ମନେ ରହିବ ବ୍ରିସବେନ୍ ବିଜୟ

ବ୍ରିସବେନ୍ ଟେଷ୍ଟରେ ଇତିହାସ ରଚିଛି ଟିମ୍ ଇଣ୍ଡିଆ। ଯେଉଁ ଗାବା ଷ୍ଟାଡିୟମରେ କେବଳ କଙ୍ଗାରୁ ଟିମ୍‌ର ହିଁ ରାଜ ଚାଲୁଥିଲା, ସେହି ଗ୍ରାଉଣ୍ଡରେ ଅନଭିଜ୍ଞ ଓ ଅଜିଙ୍କ୍ୟ ରାହାଣେଙ୍କ ଯୁବବାହିନୀ କମାଲ କରିଦେଇଛନ୍ତି। ବ୍ରିସବେନରେ ଅଷ୍ଟ୍ରେଲିଆ ଗତ ୩୨ ଧରି ଅପରାଜେୟ ରହିଥିଲା। ଆଜି ଏହି ଧାରାକୁ ଭାଙ୍ଗି ଦେଇଛି ଭାରତ। ଋଷଭ ପନ୍ତଙ୍କ ଜବରଦସ୍ତ ଇନିଂସ୍ ବଳରେ ଭାରତ ବ୍ରିସବେନ୍ ଟେଷ୍ଟକୁ ୩ ୱିକେଟରେ ଜିତିବା ସହ ସିରିଜକୁ ମଧ୍ୟ ୨-୧ରେ କବ୍‌ଜା କରିନେଇଛି। ଭାରତର […]

india

india

Ranjit Kumar Jena
  • Published: Tuesday, 19 January 2021
  • Updated: 19 January 2021, 03:26 PM IST

Sports

Latest News

ବ୍ରିସବେନ୍ ଟେଷ୍ଟରେ ଇତିହାସ ରଚିଛି ଟିମ୍ ଇଣ୍ଡିଆ। ଯେଉଁ ଗାବା ଷ୍ଟାଡିୟମରେ କେବଳ କଙ୍ଗାରୁ ଟିମ୍‌ର ହିଁ ରାଜ ଚାଲୁଥିଲା, ସେହି ଗ୍ରାଉଣ୍ଡରେ ଅନଭିଜ୍ଞ ଓ ଅଜିଙ୍କ୍ୟ ରାହାଣେଙ୍କ ଯୁବବାହିନୀ କମାଲ କରିଦେଇଛନ୍ତି। ବ୍ରିସବେନରେ ଅଷ୍ଟ୍ରେଲିଆ ଗତ ୩୨ ଧରି ଅପରାଜେୟ ରହିଥିଲା। ଆଜି ଏହି ଧାରାକୁ ଭାଙ୍ଗି ଦେଇଛି ଭାରତ। ଋଷଭ ପନ୍ତଙ୍କ ଜବରଦସ୍ତ ଇନିଂସ୍ ବଳରେ ଭାରତ ବ୍ରିସବେନ୍ ଟେଷ୍ଟକୁ ୩ ୱିକେଟରେ ଜିତିବା ସହ ସିରିଜକୁ ମଧ୍ୟ ୨-୧ରେ କବ୍‌ଜା କରିନେଇଛି। ଭାରତର ଏହି ବିଜୟ ଯୁଗ ଯୁଗ ଧରି ମନେ ରହିବ। ଏହା ପଛରେ ଅନେକ କାରଣ ମଧ୍ୟ ରହିଛି। ଏକାଧିକ ଖେଳାଳି ଆହତ ସାଙ୍ଗକୁ ଅନଭିଜ୍ଞ ଭାରତୀୟ ଯୁବବାହିନୀକୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। କିନ୍ତୁ ପୂରା ଟିମ୍ ଯେଉଁଭଳି ଖେଳ ଦେଖାଇଲା, ତାକୁ ଯେତେ ପ୍ରଶଂସା କରାଗଲେ ବି କମ୍ ହେବ।

