ଗୁରୁବାରଠାରୁ ଭାରତ-ବାଂଲା ଟେଷ୍ଟ ସିରିଜ୍‌

ଇନ୍ଦୋର: ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଇନ୍ଦୋରର ହୋଲକର୍ ଷ୍ଟାଡିୟମରେ ଖେଳାଯିବ। ଟି-୨୦ ସିରିଜକୁ ୨-୧ରେ ଜିତି ମନୋବଳ ଦୃଢ଼ କରିଥିବା ବିରାଟ୍ କୋହଲିଙ୍କ ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜକୁ କ୍ଲିନସୁଇପ୍ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ଟି-୨୦ରୁ ବିଶ୍ରାମ ନେଇଥିବା କୋହଲି ଟେଷ୍ଟ ସିରିଜ୍ ଜରିଆରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଭଳି ସ୍ଥିତିରେ […]

INDIA

INDIA

Ranjit Kumar Jena
  • Published: Wednesday, 13 November 2019
  • Updated: 13 November 2019, 04:45 PM IST

Sports

Latest News

ଇନ୍ଦୋର: ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଇନ୍ଦୋରର ହୋଲକର୍ ଷ୍ଟାଡିୟମରେ ଖେଳାଯିବ। ଟି-୨୦ ସିରିଜକୁ ୨-୧ରେ ଜିତି ମନୋବଳ ଦୃଢ଼ କରିଥିବା ବିରାଟ୍ କୋହଲିଙ୍କ ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜକୁ କ୍ଲିନସୁଇପ୍ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ଟି-୨୦ରୁ ବିଶ୍ରାମ ନେଇଥିବା କୋହଲି ଟେଷ୍ଟ ସିରିଜ୍ ଜରିଆରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଭଳି ସ୍ଥିତିରେ ଆୟୋଜକ ତଥା ଭାରତୀୟ ଦଳର ପଲା ଭାରୀ ଲାଗୁଛି। କୋହଲିଙ୍କ ପ୍ରତ୍ୟାବର୍ତ୍ତନ ଦ୍ୱାରା ଟିମ୍ ଇଣ୍ଡିଆ ଅଧିକ ମଜଭୁତ୍ ହୋଇଛି।

ଭାରତୀୟ ଟିମ୍ ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜକୁ ଏକତରଫା ଭାବେ ଜିତି ଇତିହାସ ରଚିଥିଲା। ଇନ୍ଦୋରରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ନାଲି ବଲରେ ଖେଳାଯିବ, କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ପିଙ୍କ୍ ବଲ୍ ଚର୍ଚ୍ଚାର ବିଷୟ ହୋଇଛି। କାରଣ କୋଲାକାତାରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ପିଙ୍କ୍ ବଲରେ ଖେଳାଯିବ। ଏହି ମ୍ୟାଚ୍ ନଭେମ୍ବର ୨୨ ତାରିଖରେ ଖେଳାଯିବ ଏବଂ ଦୁଇ ଟିମ୍ ପାଇଁ ଏହା ପ୍ରଥମ ଦିବାରାତ୍ର ଟେଷ୍ଟ ହେବ।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ କ୍ୟାଲେଣ୍ଡରର ଏହା ଏଭଳି ଏକ ସିରିଜ୍‌, ଯେଉଁଥିରେ ଜବରଦସ୍ତ ଫର୍ମରେ ଥିବା ବିରାଟଙ୍କ ଟିମ୍ ତୁଳନାରେ ବାଂଲାଦେଶକୁ ବହୁତ ଦୁର୍ବଳ କୁହାଯାଉଛି। ତମିମ୍ ଇକବାଲ୍ ଓ ସାକିବ୍ ଅଲ୍ ହାସନଙ୍କ ବିନା ବାଂଲାଦେଶ ପାଇଁ ବିଜୟ କଳ୍ପନା କରିହେବ ନାହିଁ। ସୀମିତ ଓଭର କ୍ରିକେଟରେ ଉନ୍ନତ ପ୍ରଦର୍ଶନ କରିଥିବା ବାଂଲାଦେଶ ଟିମ୍ ଏହି ପାରମ୍ପରିକ ଫର୍ମାଟରେ ସର୍ବଦା ଦୁର୍ବଳ ସାବ୍ୟସ୍ତ ହୋଇଛି। ଗତ ସିରିଜରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ଭାରତୀୟ ଟିମ୍ ପାଖରେ ବର୍ତ୍ତମାନ ସବୁଠାରୁ ଶ୍ରେଷ୍ଠ ବୋଲିଂ ଆକ୍ରମଣ ଅଛି। ଅନ୍ୟପକ୍ଷରେ ବାଂଲାଦେଶ ଟିମର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କ୍ୟାପଟେନ୍ ମୋମିନୁଲ୍ ହକ୍ ଟେଷ୍ଟ କ୍ରିକେଟରେ ୧୦ରୁ କମ ଶତକ ମାରିଛନ୍ତି। ମୁଶଫିକର ରହିମ୍ ଏବଂ ମହମ୍ମଦୁଲ୍ଲା ରିୟାଦ୍ ବାଂଲାଦେଶ ଟିମର ନିର୍ଭରଯୋଗ୍ୟ କ୍ରିକେଟର, କିନ୍ତୁ ଟେଷ୍ଟ କ୍ରିକେଟ୍ ଫର୍ମାଟ୍ ଦୃଷ୍ଟିରୁ ଦୁହେଁ ସେତେଟା ପ୍ରଭାବୀ ନୁହନ୍ତି।

ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ କୋହଲି ଟେଷ୍ଟ କ୍ରିକେଟରେ ୨୬ ଶତକ ମାରିଥିବା ବେଳେ ଆଜିଙ୍କ୍ୟ ରାହାଣେଙ୍କ ନାମରେ ୧୧ ଶତକ ଏବଂ ଚେତେଶ୍ୱର ପୂଜାରାଙ୍କ ନାଁରେ ୧୮ ଶତକ ରହିଛି। ଏହି ତିନି କ୍ରିକେଟରଙ୍କ ନାଁରେ ୫୦ରୁ ଅଧିକ ଶତକ ରହିଛି, ଯାହାଙ୍କ ଉପରେ ଅଙ୍କୁଶ ଲଗାଇବା ଭ୍ରମଣକାରୀ ଦଳର ବୋଲର ମୁସ୍ତାଫିଜୁର ରେହମାନ୍‌, ତାଇଜୁଲ୍ ଇସଲାମ୍ ଏବଂ ମେହଦି ହାସନ୍ ମିରାଜଙ୍କ ପକ୍ଷେ କଠିନ ହେବ। ଏହା ବ୍ୟତୀତ ବାଂଲାଦେଶର ଏହି ଶୀର୍ଷ ବୋଲରଙ୍କୁ ମୟଙ୍କ ଅଗ୍ରୱାଲ୍ ଓ ରୋହିତ୍ ଶର୍ମାଙ୍କୁ ରୋକିବାକୁ ପଡ଼ିବ। ଉଭୟ ରୋହିତ୍ ଓ ମୟଙ୍କ ଯଦି ସେଟ୍ ହୁଅନ୍ତି, ତାହେଲେ ସେମାନେ ବିଶ୍ୱର କୌଣସି ବୋଲିଂ ଆକ୍ରମଣକୁ ଧୂଳି ଚଟାଇ ପାରିବେ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ରୋହିତଙ୍କ ବ୍ୟାଟ୍ ଖୁବ୍ ଚାଲିଥିଲା। ସେ ଏହି ସିରିଜ୍ ଜରିଆରେ ପ୍ରଥମଥର ଲାଗି ଟେଷ୍ଟରେ ଓପନ୍ କରିବାକୁ ଆସିଥିଲେ ଏବଂ ସଫଳ ମଧ୍ୟ ହେଲେ। ଏବେ ସେ ବାଂଲାଦେଶ ବିପକ୍ଷରେ ଏହି ପ୍ରଦର୍ଶନକୁ ଦୋହରାଇବାକୁ ଚାହିଁବେ। ବାଂଲାଦେଶ ବୋଲିଂ ଆକ୍ରମଣ ତୁଳନାରେ ଭାରତୀୟ ବୋଲରମାନେ ମିଶିକି ମୋଟ ୮୦୦ରୁ ଅଧିକ ୱିକେଟ୍ ନେଇସାରିଛନ୍ତି। ସାକିବଙ୍କ ନେତୃତ୍ୱରେ ବାଂଲାଦେଶ ଟିମ୍ ଆଫଗାନିସ୍ତାନ ଟିମ୍ ନିକଟରୁ ଶେଷ ଟେଷ୍ଟରେ ପରାସ୍ତ ହୋଇଥିଲା। ସାକିବ୍ ଦୁଇବର୍ଷ ସସପେଣ୍ଡ୍ କାରଣରୁ କ୍ରିକେଟରୁ ଦୂରରେ ଅଛନ୍ତି।

ଏଠାକାର ଷ୍ଟାଡିୟମ ବ୍ୟାଟ୍ସମ୍ୟାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି। ଷ୍ଟାଡିୟମର ବାଉଣ୍ଡ୍ରୀ ବହୁତ ଛୋଟ, କିନ୍ତୁ ପିଚରେ ବାଉନ୍ସ ଦେଖିବାକୁ ମିଳିପାରେ। ମହମ୍ମଦ ଶାମି ଓ ଉମେଶ ଯାଦବ ପେସ୍ ଆକ୍ରମଣ ସମ୍ଭାଳିବେ। ସେହିପରି ରବୀନ୍ଦ୍ର ଜାଡେଜା ଓ ଆର୍ ଅଶ୍ୱିନଙ୍କ ହାତରେ ସ୍ପିନ୍ ଦାୟିତ୍ୱ ରହିବ। ପିଚର ବାଉନ୍ସକୁ ଦୃଷ୍ଟିରେ ରଖି ଈଶାନ୍ତ ଶର୍ମାଙ୍କୁ ତୃତୀୟ ପେସର୍ ଭାବେ ସାମିଲ୍ କରାଯାଇପାରେ।

ଭାରତ: ରୋହିତ୍ ଶର୍ମା, ମୟଙ୍କ ଅଗ୍ରୱାଲ୍‌, ଚେତେଶ୍ୱର ପୂଜାରା, ବିରାଟ୍ କୋହଲି (କ୍ୟାପଟେନ୍‌), ଆଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଡେଜା, ଋଦ୍ଧିମାନ ସାହା (ୱିକେଟକିପର), ରବିଚନ୍ଦ୍ରନ୍ ଅଶ୍ୱିନ୍‌, ମହମ୍ମଦ ଶାମି, ଉମେଶ ଯାଦବ, ଈଶାନ୍ତ ଶର୍ମା, କୁଲଦୀପ ଯାଦବ । ରିଜର୍ଭ: ଶୁବମାନ ଗିଲ୍‌, ହନୁମା ବିହାରୀ, ଋଷଭ ପନ୍ତ।

ବାଂଲାଦେଶ: ମୋମିନୁଲ୍ ହକ୍ (କ୍ୟାପଟେନ୍‌), ଇମରୁଲ୍ କାୟେସ୍‌, ମୁଶଫିକର ରହିମ୍ (ୱିକେଟକିପର), ମହମ୍ମଦୁଲ୍ଲା ରିୟାଦ, ମହମ୍ମଦ ମିଥୁନ୍‌, ଲିଟନ୍ ଦାସ, ମେହଦି ହାସନ୍ ମିରାଜ୍‌, ମୁସ୍ତାଫିଜୁର୍ ରେହମାନ୍‌, ନଇମ୍ ହାସନ୍‌, ସୈଫ୍ ହାସନ୍‌, ଶାଦମାନ୍ ଇସଲାମ୍‌, ତାଇଜୁଲ୍ ଇସଲାମ୍‌, ଆଦୁ ଜାୟେଦ୍‌, ଇବାଦତ୍ ହୁସେନ୍‌, ମୋସାଡେକ୍ ହୁସେନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story