ଖେଳନୀତି: ରଙ୍ଗିନ ଖର୍ଚ୍ଚର ଅମଳ ରଙ୍ଗିନ ହେବ ନା କଳାଧଳା

ଭୁବନେଶ୍ୱର (ସୁବ୍ରତ କୁମାର ନାୟକ ): ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍। ନଭେମ୍ବର ୨୮ରୁ ଓଡ଼ିଶା ଆୟୋଜନ କରୁଛି ବିଶ୍ୱ ହକି ମହାକୁମ୍ଭ। ସାରା ବିଶ୍ୱରୁ ଆସିବେ ହକି ଖେଳାଳି, ସେମାନଙ୍କ ପ୍ରଶଂସକ ଏବଂ ସମସ୍ତ ପ୍ରତିଷ୍ଠିତ ଗଣମାଧ୍ୟମ। ଉଦ୍ଘାଟନୀ ଉତ୍ସବରେ ଗୁଲଜାରଙ୍କ ଗୀତରେ ଏଆର ରେହମାନ୍‌ଙ୍କ ନିର୍ଦ୍ଦେଶନାରେ ଝୁମିବେ ଝୁମେଇବେ କିଙ୍ଗ୍ ଖାନ୍ ଶାହରୁଖ ଖାନ୍। ସବୁ ଭଲ ଯେ, ତାପରେ କ’ଣ ହେବ? ପର୍ଯ୍ୟଟନର ବିକାଶ ହେବ, ଖେଳକୁ ପ୍ରୋତ୍ସାହନ ମିଳିବ […]

ab-bas-vote

ab-bas-vote

Subrat Kumar Nayak
  • Published: Tuesday, 16 October 2018
  • Updated: 16 October 2018, 09:31 PM IST

Sports

Latest News

ଭୁବନେଶ୍ୱର (ସୁବ୍ରତ କୁମାର ନାୟକ ): ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍। ନଭେମ୍ବର ୨୮ରୁ ଓଡ଼ିଶା ଆୟୋଜନ କରୁଛି ବିଶ୍ୱ ହକି ମହାକୁମ୍ଭ। ସାରା ବିଶ୍ୱରୁ ଆସିବେ ହକି ଖେଳାଳି, ସେମାନଙ୍କ ପ୍ରଶଂସକ ଏବଂ ସମସ୍ତ ପ୍ରତିଷ୍ଠିତ ଗଣମାଧ୍ୟମ। ଉଦ୍ଘାଟନୀ ଉତ୍ସବରେ ଗୁଲଜାରଙ୍କ ଗୀତରେ ଏଆର ରେହମାନ୍‌ଙ୍କ ନିର୍ଦ୍ଦେଶନାରେ ଝୁମିବେ ଝୁମେଇବେ କିଙ୍ଗ୍ ଖାନ୍ ଶାହରୁଖ ଖାନ୍।

ସବୁ ଭଲ ଯେ, ତାପରେ କ’ଣ ହେବ? ପର୍ଯ୍ୟଟନର ବିକାଶ ହେବ, ଖେଳକୁ ପ୍ରୋତ୍ସାହନ ମିଳିବ ଏବଂ ଓଡ଼ିଶାକୁ ସାରା ବିଶ୍ୱ ଜାଣିବ- ଉତ୍ତର ଏମିତି କିଛି ଆସିପାରେ। କିନ୍ତୁ ନିରିଖେଇ ଦେଖିଲେ ଜାଣିପାରିବେ ବାସ୍ତବ ଚିତ୍ର ଟିକେ ଅଲଗା। ସମ୍ପୂର୍ଣ୍ଣ ଦୃଶ୍ୟପଟ୍ଟକୁ ଦେଖିଲେ ଆପଣ ମଧ୍ୟ ବୁଝିଯିବେ ରାଜ୍ୟରେ, ଦେଶରେ ଏବଂ ବିଦେଶରେ ଖର୍ଚ୍ଚ ହୋଇଥିବା ଏବଂ ହେବାକୁ ଥିବା କୋଟି କୋଟି ଟଙ୍କାର ବିଜ୍ଞାପନ ପଛରେ ରହିଛି ପର୍ଯ୍ୟଟନର ପ୍ରସାର ନା ନିର୍ବାଚନ ପ୍ରଚାର।

