କୋହଲିଙ୍କୁ ଖେଳରତ୍ନ ଓ ରାହାଣେଙ୍କୁ ଅର୍ଜୁନ ପୁରସ୍କାର ପାଇଁ ବିସିସିଆଇର ସୁପାରିଶ

ନୂଆଦିଲ୍ଲୀ: ଚଳିତବର୍ଷ ଭାରତର ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କୁ ଦେଶର ଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧି ଖେଳରତ୍ନ’ ଓ ଆଜିଙ୍କ୍ୟା ରାହାଣେଙ୍କୁ ‘ଅର୍ଜୁନ ପୁରସ୍କାର’ ଦିଆଯିବାକୁ ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ମଙ୍ଗଳବାର ସୁପାରିଶ କରାଯାଇଛି। ଯଦି ଚଳିତବର୍ଷ କୋହଲି ଏହି ସମ୍ମାନ ପାଆନ୍ତି ତେବେ ଏହି ସମ୍ମାନ ହାସଲ କରିବାରେ ସେ ତୃତୀୟ ଭାରତୀୟ କ୍ରୀକେଟର ସମର୍ଥ ହେବେ। ପୂର୍ବରୁ ମାଷ୍ଟରବ୍ଲାଷ୍ଟର ସଚୀନ ତେନ୍ଦୁଲକର ଓ ଟି-୨୦ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏହି […]

Ajinkya-Rahane-is-congratulated-by-Virat-Kohli-of-India-after-reaching-his-503

Ajinkya-Rahane-is-congratulated-by-Virat-Kohli-of-India-after-reaching-his-503

Rakesh Mallick
  • Published: Tuesday, 03 May 2016
  • Updated: 03 May 2016, 12:21 PM IST

Sports

Latest News

ନୂଆଦିଲ୍ଲୀ: ଚଳିତବର୍ଷ ଭାରତର ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କୁ ଦେଶର ଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧି ଖେଳରତ୍ନ’ ଓ ଆଜିଙ୍କ୍ୟା ରାହାଣେଙ୍କୁ ‘ଅର୍ଜୁନ ପୁରସ୍କାର’ ଦିଆଯିବାକୁ ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ମଙ୍ଗଳବାର ସୁପାରିଶ କରାଯାଇଛି।

ଯଦି ଚଳିତବର୍ଷ କୋହଲି ଏହି ସମ୍ମାନ ପାଆନ୍ତି ତେବେ ଏହି ସମ୍ମାନ ହାସଲ କରିବାରେ ସେ ତୃତୀୟ ଭାରତୀୟ କ୍ରୀକେଟର ସମର୍ଥ ହେବେ। ପୂର୍ବରୁ ମାଷ୍ଟରବ୍ଲାଷ୍ଟର ସଚୀନ ତେନ୍ଦୁଲକର ଓ ଟି-୨୦ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏହି ସମ୍ମାନ ହାସଲ କରି ସାରିଛନ୍ତି।

ବିସିସିଆଇ ପକ୍ଷରୁ ୪ ବର୍ଷର ବ୍ୟବଧାନ ପରେ  ଖେଳରତ୍ନ ପାଇଁ କ୍ରିକେଟ ଖେଳାଳିଙ୍କ ନାମ ସୁପାରିଶ କରାଯାଇଛି।

ଖେଳରତ୍ନ ପୁରସ୍କାର ବାବଦକୁ ୭.୫ ଲକ୍ଷ ଟଙ୍କା ସହ ମାନପତ୍ର ଓ ଅର୍ଜୁନ ପୁରସ୍କାର ପାଇଁ ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos