ଅଷ୍ଟ୍ରେଲିଆ ବିଜୟରେ କଣ୍ଟା ସାଜିଲା ବର୍ଷା

ସିଡନୀ: ଅଷ୍ଟ୍ରେଲିଆ ଟିମ୍ କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କ ବିସ୍ଫୋରକ ଇନିଂସକୁ ବର୍ଷା ଧୋଇ ଦେଇଛି, ଯାହା ବଳରେ ପାକିସ୍ତାନ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ରବିବାର ଖେଳାଯାଇଥିବା ପ୍ରଥମ ମୁକାବିଲା ବିନା ଫଳାଫଳରେ ଶେଶ ହୋଇଛି। ବର୍ଷା ପ୍ରଭାବିତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିବା ପାକିସ୍ତାନ ୧୫ ଓଭରରେ ୫ ୱିକେଟ୍ ହରାଇ ୧୦୭ ରନ୍ କରିଥିଲା। ଏହା ପରେ ଡକୱର୍ଥ ଲୁଇସ୍ ନିୟମରେ ଅଷ୍ଟ୍ରେଲିଆ ଆଗରେ ବିଜୟ ପାଇଁ ୧୧୫ ରନର […]

aus

aus

Ranjit Kumar Jena
  • Published: Sunday, 03 November 2019
  • Updated: 03 November 2019, 05:55 PM IST

Sports

Latest News

ସିଡନୀ: ଅଷ୍ଟ୍ରେଲିଆ ଟିମ୍ କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କ ବିସ୍ଫୋରକ ଇନିଂସକୁ ବର୍ଷା ଧୋଇ ଦେଇଛି, ଯାହା ବଳରେ ପାକିସ୍ତାନ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ରବିବାର ଖେଳାଯାଇଥିବା ପ୍ରଥମ ମୁକାବିଲା ବିନା ଫଳାଫଳରେ ଶେଶ ହୋଇଛି। ବର୍ଷା ପ୍ରଭାବିତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିବା ପାକିସ୍ତାନ ୧୫ ଓଭରରେ ୫ ୱିକେଟ୍ ହରାଇ ୧୦୭ ରନ୍ କରିଥିଲା।

ଏହା ପରେ ଡକୱର୍ଥ ଲୁଇସ୍ ନିୟମରେ ଅଷ୍ଟ୍ରେଲିଆ ଆଗରେ ବିଜୟ ପାଇଁ ୧୧୫ ରନର ଲକ୍ଷ୍ୟ ମିଳିଥିଲା। ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ୩.୧ ଓଭରରେ ବିନା କୌଣସି ୱିକେଟ୍ ହରାଇ ୪୧ ରନ୍ କରିଥିଲା। ଏହା ମଧ୍ୟରେ ଫିଞ୍ଚ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ସେ ମାତ୍ର ୧୬ ବଲରେ ୫ ଚୌକା ଓ ୨ ଛକା ସହ ୩୭ ରନ୍ କରିଥିଲେ। ଗତ ତିନୋଟି ମ୍ୟାଚରେ ଅପରାଜିତ ୨୧୭ ରନ୍ କରିଥିବା ଡେଭିଡ୍ ୱାର୍ଣ୍ଣର୍ ୪ ବଲରେ ୨ ରନ୍ କରିଥିଲେ। ବର୍ଷା କାରଣରୁ ମ୍ୟାଚ୍ ଆଉ ସମ୍ଭବପର ହୋଇନଥିଲା ଏବଂ ମୁକାବିଲାକୁ ବାତିଲ କରାଯାଇଥିଲା।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୦ ରନରେ ୨ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା । ଓପ୍ନର ଫକର୍ ଜମାନ୍ (୦)ଙ୍କୁ ମିଚେଲ୍ ଷ୍ଟାର୍କ ଆଉଟ୍ କରିଥିବା ବେଳେ ହାରିସ୍ ସୋହେଲ (୪)ଙ୍କୁ କେନ୍ ରିଚାର୍ଡସନ୍ ଆଉଟ୍ କରିଥିଲେ। ତେବେ କ୍ୟାପଟେନ୍ ବାବର ଆଜମ୍ ଓ ମହମ୍ମଦ ରିଜୱାନ୍ ତୃତୀୟ ୱିକେଟ୍ ପାଇଁ ୬୦ ରନ୍ ଯୋଡ଼ି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ।

ରିଜୱାନ୍ ୨୧ ରନ୍ କରି ଆଷ୍ଟନ ଆଗରଙ୍କ ବୋଲିଂରେ ଆଉଟ୍ ହୋଇଥିଲେ। ତେବେ ବାବର ଲଢ଼ୁଆ ବ୍ୟାଟିଂ କରି ଅର୍ଦ୍ଧଶତକ ମାରିଥିଲେ ହେଁ, ତାଙ୍କୁ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ତରଫରୁ ସହଯୋଗ ମିଳିନଥିଲା। ପାକିସ୍ତାନ ୧୫ ଓଭରରେ ୫ ୱିକେଟ୍ ହରାଇ ୧୦୭ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ବାଧାପ୍ରାପ୍ତ ପୂର୍ବରୁ ବାବର ୩୮ ବଲରେ ୫ ଚୌକା ଓ ୨ ଛକା ସହ ୫୯ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ଓ ରିଚାର୍ଡସନ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story