ବିଜ୍ଞାପନ-ପର୍ଯ୍ୟଟନ-ନିର୍ବାଚନ

ଖବରକାଗଜରେ, ଟିଭିରେ, ରାସ୍ତାକଡ଼ରେ, ବସ୍‌ଷ୍ଟାଣ୍ଡରେ ଏବଂ ବିମାନବନ୍ଦରରେ ଚାରିଆଡ଼େ ‘ମାଇଁ ହାର୍ଟ ବିଟ୍ସ ଫର ହକି’ ଏବଂ ‘ଅବ୍ ବସ୍ ହକି’ ଲେଖା ବିଜ୍ଞାପନ ଓ ହୋର୍ଡିଂର ସମୁଦ୍ର। ସତେ ଯେପରି ଆସନ୍ତାକାଲି ସକାଳୁ ନିର୍ବାଚନ ଅଥବା ସେହିଭଳି କିଛି ଘଟଣା ଅଛି। ଆଉ ତା’ଛଡ଼ା ଏହି ଟୁର୍ଣ୍ଣାମେଣ୍ଟର ଆପ୍ତବାକ୍ୟ ବା ସ୍ଲୋଗାନ୍ ପର୍ଯ୍ୟଟକଙ୍କ ଭିତରେ କି ପ୍ରକାର ଓଡ଼ିଆପଣ ଛାଡ଼ିଯିବ ଯେ ସେମାନେ ଓଡ଼ିଶାକୁ ଦଉଡ଼ିଆସିବେ ବୋଲି ଭାବିବା।

ଆଇପିଏଲ୍‌ବେଳେ ଆମେ ଦେଖିଛେ କୋଲକତା ଦଳର ଆପ୍ତବାକ୍ୟ ‘କରବୋ ଲଢ଼ବୋ ଜିତ୍‌ବୋରେ’ କେତେ ପ୍ରଭାବୀ ହୋଇଥିଲା । ଦକ୍ଷିଣ ଭାରତୀୟ ଆଇପିଏଲ ଦଳ ଚେନ୍ନାଇ ସୁପରକିଙ୍ଗସର ଥିମ୍ ମଧ୍ୟ ସେହିଭଳି ସବୁଦିନଯାଏ ମନ ରହିବ । କିନ୍ତୁ ଚଳିତ ବର୍ଷ ଭୁବନେଶ୍ୱରରେ ହକି ବିଶ୍ୱ କପ୍‌କୁ ଜାତୀୟ ଲୁକ୍ ଦେବା ବାହାନାରେ ଓଡ଼ିଆପଣ ଲୁଚିଯାଉନି କି ? ଏହା କ’ଣ ‘ଭାଷା ସାମ୍ରାଜ୍ୟବାଦ’ର ନିଦର୍ଶନ ନୁହେଁ କି ? ଆଉ ଗୋଟେ କଥା, ଏ ପ୍ରକାର ଖେଳର ଆୟୋଜନ ଭୋଟ୍ ଆଣି ଦେଇପାରେ କିମ୍ବା ନପାରେ କିନ୍ତୁ ଗତ କିଛି ବର୍ଷରେ ଆସିଥିବା ମହାଦୁର୍ନୀତି ଅଭିଯୋଗରେ କଳୁଷିତ ହୋଇଥିବା ସରକାରଙ୍କ ଭାବମୂର୍ତ୍ତି ସୁଧୁରିଯାଇପାରେ ବୋଲି ଆଶା ବାନ୍ଧିଛନ୍ତି ସରକାର। ଆଉ ସେଥିପାଇଁ ଲଗାତାର ବୃହତ୍ କ୍ରୀଡ଼ାର ଆୟୋଜନ ହେଉଥିବା ଦିନକୁ ଦିନ ସ୍ପଷ୍ଟ ହେଉଛି ।

କ୍ରୀଡ଼ା ସମୁଦ୍ରରୁ ସ୍ଥାନୀୟ ପ୍ରତିଭାଙ୍କୁ କେତେ ଫାଇଦା ?

