ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାଁଙ୍କୁ ରିଓ ଅଲିମ୍ପିକ୍ ପାଇଁ ଭାରତର ସଦ୍ଭାବନା ଦୂତ କରି ସମାଲୋଚନାର ଶିକାର ହୋଇଥିବା ଭାରତୀୟ ଅଲିମ୍ପିକ୍ ସଂଘ ସଂଗୀତ ନିର୍ଦ୍ଦେଶକ ଏ.ଆର ରହମାନଙ୍କୁ ତା’ର ଚତୁର୍ଥ ସଦ୍ଭାବନା ଦୂତ କରିବାକୁ ନିଷ୍ପତ୍ତି ନେଇଛି।
ପୂର୍ବରୁ ଏହି ଲିଷ୍ଟରେ ମାଷ୍ଟରବ୍ଲାଷ୍ଟର ସଚୀନ ତେନ୍ଦୁଲକର, ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଓ ଅଲିମ୍ପିକ୍ରେ ସ୍ୱର୍ଣ୍ଣ ବିଜେତା ଅଭିନବ ବିନ୍ଦ୍ରା ରହିଛନ୍ତି।
ସଦ୍ଭାବନା ଦୂତ ପାଇଁ ରହମାନଙ୍କୁ ସ୍ୱାଗତ କରିବାକୁ ଯାଇ ଆଇଓଏର ସାଧାରଣ ସମ୍ପାଦକ ରାଜୀବ୍ ମେହେତା କହିଛନ୍ତି,“ରିଓ ଅଲିମ୍ପିକ୍ରେ ଭାରତ ପକ୍ଷରୁ ଏଆର ରହମାନଙ୍କୁ ସଦ୍ଭାବନା ଦୂତ ଭାବେ ମନୋନୀତ କରାଯାଇଛି। ମୁଁ ତାଙ୍କୁ ହୃଦୟର ଗଭୀର ପ୍ରଦେଶରୁ ସ୍ୱାଗତ କରୁଛି। ସେ ତାଙ୍କ ସୁମଧୁର ସ୍ୱରରେ ଅଲିମ୍ପିକ୍ ନେଇ ସଚେତନତା ସୃଷ୍ଟି କରିବେ।”
ସୂଚନାଯୋଗ୍ୟ, ଅଲିମ୍ପିକ୍ ପାଇଁ ଭାରତର ସଦ୍ଭାବନା ଦୂତ ଭାବେ ସଲମାନଙ୍କ ଖାଁଙ୍କୁ ଚୟନ କରିବା ନେଇ ଯୋଗେଶ୍ୱର ଦତ୍ତ ଓ ଉଡନ୍ତା ଶିଖ୍ ମିଲଖା ସିଂହ ଭାରତୀୟ ଅଲିମ୍ପିକ୍ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଝୁଲି ପଡ଼ିଲେ ଏୟାର ଇଣ୍ଡିଆ ପାଇଲଟ
୨ ବର୍ଷ ତଳେ ସୃଷ୍ଟି ଓ ଆଦିତ୍ୟ ପରସ୍ପରକୁ ପ୍ରଥମଥର ଦିଲ୍ଲୀରେ ଦେଖା ହୋଇଥିଲେ। ଏହି ସମୟରେ ଉଭୟ ବ୍ୟବସାୟିକ ବିମାନ ପାଇଲଟର ଲାଇସେନ୍ସ ପାଇଁ ଟ୍ରେନିଂ ନେଉଥିଲେ। ପ୍ରଥମେ ବନ୍ଧୁତା ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା।
National
ପୁଣି ଡିଜିଟାଲ ଆରେଷ୍ଟ: ଏଥର ୫ ଲକ୍ଷ ହରାଇଲେ ପୂର୍ବତନ ସେନା ଅଧିକାରୀ
ଜଣେ ପୂର୍ବତନ ସେନା ଅଧିକାରୀ ସାଇବର ଠକଙ୍କ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି। ଡିଜିଟାଲ ଆରେଷ୍ଟ କରି ସାଇବର ଠକମାନେ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇ ଯାଇଛନ୍ତି।
Accident
ଗୋରୁ ଚରାଉଥିବା ବେଳେ ୫ ମହିଳାଙ୍କୁ ଦଳିଦେଲା କାର୍
କାର୍ ଧକ୍କାରେ ପ୍ରାଣ ହରାଇଥିବା ସମସ୍ତ ମହିଳାଙ୍କ ବୟସ ୫୦ ବର୍ଷରୁ ଅଧିକ। ସେମାନେ ରାସ୍ତା କଡ଼ରେ ନିଜର ଗୋରୁଙ୍କୁ ଚରାଉଥିବା ବେଳେ ଏଭଳି ଘଟଣା ଘଟିଛି।
National
ଫାର୍ମା କମ୍ପାନୀର ଲ୍ୟାବରୁ ବିଷାକ୍ତ ଗ୍ୟାସ୍ ଲିକ: ଜଣେ ମୃତ, ୮ ହସ୍ପିଟାଲରେ ଭର୍ତ୍ତି
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିବା ଜଣାପଡ଼ିଛି।
National
ଦୁଇ ମଦୁଆ, ୨ ବିଚାରପତି ଓ ମଝି ଆକାଶରେ ହାଇଡ୍ରାମା
ରବିବାର ରାତିରେ ସେମାନେ ବିମାନରେ ବସିଥିବା ବେଳେ ସୋମବାର ସକାଳେ ସେମାନଙ୍କୁ ଏକାଧିକ ମାମଲାର ଶୁଣାଣି କରିବାର ଥିଲା।