ବ୍ରିସବେନ୍ ଟେଷ୍ଟରେ ଅଷ୍ଟ୍ରେଲିଆର ଇନିଂସ୍ ବିଜୟ

ବ୍ରିସବେନ୍‌: ପେସରଙ୍କ ଦମଦାର ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ପାକିସ୍ତାନକୁ ଇନିଂସ୍ ଓ ୫ ରନରେ ପରାସ୍ତ କରି ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ପାକିସ୍ତାନ ପ୍ରଥମ ଇନିଂସରେ ୨୪୦ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୫୪୦ ରନ୍ କରି ୩୪୦ ରନର ବଡ଼ ଅଗ୍ରଣୀ ହାସଲ କରିଥିଲା। ପାକିସ୍ତାନ ଶନିବାର ତୃତୀୟ ସେସନରେ ତିନୋଟି ୱିକେଟ୍ ଶସ୍ତାରେ ହରାଇଥିଲା, କିନ୍ତୁ ରବିବାର ସେମାନଙ୍କ ବ୍ୟାଟ୍ସମ୍ୟାନ୍ ଦମଦାର ପ୍ରଦର୍ଶନ କରିଥିଲେ […]

aus

aus

Ranjit Kumar Jena
  • Published: Sunday, 24 November 2019
  • Updated: 24 November 2019, 09:01 PM IST

ବ୍ରିସବେନ୍‌: ପେସରଙ୍କ ଦମଦାର ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ପାକିସ୍ତାନକୁ ଇନିଂସ୍ ଓ ୫ ରନରେ ପରାସ୍ତ କରି ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ପାକିସ୍ତାନ ପ୍ରଥମ ଇନିଂସରେ ୨୪୦ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୫୪୦ ରନ୍ କରି ୩୪୦ ରନର ବଡ଼ ଅଗ୍ରଣୀ ହାସଲ କରିଥିଲା।

ପାକିସ୍ତାନ ଶନିବାର ତୃତୀୟ ସେସନରେ ତିନୋଟି ୱିକେଟ୍ ଶସ୍ତାରେ ହରାଇଥିଲା, କିନ୍ତୁ ରବିବାର ସେମାନଙ୍କ ବ୍ୟାଟ୍ସମ୍ୟାନ୍ ଦମଦାର ପ୍ରଦର୍ଶନ କରିଥିଲେ ହେଁ ମ୍ୟାଚ୍ ବଞ୍ଚାଇପାରି ନଥିଲେ। ବାବର ଆଜମ ଆକର୍ଷଣୀୟ ଶତକ ମାରିଥିବା ବେଳେ ମହମ୍ମଦ ରିଜୱାନ୍ ନିଜର ପ୍ରଥମ ଶତକରୁ ବଞ୍ଚିତ ହୋଇଥିଲେ, ଯାହା ବଳରେ ପାକିସ୍ତାନ ଦ୍ୱିତୀୟ ଇନିଂସରେ ୩୩୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ୧୮୫ ରନର ମାରାଥନ୍ ଇନିଂସ୍ ଖେଳିଥିବା ମାର୍ନସ୍ ଲାବୁଶେନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ରବିବାର ଚତୁର୍ଥ ଦିବସରେ ପାକିସ୍ତାନ ତା'ର ପୂର୍ବଦିନର ସ୍କୋର ୬୪/୩ରୁ ଖେଳ ଆରମ୍ଭ କରିଥିଲା। ଦିବସର ଆରମ୍ଭରୁ ପାକିସ୍ତାନ ୨ଟି ୱିକେଟ୍ ହରାଇଥିଲା। ଓପନିଂ ବ୍ୟାଟ୍ସମ୍ୟାନ୍ ଶାନ୍ ମସୁଦ୍ (୪୨)ଙ୍କୁ ପ୍ୟାଟ୍ କମିନ୍ସ ଏବଂ ଇଫତିକାର ଅହମ୍ମଦ (୦)ଙ୍କୁ ଜୋଶ୍ ହେଜଲଉଡ୍ ଆଉଟ୍ କରିଥିଲେ। ୯୪ ରନରେ ୫ ୱିକେଟ୍ ହରାଇ ବିପଦରେ ପଡିଥିବା ପାକିସ୍ତାନ ସ୍ଥିତି ସୁଧାରିଥିଲେ ବାବର ଓ ରିଜୱାନ୍। ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୧୩୨ ରନର ଶତକୀୟ ଭାଗୀଦାରୀ କରିଥିଲେ।

ବାବର ୧୦୪ (୧୭୩ ବଲ୍‌, ୧୩ ଚୌକା) ରନର ଶତକୀୟ ଇନିଂସ୍ ଖେଳି ନେଥନ ଲାୟନଙ୍କ ଶିକାର ହୋଇଥିଲେ। ଏହା ପରେ ରିଜୱାନ୍ ଓ ୟାସିର୍ ଶାହଙ୍କ ଯୋଡ଼ି ସପ୍ତମ ୱିକେଟ୍ ପାଇଁ ୬୯ ରନର ପାର୍ଟନରଶିପ୍ କରି ଟିମର ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ରିଜୱାନ୍ ୯୫ (୧୪୫ ବଲ୍‌, ୧୦ ଚୌକା) ରନ୍ କରି ଶତକରୁ ବଞ୍ଚିତ ହୋଇଥିଲେ। ୟାସିର୍ ୪୨ ରନର ଇନିଂସ୍ ଖେଳିଥିବା ବେଳେ ଶାହୀନ୍ ଶାହ ଆଫ୍ରିଦି ୧୦ ଓ ଇମ୍ରାନ୍ ଖାନ୍ ୫ ରନ୍ କରି ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆର ସଫଳ ବୋଲର ଭାବେ ହେଜଲଉଡ୍ ୪ଟି, ମିଚେଲ୍ ଷ୍ଟାର୍କ ୩ଟି ଓ କମିନ୍ସ ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story