ଆଶୀର୍ବାଦ ବେହେରା ଓସିଏର ସଂପାଦକ ପଦ ଛାଡ଼ି ଦେବା ଉଚିତ୍: କୀର୍ତ୍ତି ଆଜାଦ

କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ (ଓସିଏ)ର ସଂପାଦକ ପଦ ଛାଡ଼ିବା ପାଇଁ ଆଜି ଆଶୀର୍ବାଦ ବେହେରାଙ୍କୁ ପରାମର୍ଶ ଦେଇଛନ୍ତି ପୂର୍ବତନ କ୍ରିକେଟର୍ ତଥା ସାଂସଦ କୀର୍ତ୍ତି ଆଜାଦ। କଟକରେ ଏକ ଆଞ୍ଚଳିକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବାକୁ ଆସିଥିବା ଅବସରରେ ‘ଓଟିଭି’କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଥିଲେ,“ଆର୍ଶୀବାଦଙ୍କ ବୟସ ଓ ଓସିଏର ସଂପାଦକ ଭାବେ ତାଙ୍କର ଅବଧିକୁ ମୁଁ ସମ୍ମାନ କରୁଛି। ସେ ଏହି ପଦବୀ ଛାଡ଼ି ଦେବା ଉଚିତ୍। କେଉଁ […]

kirtee

kirtee

Rakesh Mallick
  • Published: Thursday, 21 April 2016
  • Updated: 21 April 2016, 11:28 AM IST

Sports

Latest News

kirteeକଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ (ଓସିଏ)ର ସଂପାଦକ ପଦ ଛାଡ଼ିବା ପାଇଁ ଆଜି ଆଶୀର୍ବାଦ ବେହେରାଙ୍କୁ ପରାମର୍ଶ ଦେଇଛନ୍ତି ପୂର୍ବତନ କ୍ରିକେଟର୍ ତଥା ସାଂସଦ କୀର୍ତ୍ତି ଆଜାଦ।

କଟକରେ ଏକ ଆଞ୍ଚଳିକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବାକୁ ଆସିଥିବା ଅବସରରେ ‘ଓଟିଭି’କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଥିଲେ,“ଆର୍ଶୀବାଦଙ୍କ ବୟସ ଓ ଓସିଏର ସଂପାଦକ ଭାବେ ତାଙ୍କର ଅବଧିକୁ ମୁଁ ସମ୍ମାନ କରୁଛି। ସେ ଏହି ପଦବୀ ଛାଡ଼ି ଦେବା ଉଚିତ୍। କେଉଁ ଅଠା ତାଙ୍କୁ ଏତେ ବର୍ଷ ଧରି ଉକ୍ତ ଚୌକିରେ ଜାବୁଡ଼ି ଧରିଛି? ତାଙ୍କୁ ଏଥିରୁ କି ଲାଭ ମିଳୁଛି?”

ବିସିସିଆଇର କାର୍ଯ୍ୟଧାରା ଓ ଏଥିରେ ରାଜନେତାମାନଙ୍କ ସଂପୃକ୍ତିକୁ ସମାଲୋଚନା କରି କୀର୍ତ୍ତି କହିଥିଲେ,“କ୍ରିକେଟ୍‌ ରାଜନୀତିକୁ ମୁକ୍ତ ହେବା ଉଚିତ୍। ରାଜନେତାଙ୍କ ଉପସ୍ଥିତି ଯୋଗୁଁ କ୍ରିକେଟ୍‌ରେ ସବୁ ପ୍ରକାର ବିଶୃଙ୍ଖଳା ସୃଷ୍ଟି ହେଉଛି। କ୍ରିକେଟରରୁ ରାଜନେତା ହୋଇଥିବା ଯେ କୌଣସି ବ୍ୟକ୍ତିଙ୍କୁ ଏକ କ୍ରିକେଟ୍ ବୋର୍ଡର ଦାୟିତ୍ୱ ଦିଆଯିବାରେ ମୋର କିଛି ସମସ୍ୟା ନାହିଁ। କିନ୍ତୁ ଏମିତି ଲୋକ ବୋର୍ଡଗୁଡ଼ିକର ଦାୟିତ୍ୱରେ ରହୁଛନ୍ତି ଯେଉଁମାନଙ୍କର କ୍ରିକେଟ୍ ସଂପର୍କରେ କିଛି ଜ୍ଞାନ ନାହିଁ। କ୍ରିକେଟ୍‌ ବୋର୍ଡରେ ରାଜନେତା ଓ ବ୍ୟୁରୋକ୍ରାଟ୍‌ମାନଙ୍କୁ ନ ରଖିବାକୁ ଲୋଧା କମିଟି ସୁପାରିଶ କରିଛନ୍ତି। ମୁଁ ନିଜେ ଜଣେ ରାଜନେତା। ମୁଁ ଜଣେ କ୍ରିକେଟର ମଧ୍ୟ। ୧୯୮୩ରେ ମୁଁ ବିଶ୍ୱକପ୍ ଖେଳିଛି। କିନ୍ତୁ ଜଣେ କ୍ରିକେଟର ହୋଇ ସୁଦ୍ଧା କ୍ରିକେଟ୍ କଥା ବୁଝିବା ପାଇଁ ମୋ ପାଖରେ ସମୟ ନାହିଁ। କାରଣ ସାଂସଦ ଭାବେ ନିଜ ନିର୍ବାଚନ ମଣ୍ଡଳୀ କଥା ବୁଝିବା ପରେ ଆଉ ସମୟ ମିଳୁନି କ୍ରିକେଟ୍ ସଂପର୍କରେ ବୁଝାବୁଝି କରିବା ପାଇଁ। ଏଭଳି କ୍ଷେତ୍ରରେ ଯଦି ଜଣେ ରାଜନେତା ମନ୍ତ୍ରୀ ହୋଇ ମଧ୍ୟ ବିସିସିଆଇର ଅଧ୍ୟକ୍ଷ ପଦବୀରେ ବସିବେ ତା’ହେଲେ ଅବସ୍ଥା କ’ଣ ହେବ? ସେଥିପାଇଁ ବୋର୍ଡର ଦୈନନ୍ଦିନ କାର୍ଯ୍ୟକଳାପ ଦେଖିବା ପାଇଁ ଜଣେ ଫୁଲ୍ ଟାଇମ୍ ଅଧ୍ୟକ୍ଷ ଆବଶ୍ୟକ। ଜଣେ ସିଇଓ ବି ରହିବା ଆବଶ୍ୟକ। ତାଙ୍କର ବୟସ ସୀମା ମଧ୍ୟ ଧାର୍ଯ୍ୟ ହେବା ଦରକାର। କିନ୍ତୁ ରାଜନେତାମାନେ ବୋର୍ଡରେ ପଶି ଏହାକୁ ନଷ୍ଟ କରି ଦେଇଛନ୍ତି। ସବୁ ବିଶୃଙ୍ଖଳା ରାଜନେତାଙ୍କ ଯୋଗୁଁ ହେଉଛି।”

