ଗେଲ୍‌ଙ୍କ ବିସ୍ଫୋରକ ୯୯, ପଞ୍ଜାବ ୧୮୫ ରନରେ ଅଟକିଲା

ଅବୁଧାବି: ୟୁନିଭର୍ସାଲ ବସ୍‌ କ୍ରିସ ଗେଲଙ୍କ ବିସ୍ଫୋରକ ଇନିଂସ ବଳରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୮୫ ରନ୍ କରିଛି। ଫଳରେ ରାଜସ୍ଥାନକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୮୬ରନରେ ଟାର୍ଗେଟ ମିଳିଛି। ଗେଲ ୯୯ ରନ୍ କରିଥିବା ବେଳେ କେଏଲ ରାହୁଲ ୪୬ ଓ ନିକୋଲସ ପୂରନ ୧୦ ବଲରେ ଦ୍ରୁତ ୨୨ ରନ୍ କରିଛନ୍ତି। ଟସ୍‌ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ […]

fdt

Hemant Lenka
  • Published: Friday, 30 October 2020
  • , Updated: 31 October 2020, 02:35 PM IST

ଅବୁଧାବି: ୟୁନିଭର୍ସାଲ ବସ୍‌ କ୍ରିସ ଗେଲଙ୍କ ବିସ୍ଫୋରକ ଇନିଂସ ବଳରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୮୫ ରନ୍ କରିଛି। ଫଳରେ ରାଜସ୍ଥାନକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୮୬ରନରେ ଟାର୍ଗେଟ ମିଳିଛି। ଗେଲ ୯୯ ରନ୍ କରିଥିବା ବେଳେ କେଏଲ ରାହୁଲ ୪୬ ଓ ନିକୋଲସ ପୂରନ ୧୦ ବଲରେ ଦ୍ରୁତ ୨୨ ରନ୍ କରିଛନ୍ତି।

ଟସ୍‌ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଠିକ୍ ବୋଲି ପ୍ରମାଣିତ କରି ଜୋଫ୍ରା ଆର୍ଚର ପ୍ରଥମ ଓଭର୍‌ର ଶେଷ ବଲରେ ମନଦୀପ ସିଂହଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ତେବେ ରାହୁଲ ଓ ଗେଲ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

ବିଶେଷ କରି ଗେଲ ବଡ଼ବଡ଼ ଶଟ୍‌ ଖେଳିଥିଲେ। ରାହୁଲ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଗେଲ ନିଜର ଅର୍ଦ୍ଧଶତକ ହାସଲ କରିବା ପରେ ଆହୁରି ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ। ତେବେ ଶତକ ଠାରୁ ମାତ୍ର ଗୋଟିଏ ରନ୍‌ ଦୂରରେ ଥିବା ବେଳେ ଗେଲଙ୍କୁ ଜୋଫ୍ରା ଆର୍ଚର କ୍ଲିନବୋଲ୍ଡ କରିଦେଇଥିଲେ।

୬୩ ବଲରେ ୯୯ ରନ୍‌ର ଇନିଂସ୍‌ ଖେଳିଥିବା ଗେଲ୍‌ ୮ଟି ଛକା ଓ ୬ଟି ଚୌକା ମାରିଛନ୍ତି। ସେ ରାହୁଲ( ୪୧ ବଲରେ ୪୬ ରନ୍‌)ଙ୍କ ସହ ମିଶି ୧୨୦ ରନ୍‌ର ଭାଗିଦାରୀ ମଧ୍ୟ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମ୍ୟାକ୍ସୱେଲ ୬ ବଲର ୬ ଓ ଦୀପକ ହୁଡା ୧ ବଲରେ ୧ ରନ୍‌ କରି ଶେଷ ଯାଏ ଅପରାଜିତ ରହିବାରୁ ପଞ୍ଜାବ ୧୮୫ କରିବାକୁ ସକ୍ଷମ ହୋଇଥିଲା। ରାଜସ୍ଥାନ ପକ୍ଷରୁ ଆର୍ଚର ଓ ଷ୍ଟୋକ୍ସ ୨ଟି ଲେଖାଏ ୱିକେଟ ନେଇଛନ୍ତି।

Related story