ହକି ଚାମ୍ପିୟନ୍ସ ଟ୍ରଫି, ହକି ୱାର୍ଲ୍ଡ ଲିଗ୍, ୨୦୧୭ରେ ଏସୀୟ କ୍ରୀଡ଼ା ପରେ ହକି ବିଶ୍ୱ କପ୍ । ଅନ୍ୟତମ ପଛୁଆ ରାଜ୍ୟଭାବେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ଘୋଷଣା କରାଯାଉ ବୋଲି ଦାବି କରୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ଘୋଷଣା କଲେ ଉଭୟ ମହିଳା ଓ ପୁରୁଷ ହକି ଦଳକୁ ଓଡ଼ିଶା ସ୍ପନସର କରିବ। ଖର୍ଚ୍ଚ ପୂର୍ବ ସ୍ପନସରର ଦୁଇଗୁଣ। ଆଧାର ଥିଲା ଓଡ଼ିଶାର ପୁରପଲ୍ଲୀରେ ଥିବା ହକି ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବା ଏବଂ ଲକ୍ଷ୍ୟ ଭୁବନେଶ୍ୱରକୁ କ୍ରୀଡ଼ା ରାଜଧାନୀରେ ପରିଣତ କରିବା। କିନ୍ତୁ ଝଟ୍‌କା ତ ସେତେବେଳେ ଲାଗିଲା ଯେତେବେଳେ ବିଶ୍ୱକପ୍ ପାଇଁ ଦଳ ଘୋଷଣା ହେଲା।

ପୂର୍ବରୁ ଦିଲ୍ଲୀପ ତିର୍କୀ ଯେଉଁମାଟିରୁ ଜନ୍ମନେଇ ଦୀର୍ଘଦିନ ଧରି ଭାରତର ନେତୃତ୍ୱ ନେଇଆସିଥିଲେ, ସେହି ଓଡ଼ିଶାର ରାଜଧାନୀରେ ବିଶ୍ୱକପର ଆୟୋଜନ ଅଥଚ ଚୂଡ଼ାନ୍ତ ତାଲିକାରେ କେହି ମଧ୍ୟ ଓଡ଼ିଆ ନାହାନ୍ତି। ଯେଉଁ କଳିଙ୍ଗ ଷ୍ଟାଡିୟମ୍‌ରେ ଅଭ୍ୟାସ କରି ବିଭିନ୍ନ କ୍ରୀଡ଼ା ପାଇଁ ପ୍ରତିଭାବାନ କ୍ରୀଡ଼ାବିତ ନିୟମିତ ଅଭ୍ୟାସ କରୁଥିଲେ ଏବେ ବର୍ଷସାରା କ୍ରୀଡ଼ା ଉତ୍ସବ ଆୟୋଜନ କାରଣରୁ ଏଥିରେ ମଧ୍ୟ ଲଗାମ ଲାଗିଯାଉଛି। ପୁଲିସ୍ ଏବଂ ଅନ୍ୟାନ୍ୟ ତତ୍‌ସମ୍ପର୍କିତ ପରୀକ୍ଷା ପାଇଁ ରାଜଧାନୀମୁହାଁ ଓଡ଼ିଆଙ୍କ ଶାରୀରିକ ଅଭ୍ୟାସର ଏକମାତ୍ର ସାହାରା କଳିଙ୍ଗ ଷ୍ଟାଡିୟମ୍‌ରେ ବର୍ତ୍ତମାନ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ।

ଏସୀୟ କ୍ରୀଡ଼ାର ଉଦ୍‌ଯାପନୀ ଦିନରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲାଠାରେ ସ୍ୟାଟଲୋଇଟ୍ ଷ୍ଟାଡିୟମ୍ ପ୍ରତିଷ୍ଠା କରାଯିବ ଯେଉଁଠାରେ ବିଶ୍ୱସ୍ତରୀୟ ବ୍ୟବସ୍ଥା ରହିବ। ଏହି ଘୋଷଣା କେତେବାଟ ଗଲା ବା କେଉଁଠି ଅଟକିଲା ତାହା କେହି ଜାଣନ୍ତିନି।