ଦୁଇ ମାସ ତଳେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିଥିଲା। ଦିନିକିଆ ସିରିଜ୍ ଅଷ୍ଟ୍ରେଲିଆ ନାଁରେ ଯାଇଥିବା ବେଳେ ଟି-୨୦ ସିରିଜକୁ ହାତେଇ ଭାରତ ହିସାବ ବରାବର କରିଥିଲା। ଏହା ପରେ ଆରମ୍ଭ ହୋଇଥଲା ଅସଲ୍ ଖେଳ ଅର୍ଥାତ୍ ଟେଷ୍ଟ ସିରିଜ୍। ସିରିଜର ପ୍ରଥମ ଟେଷ୍ଟ ଆଡିଲେଡରେ ଖେଳାଯାଇଥିଲା, ଯେଉଁଥିରେ ପ୍ରଥମ ଇନିଂସ୍ ଅଗ୍ରଣୀ ସତ୍ତ୍ୱେ ଭାରତ ଦ୍ୱିତୀୟ ଇନିଂସରେ ମାତ୍ର ୩୬ ରନ୍ରେ ଅଲଆଉଟ୍ ହୋଇଥିଲା। ଏଥିସହ ଉକ୍ତ ଟେଷ୍ଟରେ ଭାରତ ୮ ୱିକେଟରେ ପରାସ୍ତ ହୋଇଥିଲା।

ଦୁନିଆର ଅନ୍ୟତମ ଶକ୍ତିଶାଳୀ ଟିମ୍ କୁହାଯାଉଥିବା ଭାରତ ମାତ୍ର ୩୬ ରନ୍ରେ ଅଲଆଉଟ୍ ହେବା ପରେ ଚାରିଆଡ଼ୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହା ପରେ ଭାରତ ମେଲବର୍ଣ୍ଣରେ ବକ୍ସିଂ ଡେ’ ଟେଷ୍ଟ ଖେଳିବା ପାଇଁ ଓହ୍ଲାଇଥିଲା। ନିୟମିତ କ୍ୟାପଟେନ୍ ବିରାଟ କୋହଲି ସ୍ୱଦେଶ ଫେରିଆସିଲେ। ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଥିବାରୁ ବିରାଟ ଭାରତ ଚାଲିଆସିଥିଲେ। ବିରାଟଙ୍କ ଅନୁପସ୍ଥିତି ସାଙ୍ଗକୁ ଏକାଧିକ ଖେଳାଳିଙ୍କ ଆହତ ସମସ୍ୟା ଭାରତ ପାଇଁ ଚିନ୍ତା ବଢ଼ାଇ ଦେଇଥିଲା। ଏଭଳି ସ୍ଥିତିରେ କାମଚଳା କ୍ୟାପଟେନ୍ ଅଜିଙ୍କ୍ୟ ରାହାଣେଙ୍କ ଉପରେ ଅତିରିକ୍ତ ଚାପ ରହିଥିଲା।

ହେଲେ କୁଲ ମିଜାଜ୍ର ରାହାଣେ ନିଜେ ହିଁ ଦାୟିତ୍ୱ ମୁଣ୍ଡାଇବାକୁ ନିଷ୍ପତ୍ତି ନେଇଥିଲେ। ରାହାଣେ ମେଲବର୍ଣ୍ଣରେ ଶତକୀ଼ୟ ଇନିଂସ୍ ଖେଳି ଭାରତକୁ ଐତିହାସିକ କମବ୍ୟାକ୍ କରାଇଥିଲେ। ମେଲବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୫ ରନରେ ଅଲଆଉଟ୍ ହୋଇଥିବା ବେଳେ ଭାରତ ୩୨୬ ରନ୍ କରି ୧୩୧ ରନର ଲିଡ୍ ନେଇଥିଲା। ଦ୍ୱିତୀୟ ଇନିଂସରେ କଙ୍ଗାରୁ ଟିମକୁ ୨୦୦ ରନରେ ସୀମିତ ରଖି ଭାରତ ୭୦ ରନ୍‌ର ଲକ୍ଷ୍ୟକୁ ସହଜରେ ପିଛା କରିନେଇଥିଲା। ଏଥିସହ ଭାରତ ଉକ୍ତ ଟେଷ୍ଟକୁ ୮ ୱିକେଟରେ ଜିତି ୧-୧ରେ ସିରିଜ୍ ବରାବର କରିଥିଲା।

