ବିଶେନ ସିଂହ ବେଦୀଙ୍କ ୪୪ ବର୍ଷର ରେକର୍ଡ ଭାଙ୍ଗିଲେ ବିହାରର ଏହି ସ୍ପିନର

ନୂଆଦିଲ୍ଲୀ: ଦୀର୍ଘ ୪୪ ବର୍ଷ ଧରି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିଶେନ ସିଂହ ବେଦୀଙ୍କ ନାଁରେ ଥିବା ରେକର୍ଡକୁ ଆଜି ବିହାରର ବାମହାତୀ ସ୍ପିନ ବୋଲର ଆଶୁତୋଷ ଅମନ ଭାଙ୍ଗି ଦେଇଛନ୍ତି। ସେ ଗୋଟିଏ ରଣଜୀ ସିଜିନ୍‌ରେ ୬୫ଟି ୱିକେଟ୍‌ ନେଇ ନୂଆ ରେକର୍ଡ କରିଛନ୍ତି। ବିହାର ଓ ମଣିପୁର ମଧ୍ୟରେ ଚାଲିଥିବା ରଣଜୀ ମ୍ୟାଚ୍‌ ବେଳେ ଆଶୁତୋଷ ଏହି ରେକର୍ଡ କରିଛନ୍ତି। ସେ ମଣିପୁରର ସଗତପାମ ସିଂହଙ୍କୁ ଆଉଟ୍‌ କରି ଚଳିତ ରଣଜୀ ସିଜିନ୍‌ରେ […]

b

Hemant Lenka
  • Published: Wednesday, 09 January 2019
  • , Updated: 09 January 2019, 08:07 PM IST

ନୂଆଦିଲ୍ଲୀ: ଦୀର୍ଘ ୪୪ ବର୍ଷ ଧରି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିଶେନ ସିଂହ ବେଦୀଙ୍କ ନାଁରେ ଥିବା ରେକର୍ଡକୁ ଆଜି ବିହାରର ବାମହାତୀ ସ୍ପିନ ବୋଲର ଆଶୁତୋଷ ଅମନ ଭାଙ୍ଗି ଦେଇଛନ୍ତି। ସେ ଗୋଟିଏ ରଣଜୀ ସିଜିନ୍‌ରେ ୬୫ଟି ୱିକେଟ୍‌ ନେଇ ନୂଆ ରେକର୍ଡ କରିଛନ୍ତି।

ବିହାର ଓ ମଣିପୁର ମଧ୍ୟରେ ଚାଲିଥିବା ରଣଜୀ ମ୍ୟାଚ୍‌ ବେଳେ ଆଶୁତୋଷ ଏହି ରେକର୍ଡ କରିଛନ୍ତି। ସେ ମଣିପୁରର ସଗତପାମ ସିଂହଙ୍କୁ ଆଉଟ୍‌ କରି ଚଳିତ ରଣଜୀ ସିଜିନ୍‌ରେ ନିଜର ୬୫ତମ ୱିକେଟ୍‌ ଦଖଲ କରିଥିଲେ।

ପୂର୍ବରୁ ଦିଲ୍ଲୀ ପକ୍ଷରୁ ଖେଳୁଥିବା ବିଶେନ ସିଂହ ବେଦୀ ୧୯୭୪-୭୫ରେ ଗୋଟିଏ ରଣଜୀ ସିଜିନ୍‌ରେ ୬୪ଟି ୱିକେଟ୍‌ ନେଇଥିଲେ।

ମଣିପୁର ବିପକ୍ଷରେ ଆଶୁତୋଷ ଦ୍ୱିତୀୟ ଇନିଂସ୍‌ରେ ସମୁଦାୟ ୭୧ ରନ୍‌ ଦେଇ ୭ଟି ୱିକେଟ୍‌ ନେଇଛନ୍ତି। ଚଳିତ ରଣଜୀର ୧୪ଟି ଇନିଂସ୍‌ରେ ସେ ୬.୪୮ ହାରରେ ସମୁଦାୟ ୬୮ଟି ୱିକେଟ୍‌ ଦଖଲ କରିବାର ରେକର୍ଡ କରିଛନ୍ତି।

Related story