ବିରାଟଙ୍କ ରେକର୍ଡ କିଏ ଭାଙ୍ଗିବ, ଜବାବ ଦେଲେ ପାକିସ୍ତାନର ପୂର୍ବତନ କ୍ୟାପଟେନ୍‌

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ତିନୋଟି ଯାକ ଫର୍ମାଟରେ ନିଜକୁ ପରଫେକ୍ଟ ବ୍ୟାଟ୍ସମ୍ୟାନ୍ ଭାବେ ପ୍ରମାଣିତ କରିସାରିଛନ୍ତି। କୋହଲି ଦିନକୁ ଦିନ କ୍ରିକେଟରେ ନୂଆ ରେକର୍ଡ କରିବା ସହ କିଛି ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଆଗାମୀ ଦିନରେ କୋହଲିଙ୍କ ରେକର୍ଡ କିଏ ଭାଙ୍ଗିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ତେବେ ଏ ସମନ୍ଧରେ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ରମିଜ୍ ରାଜା ନିଜ ମତବ୍ୟକ୍ତ କରିଛନ୍ତି। ରମିଜଙ୍କ ମତରେ ପାକିସ୍ତାନର ଯୁବ ବ୍ୟାଟ୍ସମ୍ୟାନ୍ ବାବର […]

babar-azam-and-kohli

babar-azam-and-kohli

Ranjit Kumar Jena
  • Published: Monday, 13 April 2020
  • Updated: 13 April 2020, 08:03 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ତିନୋଟି ଯାକ ଫର୍ମାଟରେ ନିଜକୁ ପରଫେକ୍ଟ ବ୍ୟାଟ୍ସମ୍ୟାନ୍ ଭାବେ ପ୍ରମାଣିତ କରିସାରିଛନ୍ତି। କୋହଲି ଦିନକୁ ଦିନ କ୍ରିକେଟରେ ନୂଆ ରେକର୍ଡ କରିବା ସହ କିଛି ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଆଗାମୀ ଦିନରେ କୋହଲିଙ୍କ ରେକର୍ଡ କିଏ ଭାଙ୍ଗିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ତେବେ ଏ ସମନ୍ଧରେ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ରମିଜ୍ ରାଜା ନିଜ ମତବ୍ୟକ୍ତ କରିଛନ୍ତି। ରମିଜଙ୍କ ମତରେ ପାକିସ୍ତାନର ଯୁବ ବ୍ୟାଟ୍ସମ୍ୟାନ୍ ବାବର ଆଜମ ହିଁ କୋହଲିଙ୍କ ସବୁ ବଡ଼ ରେକର୍ଡ ଭାଙ୍ଗିପାରିବେ।

ବାବରଙ୍କ ପ୍ରଶଂସା କରି ରମିଜ୍ କହିଛନ୍ତି, ବାବରଙ୍କ ପାଖରେ ବିରାଟଙ୍କୁ ଟପିବାର ପୂର୍ଣ୍ଣ କ୍ଷମତା ରହିଛି, କିନ୍ତୁ ଏସବୁ କରିବା ପାଇଁ ତାଙ୍କୁ (ବାବର) ମାନସିକ ଭାବେ ପ୍ରସ୍ତୁତ ହେବାକୁ ପଡ଼ିବ। ବାବରଙ୍କୁ ପରାଜୟ କଥା ଚିନ୍ତା କରିବା ଦରକାର ନାହିଁ। ଯଦି ସେ ଏହା କରନ୍ତି ଏବଂ କେବଳ ରନ୍ କରିବା ଏବଂ ବିଜୟ ସମ୍ବନ୍ଧରେ ଚିନ୍ତା କରିବେ, ତାହେଲେ ସେ ଲମ୍ବା ସମୟ ଧରି ମହାନ୍ ଖେଳାଳି ହୋଇପାରିବେ। ରମିଜ୍ ଆହୁରି କହିଛନ୍ତି, ବାବରଙ୍କ ପ୍ରତିଭାକୁ ଦେଖି କୁହାଯାଇପାରିବ ଯେ ସେ କ୍ରିକେଟରେ ସବୁକିଛି ହାସଲ କରିପାରିବେ। କିନ୍ତୁ ଯେପର୍ଯ୍ୟନ୍ତ ତାଙ୍କୁ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ସେଭଳି ପରିବେଶ ନମିଳିଛି, ସେ ନିଜ ଦକ୍ଷତା ଅନୁଯାୟୀ ଖେଳିପାରିବେ ନାହିଁ।

ଖୋଦ୍ ବାବର ନିଜକୁ କେବେବି କୋହଲିଙ୍କ ସହ ତୁଳନା କରିନାହାନ୍ତି। ୨୫ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ୍ କହିଥିଲେ ଯେ, କୋହଲି ଭାରତ ପକ୍ଷରୁ ଯେଉଁସବୁ ସଫଳତା ହାସଲ କରିଛନ୍ତି, ତାହା ମୁଁ ପାକିସ୍ତାନ ପାଇଁ କରିବାକୁ ଚାହିଁବି। କୋହଲି ନିଜ ଦେଶ ପାଇଁ ମହାନ୍ ଖେଳାଳିର ଆଖ୍ୟା ପାଇପାରିଛନ୍ତି। ସତ କହିବାକୁ ଗଲେ ତାଙ୍କ ସହ ମୋର କୌଣସି ତୁଳନା ହିଁ ନାହିଁ। କିନ୍ତୁ ତାଙ୍କ ବ୍ୟାଟିଂ ଦେଖି ମୁଁ ଅନୁପ୍ରାଣିତ ହୋଇଛି ଏବଂ ଆଗାମୀ ଦିନରେ ଜଣେ ସଫଳ କ୍ରିକେଟର୍ ହେବାକୁ ଚାହେଁ। ସୂଚନାଯୋଗ୍ୟ, ଆଇସିସିର ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ବାବର ବର୍ତ୍ତମାନ ଟେଷ୍ଟରେ ପଞ୍ଚମ ସ୍ଥାନରେ ରହିଥିବା ବେଳେ ଟି-୨୦ରେ ପ୍ରଥମ ସ୍ଥାନରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos