ଭାରତୀୟ କ୍ରିକେଟରଙ୍କ ପାଇଁ ବିସିସିଆଇର ବଡ଼ ଘୋଷଣା

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ କଠିନ ସମୟ ଦେଇ ଗତି କରୁଛି। ଏହି ମହାମାରୀ ଯୋଗୁ ପ୍ରାୟ ସବୁ ଦେଶରେ ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇଛି। ଭାରତ ମଧ୍ୟ ଏହି ଭାଇରସ୍ ବିରୋଧରେ ଲଢ଼େଇ ଜାରି ରହିଛି ଏବଂ ପୂରା ଦେଶକୁ ଲକଡାଉନ୍ କରିଛି। ତେବେ ଏଭଳି ଏକ କଠିନ ସମୟରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ତା’ର ଖେଳାଳିମାନଙ୍କ ସୁଖଦୁଃଖରେ ଛିଡ଼ା ହେବାକୁ ନିଷ୍ପତ୍ତି ନେଇଛି। ବିସିସିଆଇ ବଦାନ୍ୟତା ଦେଖାଇ […]

team-india

team-india

Ranjit Kumar Jena
  • Published: Friday, 10 April 2020
  • Updated: 10 April 2020, 06:53 PM IST

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ କଠିନ ସମୟ ଦେଇ ଗତି କରୁଛି। ଏହି ମହାମାରୀ ଯୋଗୁ ପ୍ରାୟ ସବୁ ଦେଶରେ ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇଛି। ଭାରତ ମଧ୍ୟ ଏହି ଭାଇରସ୍ ବିରୋଧରେ ଲଢ଼େଇ ଜାରି ରହିଛି ଏବଂ ପୂରା ଦେଶକୁ ଲକଡାଉନ୍ କରିଛି। ତେବେ ଏଭଳି ଏକ କଠିନ ସମୟରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ତା'ର ଖେଳାଳିମାନଙ୍କ ସୁଖଦୁଃଖରେ ଛିଡ଼ା ହେବାକୁ ନିଷ୍ପତ୍ତି ନେଇଛି। ବିସିସିଆଇ ବଦାନ୍ୟତା ଦେଖାଇ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳିଙ୍କୁ ବକେୟା ଅର୍ଥ ପ୍ରଦାନ କରିଛି।

ବିସିସିଆଇ ଏହି ଖେଳାଳିମାନଙ୍କୁ ତ୍ରୈମାସିକ ବକେୟା ଦରମା ପ୍ରଦାନ କରିବା ସହ କହିଛି, କୋଭିଡ୍‌-୧୯ ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ଅନିଶ୍ଚିତତା ସତ୍ତ୍ୱେ ଆମେ କୌଣସି ଖେଳାଳିଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ଦେବୁନି। କରୋନାଭାଇରସ୍ ଯୋଗୁ ବୈୟଷିକ ଅର୍ଥବ୍ୟବସ୍ଥା ଉପରେ ବହୁତ ପ୍ରଭାବ ପଡ଼ିଛି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଭଳି ପ୍ରମୁଖ କ୍ରିକେଟ୍ ବୋର୍ଡ ତା'ର ଖେଳାଳିଙ୍କ ଦରମା କାଟିବାକୁ ସଙ୍କେତ ଦେଇଛି। ଏଭଳି ସ୍ଥିତିରେ ବିସିସିଆଇ କିନ୍ତୁ ଖେଳାଳିଙ୍କୁ ପୂରା ପ୍ରାପ୍ୟ ପ୍ରଦାନ କରି ବଡ଼ ଉଦାହରଣ ସୃଷ୍ଟି ହୋଇଛି।

ବିସିସିଆଇର ଜଣେ ଅଧିକାରୀ ନିଜ ନାଁ ଗୁପ୍ତ ରଖି କହିଛନ୍ତି, ମାର୍ଚ୍ଚ ୨୪ ତାରିଖରେ ଲକଡାଉନ୍ ଘୋଷଣା କରାଯାଇଥିଲା ଏବଂ ଏହା ସତ୍ତ୍ୱେ ବିସିସିଆଇ ଏହି ପରିସ୍ଥିତି ପାଇଁ ପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିଲା। ବୋର୍ଡ ତା'ର ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ପ୍ରାପ୍ୟର ତ୍ରୈମାସିକ କିସ୍ତି ଭରଣ କରିଦେଇଛି। ଏହାବ୍ୟତୀତ ଏହା ମଧ୍ୟରେ ଭାରତ କିମ୍ବା ଭାରତ-ଏ ପକ୍ଷରୁ ଖେଳିଥିବା ସବୁ ଖେଳାଳିଙ୍କ ମ୍ୟାଚ୍ ଫି' ଆର୍ଥିକ ବର୍ଷର ଶେଷ ସୁଦ୍ଧା ପ୍ରଦାନ କରିଦିଆଯାଇଛି।

ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ତା'ର ଖେଳାଳିମାନଙ୍କର ଦରମା କାଟିବାକୁ ନିଷ୍ପତ୍ତି ନେଇଛି। ବୋର୍ଡର ଏହି ନିଷ୍ପତ୍ତିକୁ ଖେଳାଳିମାନେ ସ୍ୱୀକାର କରିଛନ୍ତି। ଅଷ୍ଟ୍ରେଲିଆ ତା'ର କେନ୍ଦ୍ରୀୟ ଚୁକ୍ତିର ତାଲିକା ଘୋଷଣକୁ ସ୍ଥଗିତ କରିଥିବା ବେଳେ ଇଂଲଣ୍ଡର କ୍ୟାପଟେନ୍ ଜୋ ରୁଟ୍ ୟର୍କଶାୟରରେ ନିଜର ସାଥୀ ଖେଳାଳିଙ୍କ ସହ ସରକାରୀ ଛୁଟିରେ ଯିବା ପାଇଁ ଆବେଦନ କରିଛନ୍ତି। ଏହି ଆଧାରରେ ବ୍ରିଟିଶ ସରକାର ବେତନର ୮୦ପ୍ରତିଶତ ଦାନ କରିବ, ଯାହାକି ପାଖାପାଖି ୨୫୦୦ ପାଉଣ୍ଡ ହେବ। ଏ ନେଇ ବିସିସିଆଇ ଅଧିକାରୀ କହିଛନ୍ତି, ଏଭଳି କଠିନ ସମୟରେ ଯେଉଁଠି ଅନ୍ୟ ବୋର୍ଡ ତା'ର ଘରୋଇ ଖେଳାଳିଙ୍କୁ ପ୍ରାପ୍ୟ ଦେବା ପାଇଁ ସଂଘର୍ଷ କରୁଛି, ସେହିଠାରେ ଭାରତୀୟ ବୋର୍ଡକୁ ମଜଭୁତ୍ ଆର୍ଥିକ ସ୍ଥିତିର ଭରପୂର ସହଯୋଗ ମିଳୁଛି।

ଅଧିକାରୀ ଜଣକ ଆହୁରି କହିଛନ୍ତି, ଗୋଟିଏ କ୍ରିକେଟ୍ (ଇଂଲଣ୍ଡ) ବୋର୍ଡ ତା'ର ଖେଳାଳିଙ୍କୁ ସରକାରୀ ଛୁଟି (ସରକାରୀ ସହାୟତା କାର୍ଯ୍ୟକ୍ରମ)ରେ ରଖିଛି। ସବୁଠି ବେତନ କାଟିବା କଥା ଚର୍ଚ୍ଚା ହେଉଛି। କିନ୍ତୁ ମୋର ବିଶ୍ୱାସ ଯେ ବିସିସିଆଇ ସର୍ବୋପରି ତା'ର ଖେଳାଳିଙ୍କ ଭଲଭାବେ ଯତ୍ନ ନେବାକୁ ସକ୍ଷମ। ତେଣୁ ଏହି ମହାମାରୀ ସତ୍ତ୍ୱେ ଆମର ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରମାନଙ୍କୁ କୌଣସି ଅସୁବିଧା ହେବ ନାହିଁ।

ସେହି ଅଧିକାରୀ ଜଣକ ଆଇପିଏଲକୁ ନେଇ କହିଛନ୍ତି, ଯଦି ଚଳିତ ବର୍ଷ ଶେଷ ସୁଦ୍ଧା ଆଇପିଏଲ୍ ଆୟୋଜିତ ନହୁଏ, ତାହେଲେ ସମସ୍ତ ଶେଆରହୋଲ୍ଡରଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଆଇପିଏଲ୍ କେବେ ହେବ, ତାହା କହି ହେବ ନାହିଁ। ସେପ୍ଟେମ୍ବରରେ ଏସିଆ କପ୍ ଓ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ ଖେଳିବାକୁ ଅଛି ଏବଂ ଅକ୍ଟୋବରରେ ଟି-୨୦ ବିଶ୍ୱକପ୍ ଆୟୋଜନ ହେବ। ତେଣୁ ଏହି ସମୟ ଭିତରେ ଯଦି ଆଇପିଏଲ୍ ନହୁଏ, ତାହେଲେ ପରବର୍ତ୍ତୀ ସମୟରେ ଏହି ଟି-୨୦ ଲିଗ୍ ହେବା ପ୍ରାୟତ ଅସମ୍ଭବ। ବର୍ତ୍ତମାନ ସାରା ବିଶ୍ୱରେ ଯେଉଁଭଳି ସ୍ଥିତି ରହିଛି, ସେଥିରୁ ସବୁ ଚିନ୍ତିତ। ଏହି ପରିସ୍ଥିତି କେବେ ସୁଧୁରିବ, ତାହା କେହି ଜାଣି ନାହାନ୍ତି। ତେଣୁ ଆଇପିଏଲ୍ କେବେ ହେବ, ତାହା ଆମେ କେମିତି କହିବୁ?

ସୂଚନାଯୋଗ୍ୟ, କରୋନାଭାଇରସ୍ ଯୋଗୁ କ୍ରିକେଟର ସବୁ ଗତିବିଧି ବନ୍ଦ ରହିଛି। ବିଶେଷକରି ଏହି ମହାମାରୀ ଯୋଗୁ ବିଶ୍ୱର ବ୍ୟୟବହୁଳ ଟି-୨୦ ଲିଗ୍ ଆଇପିଏଲ୍ ଉପରେ ଅଧିକ ପ୍ରଭାବ ପକାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଇପିଏଲର ୧୩ ସଂସ୍କରଣ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବା ପାଇଁ ସ୍ଥିର ହୋଇଥିଲା, କିନ୍ତୁ ଏହାକୁ ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story