍ର ପୂରା ଆଇପିଏଲରୁ ବାଦ୍ ପଡ଼ିଛନ୍ତି।

କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଏକ ରିଟର୍ଣ୍ଣ କ୍ୟାଚ୍ ନେଉଥିବାବେଳେ ଅମିତ୍ ତାଙ୍କ ଡାହାଣ ହାତ ଅଙ୍ଗୁଳିରେ ଆଘାତ ପାଇଥିଲେ। ସ୍କାନିଂ ପରେ ଏହା ଗୁରୁତର ଥିବା ଜଣାପଡ଼ିବାରୁ ତାଙ୍କୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦିଆଯାଇଛି। ଅମିତ୍ ଦିଲ୍ଲୀ ବୋଲିଂ ଆକ୍ରମଣର ପ୍ରମୁଖ ଅଂଶୀଦାର ଥିଲେ ଏବଂ କ୍ୟାପିଟାଲ୍ସ ପକ୍ଷରୁ ଆଇପିଏଲରେ ତୃତୀୟ ସର୍ବାଧିକ ୱିକେଟ୍ ଦଖଲ କରିଛନ୍ତି।

ଚଳିତ ସିଜିନରେ ସେ ଏଯାଏ ତିନିଟି ୱିକେଟ୍ ନେଇଥିଲେ ହେଁ ତାଙ୍କ ରନ ବ୍ୟୟ ହାର ମାତ୍ର ୭.୨ ଥିଲା। ସନରାଇଜର୍ସ ହାଇଦ୍ରାବାଦ୍ ବିପତକ୍ଷ ମ୍ୟାଚରେ ଡେଭିଡ୍ ୱାର୍ଣ୍ଣର ଓ ମନୀଷ ପାଣ୍ଡେ ଏବଂ କୋଲକାତା ବିପକ୍ଷରେ ସେ ଶୁବମାନ ଗିଲଙ୍କ ଭଳି ଟପ୍ ଅର୍ଡର ବ୍ୟାଟସମ୍ୟାନଙ୍କ ୱିକେଟ୍ ଦଖଲ କରିଥିଲେ।

ୟୁଏଇର ଧୀମା ପିଚରେ ରିଷ୍ଟ ସ୍ପିନରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଅମିତ ମିଶ୍ରଙ୍କ ଅନୁପସ୍ଥିତି ଦିଲ୍ଲୀ ଆଗକୁ ଅନୁଭବ କରିବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos