ବିସିସିଆଇ ନୂଆ ସଭାପତି ନିର୍ବାଚନ ନେଇ ମେ’୨୨ରେ ସ୍ୱତନ୍ତ୍ର ସାଧାରଣ ବୈଠକ

ନୂଆଦିଲ୍ଲୀ: ମୁମ୍ବାଇରେ ଚଳିତ ମାସ ୨୨ ତାରିଖରେ ବସିବ ବିସିସିଆଇର ସ୍ୱତନ୍ତ୍ର ସାଧାରଣ ବୈଠକ(ଏସ୍‌ଜିଏମ୍‌)। ଏହି ବୈଠକରେ ବିସିସିଆଇର ନୂଆ ସଭାପତି ନିର୍ବାଚନ ନେଇ ନିଷ୍ପତ୍ତି ହେବ। ସଭାପତି ପଦବୀରୁ ଶଶାଙ୍କ ମନୋହର ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡିଛି। ଗୋଆ କ୍ରିକେଟ ଆସୋସିଏସନର ସାଧାରଣ ସମ୍ପାଦକ ବିନୋଦ ଫାଡ୍‌କେ କହିଛନ୍ତି,“ମୁମ୍ବାଇରେ ଚଳିତ ମାସ ୨୨ ତାରିଖରେ ଏସ୍‌ଜିଏମ୍‌ ବୈଠକ ଅନୁଷ୍ଠିତ ହେବ। ଏଥିରେ ବିସିସିଆଇ ସଭାପତି ନିର୍ବାଚନ ମୁଖ୍ୟ ଏଜେଣ୍ଡା ରହିବ।” ମେ’୧୦ […]

BCCI-logo

BCCI-logo

Rakesh Mallick
  • Published: Saturday, 14 May 2016
  • Updated: 14 May 2016, 12:08 PM IST

Sports

Latest News

ନୂଆଦିଲ୍ଲୀ: ମୁମ୍ବାଇରେ ଚଳିତ ମାସ ୨୨ ତାରିଖରେ ବସିବ ବିସିସିଆଇର ସ୍ୱତନ୍ତ୍ର ସାଧାରଣ ବୈଠକ(ଏସ୍‌ଜିଏମ୍‌)। ଏହି ବୈଠକରେ ବିସିସିଆଇର ନୂଆ ସଭାପତି ନିର୍ବାଚନ ନେଇ ନିଷ୍ପତ୍ତି ହେବ। ସଭାପତି ପଦବୀରୁ ଶଶାଙ୍କ ମନୋହର ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡିଛି।

ଗୋଆ କ୍ରିକେଟ ଆସୋସିଏସନର ସାଧାରଣ ସମ୍ପାଦକ ବିନୋଦ ଫାଡ୍‌କେ କହିଛନ୍ତି,“ମୁମ୍ବାଇରେ ଚଳିତ ମାସ ୨୨ ତାରିଖରେ ଏସ୍‌ଜିଏମ୍‌ ବୈଠକ ଅନୁଷ୍ଠିତ ହେବ। ଏଥିରେ ବିସିସିଆଇ ସଭାପତି ନିର୍ବାଚନ ମୁଖ୍ୟ ଏଜେଣ୍ଡା ରହିବ।”

ମେ’୧୦ ତାରିଖରେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ କୁହାଯାଉଥିବା ବିସିସିଆଇର ସଭାପତି ପଦବୀରୁ ଇସ୍ତଫା ଦେଇଥିଲେ ଶଶାଙ୍କ ମନୋହର। ଏହାର ଦୁଇ ଦୁଇଦିନ ପରେ ଅର୍ଥାତ୍‌ ମେ’୧୨ ତାରିଖରେ ସେ ଆଇସିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ।

ବିସିସିଆଇର ନିୟମ ଅନୁସାରେ ସଭାପତି ପଦବୀ ଖାଲି ପଡିବାର ୧୫ ଦିନ ମଧ୍ୟରେ ଏସ୍‌ଜିଏମ୍‌ ବସିବ। ଏଥିରେ ସଭାପତି ଚୟନ ନେଇ ଅଲୋଚନା ହେବ।

ମିଳିଥିବା ସୂଚନା ମୁତାବକ ଏହି ପଦବୀ ଦୌଡରେ ବିସିସିଆଇ ସଚିବ ଅନୁରାଗ ଠାକୁର, ଆଇପିଏଲ୍ ଅଧ୍ୟକ୍ଷ ରାଜୀବ ଶୁକ୍ଳା ଓ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ର ସଭାପତି ତଥା ବିଜ୍‌ନେସ୍‌ ଟାଇକୁନ୍‌ ଅଜୟ ଶୀରକେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos