ନୂଆଦିଲ୍ଲୀ: କୁଆଲାଲମପୁରଠାରେ ଅନୁଷ୍ଠିତ ୨୧ ତମ ଏସିଆନ ଜୁନିୟର ଓ କ୍ୟାଡେଟ ଟେବୁଲ ଟେନିସ ଚାମ୍ପିଅନସିପରେ ଭାରତୀୟ ବାଳକ ଦଳକୁ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି। ଚାଇନିଜ ତାଇପେଇଠାରୁ ହାରି ଭାରତୀୟ ଦଳ ଷଷ୍ଠ ସ୍ଥାନରେ ରହିଯାଇଛି।ଆଶା ମୁତାବକ ଚୀନକୁ ସ୍ୱର୍ଣ୍ଣ ପଦକ ମିଳିଥିବାବେଳେ ଦକ୍ଷିଣ କୋରିଆ ଓ ଜାପାନ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି।
ଏହା ପୂର୍ବରୂ ଏହି ଟୁର୍ଣ୍ଣାମେଣ୍ଟରେ ବାଳିକା ଦଳ ଚାଇନିଜ୍ ତାଇପାଇଠାରୁ ପ୍ରି-କ୍ୱାର୍ଟର ଫାଇନାଲରେ ହାରି ବିଦାୟ ନେଇ ସାରିଥିଲା। ଚାଇନିଜ ତାଇପେଇ ଦଳ ଭାରତୀୟ ବାଳିକା ଦଳକୁ ୦-୩ରେ ହରାଇଥିଲା। ଗତବର୍ଷ ମୁମ୍ବାଇରେ ଭାରତୀୟ ଦଳ ଚାଇନିଜ ତାଇପେଇକୁ ୧-୩ରେ ହରାଇଥିଲା। ଏଥର ବାଳିକା ବର୍ଗରେ ଚୀନ,ଜାପାନ ଓ ଦକ୍ଷିଣ କୋରିଆ ଯଥାକ୍ରମେ ସ୍ୱର୍ଣ୍ଣ,ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି।
୨୦୧୪ ମସିହାରେ ମୁମ୍ବାଇରେ ହୋଇଥିବା ୨୦ ତମ ଏସିଆନ ଜୁନିୟର ଓ କ୍ୟାଡେଟ ଟେବୁଲ ଟେନିସ ଚାମ୍ପିଅନସିପରେ ଭାରତୀୟ ବାଳକ ଦଳ ନବମ ସ୍ଥାନରରେ ରହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଭୋଟ୍ ବେଳେ ବିଟ୍କଏନ୍ ଦୁର୍ନୀତିରେ ଫସିଲେ ଶରଦ ପାଓ୍ୱାରଙ୍କ ଝିଅ?
ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏନ୍ସିପି ନେତ୍ରୀ ସୁପ୍ରିୟା ସୁଲେ। ବିଜେପି ଜାରି କରିଥିବା ଅଡିଓ କ୍ଲିପ୍ରେ ତାଙ୍କର ନୁହଁ। ଏହା ମିଛ ବୋଲି କହିଛନ୍ତି।
National
ଭୋଟିଂ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼
ଉପ-ନିର୍ବାଚନ ବେଳେ ଉତ୍ତେଜନା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
National
କଲବଲ କରୁଛି ପ୍ରଦୂଷଣ: ଓ୍ୱାର୍କ ଫ୍ରମ୍ ହୋମ୍ ଲାଗୁ, ଅଫିସ୍ ଆସିବେ ୫୦% କର୍ମଚାରୀ
ବାୟରୁ ଗୁଣବତ୍ତା ୫୦୦ ପାର୍ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି।
National
ବିବାହ ଉତ୍ସବରେ ଟଙ୍କା ବର୍ଷା; ଜେସିବି ଓ ଛାତ ଉପରୁ ଉଡ଼ାଇଦେଲେ ୨୦ ଲକ୍ଷ
ବର ପକ୍ଷର ବନ୍ଧୁ ପରିଜନ ଛାତ ଉପରେ ତଥା ଏକ ଜେସିବି ଉପରେ ଚଢ଼ି ପ୍ରାୟ ୨୦ ଲକ୍ଷ ଟଙ୍କା ଉଡ଼ାଇଥିବା ଜଣାଯାଇଛି।
National
ମଦ ଭାବି ପିଇ ଦେଲେ ଟଏଲେଟ୍ କ୍ଲିନର୍, ଚାଲିଗଲା ଜୀବନ
କାଚ ବୋତଲରେ ରଖାଯାଇଥିବା ଟଏଲେଟ୍ କ୍ଲିନର୍କୁ ମଦ ଭାବି ଜଣେ ୬୭ ବର୍ଷୀୟ ବୃଦ୍ଧ ପିଇବା ପରେ ତାଙ୍କର ମୃତ୍ୟୁ ହୋଇଛି।