ବିଜୁ ଗ୍ରାମୀଣ ହକି ୨୦୧୬ ଡିସେମ୍ବରରେ ଆରମ୍ଭ ହୋଇ ୨୦୧୭ ମାର୍ଚ୍ଚରେ ସରିବାର ଥିଲା। କିନ୍ତୁ ଗ୍ରାମାଞ୍ଚଳର ୧ ହଜାରଟି ଦଳକୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ୨୦୧୭ ମାର୍ଚ୍ଚରେ ଅର୍ଥାତ ୩ ମାସରେ ସରିବା କଥା, ଯାହାକି ଏଇ କିଛିଦିନ ତଳେ ସରିଛି। ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଏହି ବୃହତ୍ ଆୟୋଜନରେ ଯୁବ ହକି ପ୍ରତିଭାମାନଙ୍କ ବିଷୟରେ କେହି ମଧ୍ୟ ଜାଣିପାରିଲେ ନାହିଁ। ସ୍ଥାନୀୟ ପ୍ରତିଭାଙ୍କ ପାଇଁ ଭିତ୍ତିଭୂମି ନଥିବାବେଳେ ଏପରି କୋଟି କୋଟି ଟଙ୍କା ଖର୍ଚ୍ଚରେ କ୍ରୀଡ଼ା ରାଜଧାନୀ ଘୋଷଣାର ବାହାବା ସାଉଣ୍ଟିବା ବ୍ୟର୍ଥ ମନେ ହୁଏ।

ଶ୍ରେୟନେବା ଆଳରେ ଠିକାଦାରୀ ପ୍ରୋତ୍ସାହନ ନାମରେ ଏବେ ରାଜ୍ୟର ବିଭିନ୍ନ ପଡ଼ିଆ ପାର୍କ କିମ୍ବା କଲ୍ୟାଣମଣ୍ଡପରେ ପରିଣତ ହେବାରେ ଲାଗିଛି। ସ୍ଥାନୀୟ ବିଧାୟକମାନଙ୍କର ଏ ପ୍ରଥାକୁ ପ୍ରୋତ୍ସାହନ ଦେଇ ହଜାର ହଜାର କ୍ରୀଡ଼ା ପ୍ରତିଭାଙ୍କ ଭବିଷ୍ୟତ ନଷ୍ଟ କରିବା ସହ ଗ୍ରାମାଞ୍ଚଳ ଏବଂ ଛୋଟ ଛୋଟ ସହରଗୁଡ଼ିକରେ କ୍ରୀଡ଼ା ପାଇଁ ଶୂନ୍ୟ ଭିତ୍ତିଭୂମି ସ୍ଥିତି ସୃଷ୍ଟି କରୁଛି। ଏସବୁକୁ ନିଘା କଲେ ବର୍ତ୍ତମାନ ପଞ୍ଜାବ ଓ ହରିଆଣା ହକି କ୍ଷେତ୍ରରେ ଯେଉଁ ସ୍ଥିତିରେ ପହଞ୍ଚିଛି ଓଡ଼ିଶା ମଧ୍ୟ ପୂର୍ବବତ୍‌ ସେହି ସ୍ଥାନରେ ପହଞ୍ଚିପାରିବ।
.
ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ, ଲାଜାରୂସ ବାର୍ଲା, ପ୍ରବୋଧ ତିର୍କି, ତାଙ୍କ ବଡ଼ ଭାଇ ଇଗ୍ନେଶ ତିର୍କି, ଦୀପସାନ ତିର୍କୀ, ବିରେନ୍ଦ୍ର ଲାକ୍ରା ଏବଂ ଅମିତ ଲାକ୍ରାଙ୍କ ଭଳି ପ୍ରତିଭା ଓଡ଼ିଶାରୁ ବାହାରିବାକୁ ହେଲେ ଏଭଳି ରଙ୍ଗୀନ ଉତ୍ସବ ବଦଳରେ ଅଭ୍ୟାସ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଭିତ୍ତିଭୂମି ବିକାଶ ହେବା ଦରକାର।

କିନ୍ତୁ ହିନ୍ଦୀରେ କଥାଟିଏ ଅଛି, କହିଁ ପେ ନିଗାହେଁ, କହିଁ ପେ ନିଶାନା। ଭୋଟ ଭୋକ ଆଗରେ ହକି କିମ୍ବା କ୍ରୀଡ଼ାର ଭାଉ ବା କେତେ? ତେଣୁ ବିଶ୍ୱକପର ଥିମ ସ୍ଲୋଗାନ ଏମିତି ହେଲେ କେମିତି ହୁଅନ୍ତା : My Heart Beats For Votes ଏବଂ ଅବ୍ ବସ୍ ଭୋଟ୍

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story