ତେବେ କୀର୍ତ୍ତି ଅତୀତରେ କ୍ରିକେଟ୍ ସହିତ ଜଡ଼ିତ ଥିବା ଦୁଇ ଜଣ ରାଜନେତାଙ୍କୁ ବହୁ ପ୍ରଶଂସା କରିଛନ୍ତି। ସେମାନେ ହେଲେ ସ୍ୱର୍ଗତ ଏନ୍‌.କେ.ପି ସାଲ୍‌ଭେ ଓ ମାଧବରାଓ ସିନ୍ଧିଆ। ସେ କହିଥିଲେ,“ଏହି ଦୁଇ ନେତା କେବେ ହେଲେ କ୍ରିକେଟ୍‌ର ପ୍ରଶାସନିକ କାର୍ଯ୍ୟକଳାପରେ ହସ୍ତକ୍ଷେପ କରୁ ନ ଥିଲେ। ସେମାନେ କେବଳ ଖେଳ ଓ ଖେଳାଳିଙ୍କ ଉନ୍ନତି କିପରି ହୋଇପାରିବ ସେ ନେଇ ଚିନ୍ତା କରୁଥିଲେ। କିନ୍ତୁ ଏବେ କ୍ରିକେଟ୍ କଥା ବୁଝୁଥିବା ରାଜନେତାମାନେ କେଉଁ କ୍ଷେତ୍ରରୁ କେତେ ପିସି ଖାଇବେ କେବଳ ତାହା ଚିନ୍ତା କରୁଛନ୍ତି।”

ଲୋଧା କମିଟି ସୁପାରିଶକୁ ସମର୍ଥନ କରି କୀର୍ତ୍ତି କହିଥିଲେ,“ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଟି.ଏସ୍ ଠାକୁର ଲୋଧା କମିଟିର ସୁପାରିଶଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଚାହୁଁଛନ୍ତି। କିନ୍ତୁ ବିସିସିଆଇ ଏହାକୁ ବିରୋଧ କରୁଛି। ମୁଁ କିନ୍ତୁ ଲୋଧା କମିଟିଙ୍କ ସୁପାରିଶଗୁଡ଼ିକୁ ସମର୍ଥନ କରୁଛି। କାରଣ ଏହା ଦ୍ୱାରା କ୍ରିକେଟ୍ ପରିଚାଳନା କରୁଥିବା ବୋର୍ଡଗୁଡ଼ିକରେ ଅନେକ ପରିବର୍ତ୍ତନ ଆସିବ। ୧୦ ବର୍ଷ, ୧୫ ବର୍ଷ ଓ ୨୫ ବର୍ଷ ହେଲାଣି ପଦପଦବୀ ମାଡ଼ି ବସିଥିବା ଲୋକେ ହଟିବେ ଓ ନୂଆ ଲୋକ ଉକ୍ତ ଦାୟିତ୍ୱ ସମ୍ଭାଳିବେ। ତା’ହେଲେ ଯାଇ କ୍ରିକେଟ୍‌ରେ କିଛି ପରିବର୍ତ୍ତନ ଆସିବ। ନୂଆ ନୂଆ ପ୍ରତିଭା ସାମ୍ନାକୁ ଆସିବେ।”

ଅନ୍ୟପକ୍ଷରେ କୀର୍ତ୍ତି ଆଜାଦଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଓସିଏ ସଂପାଦକ ଆଶୀର୍ବାଦ ବେହେରା କହିଛନ୍ତି,“ମୁଁ ଓସିଏ ଦ୍ୱାରା ନିର୍ବାଚିତ ହୋଇ ଆସୁଛି। ମୋ ଚୌକିରେ କୌଣସି ଅଠା ଲାଗିନାହିଁ। ମୁଁ ଲୋଧା କମିଟିର ସୁପାରିଶଗୁଡ଼ିକୁ ବିରୋଧ କରିଆସୁଛି। ତେଣୁ ସେ (କୀର୍ତ୍ତି) ମୋ ବିରୋଧରେ ଏଭଳି ମନ୍ତବ୍ୟ ଦେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story