ସିଡନୀ ଟେଷ୍ଟ ଥିଲା ଭାରତ ପାଇଁ ସବୁଠାରୁ କଷ୍ଟକର ମ୍ୟାଚ୍। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ୍ ଓ ଦ୍ୱିତୀୟ ଇନିଂସରେ ୩୧୨/୬ ରନ୍ କରି ପାଳି ଘୋଷଣା କରିଥିଲା। ଯାହା ଫଳରେ ଭାରତକୁ ୪୦୭ ରନ୍‌ର ଟାର୍ଗେଟ୍ ମିଳିଥିଲା। ଲକ୍ଷ୍ୟର ପିଛା କରୁଥିବା ଭାରତ ଏକ ସମୟରେ ୨୭୨ ରନ୍‌ରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ଅଷ୍ଟ୍ରେଲିଆକୁ ୫ ୱିକେଟ ଆବଶ୍ୟକ ହେଉଥିବା ବେଳେ ଭାରତକୁ ମ୍ୟାଚ୍ ବଞ୍ଚାଇବା ପାଇଁ ୪୩ ଓଭର ଦରକାର ହେଉଥିଲା। କିନ୍ତୁ ହନୁମା ବିହାରୀ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ କମାଲ୍ କରି ଦେଖାଇଥିଲେ। ଦୁହେଁ ୪୩ ଓଭର ବ୍ୟାଟିଂ କରି ମ୍ୟାଚକୁ ଡ୍ର’ କରାଇଥିଲେ।

ବ୍ରିସବେନ୍ ଟେଷ୍ଟ ପରେ ଭାରତର ଅଧିକାଂଶ ଖେଳାଳି ଆହତ ହୋଇଥିଲେ। ଯେଉଁ କାରଣରୁ ଭାରତର ବିଜୟ ତ ଦୂରର କଥା ଡ୍ର’ ଆଶା ମଧ୍ୟ କ୍ଷୀଣ ହୋଇଯାଇଥିଲା। ମ୍ୟାଚରେ ଭାରତ ପକ୍ଷରୁ ଦୁଇ ନୂଆ ଖେଳାଳି ଡେବ୍ୟୁ କଲେ। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ୩୬୯ ରନ୍ ଜବାବରେ ଭାରତ ଏକ ସମୟରେ ୬ ୱିକେଟ୍ ହରାଇ ୧୮୬ ରନ୍ କରିଥିଲା। କିନ୍ତୁ ଡେବ୍ୟୁଟାଣ୍ଟ ୱାଶିଂଟନ୍ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁର କମାଲ କରିଦେଖାଥିଲେ। ଦୁହେଁ ସପ୍ତମ ୱିକେଟୋ ପାଇଁ ୧୨୩ ରନର ଶତକୀୟ ପାର୍ଟନରଶିପ୍ କରିଥିଲେ, ଯାହା ବଳରେ ପ୍ରଥମ ଇନିଂସରେ ୩୩୬ ରନ୍ କରି କଙ୍ଗାରୁ ଟିମକୁ କଡ଼ା ଜବାବ ଦେଇଥିଲା। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୯୪ ରନରେ ଅଲଆଉଟ୍ ହୋଇ ଭାରତକୁ ୩୨୮ ରନ୍‌ର ଟାର୍ଗେଟ୍ ଦେଇଥିଲା। ଏହି ଲକ୍ଷ୍ୟକୁ ଭାରତ ୩ ୱିକେଟ୍ ହାତରେ ଥାଇ ହାସଲ କରିନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story