୧୮ ବର୍ଷରୁ କମ୍ ଚତୁର୍ଥ ମହିଳା ଏସିଆ କପ୍: ଚାଇନିଜ୍ ତାଇପେଇକୁ ୪-୦ରେ ହରାଇଲା ଭାରତ

ନୂଆଦିଲ୍ଲୀ: ବ୍ୟାଙ୍କକରେ ୧୮ ବର୍ଷରୁ କମ୍ ଚତୁର୍ଥ ମହିଳା ଏସିଆ କପ୍ ହକିକୁ ନିଜ ଷ୍ଟାଇଲରେ ଆରମ୍ଭ କରିଛି ଭାରତ। ଆଜି ଅନୁଷ୍ଠିତ ଗ୍ରୁପ୍ ଷ୍ଟେଜ୍‌ ମ୍ୟାଚ୍‌ରେ ଭାରତୀୟ ଟିମ୍ ଚାଇନିଜ୍ ତାଇପେଇକୁ ୪-୦ ଗୋଲରେ ପରାସ୍ତ କରିଛି।

ଅପରାହ୍ନ ସାଢ଼େ ଦୁଇଟାରେ ମ୍ୟାଚ୍‌ ଆରମ୍ଭ ହେବାର କିଛି ସମୟରେ ଭାରତ ପ୍ରଥମ ଗୋଲ ଦେଇଥିଲା। ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଖେଳାଳି ଲାଗ ଲାଗ ଦୁଇଟି ଗୋଲ ଦେଇ ସ୍କୋରକୁ ୩-୦ କରି ଦେଇଥିଲେ। ମ୍ୟାଚ୍‌ ଶେଷ ହେବାର କିଛି ସମୟ ପୂର୍ବରୁ ଭାରତୀୟ ଦଳ ଏକ ଫିଲ୍ଡ ଗୋଲ୍‌ ଦେଇ ସ୍କୋର ୪-୦ କରିବା ସହ ମ୍ୟାଚ୍‌ ଜିତି ନେଇଥିଲେ।

ଆସନ୍ତା ୧୭ ତାରିଖରେ ଚୀନକୁ ଭେଟିବ ଭାରତ। ୧୯ ତାରିଖରେ ଦଳ ମାଲେସିଆକୁ ଭେଟିବ।

୨୨ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳା ଯିବ।